୫୮୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ଦେଶର ପୁଞ୍ଜିବଜାରରେ କାରବାର ଉନ୍ନତ ସ୍ଥିତିରେ ରହିଥିଲା। ଗୁରୁବାର ଏଥିରେ ପ୍ରଭାବ ଦେଖାଯାଇଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୫୮୦ ପଏଣ୍ଟ (୧.୩୧%) ଖସିବା ଯୋଗୁ କାରବାର ୪୩,୬୦୦ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୬୭ ପଏଣ୍ଟ(୧.୨୯%) ନିମ୍ନରେ ରହି ୧୨,୭୭୨ ପଏଣ୍ଟରେ ବନ୍ଦ ରହିଛି। ବିଶ୍ୱ ବଜାରରେ କାରବାର ପ୍ରଭାବିତ ରହିବାରୁ ବ୍ୟାଙ୍କିଙ୍ଗ୍‌ ଏବଂ ଫାଇନାନ୍ସ ଷ୍ଟକ୍‌ କାରବାର ନିମ୍ନରେ ରହିଛି। ଏସ୍‌ବିଆଇ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଅଲଟ୍ରା ସେମ୍‌କୋ, ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ଭାରତୀ ଏୟାରଟେଲ ଭଳି କମ୍ପାନୀ ସେନ୍‌ସେକ୍ସରେ କାରବାର କ୍ଷତି ସହିଛନ୍ତି। ଏହାବାଦ ପାଓ୍ବାରଗ୍ରୀଡ୍‌, ଆଇଟିସି, ଏନ୍‌ଟିପିସି, ଟାଟା ଷ୍ଟିଲ, ଟିସିଏସ୍‌ ଏବଂ ଟାଇଟାନ ଭଳି କମ୍ପାନୀ ଭଳି କମ୍ପାନୀର ଶେୟାର କାରବାର ବେଶ୍‌ ଉନ୍ନତ ରହିଛି। ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଏବଂ ଫାଇନାନ୍ସିଆଲ ସର୍ଭିସ ଶେୟାର କାରବାର ପ୍ରାୟ ୩%ରୁ ଊର୍ଦ୍ଧ୍ୱ ଖସିଛି। ଆମେରିକା ଏବଂ ୟୁରୋପରେ କରୋନା ଭାଇରସ୍‌ ପ୍ରଭାବ ରହିବା ଯୋଗୁ ଏହାର ପ୍ରଭାବ ସେଠାକାର ଶେୟାର ବଜାରଗୁଡିକରେ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ରେ ସେନ୍‌କୋ ଗୋଲ୍ଡ ଅଧ୍ୟକ୍ଷଙ୍କ ପରଲୋକ

କୋଲକାତା,୨୯।୭: ଗହଣା ରିଟେଲିଂ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଅଧ୍ୟକ୍ଷ ଶଙ୍କର ସେନ୍‌ଙ୍କର କରୋନା ସଂକ୍ରମଣ ଯୋଗୁ ପରଲୋକ ଘଟିଛି। ତାଙ୍କୁ...

ଆଜିଠାରୁ ଟାଟା ମୋଟର୍ସର ନୂଆ ଦର

ନୂଆଦିଲ୍ଲୀ,୭।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ (ପିଭି) ବା ଯାତ୍ରୀବାହୀ ଯାନରେ ଆଜିଠାରୁ (୭ ନଭେମ୍ବର) ନୂଆ ଦର ଲାଗୁ...

ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮-୩ :ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି। ଗତ...

ଷ୍ଟକ ଏକ୍ସଚେଞ୍ଜ ମାଧ୍ୟମରେ ଭବିଷ୍ୟତରେ ହୋଇପାରିବନି ଶେୟାର କିଣା: ସେବି…

ମୁମ୍ବାଇ,୨୦।୧୨ : ସେବି ମୁଖ୍ୟ ମାଧବୀ ପୁରୀ ବୁଚ କହିଛନ୍ତି ଯେ ଶେୟାର କିଣା ପାଇଁ ଷ୍ଟକ ଏକ୍ସଚେଞ୍ଜ ମାର୍ଗ ଅସୁରକ୍ଷିତ ଏବଂ ପକ୍ଷପାତପୂର୍ଣ୍ଣ ଅଟେ।...

ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ: ୬ରେ ସୁଧହାର ଘୋଷଣା

ମୁମ୍ବାଇ,୪-୬: ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଠାରୁ ୩ ଦିନିଆ ଦ୍ୱିମାସିକ ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକ ଆରମ୍ଭ ହୋଇଛି। ଆସନ୍ତା ୬ରେ...

ବିତ୍ତୀୟ ନିଅଣ୍ଟ ୯.୧୪ ଲକ୍ଷ କୋଟି ଛୁଇଁଲା

  ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଗତ ତ୍ରୈମାସ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ(ଆୟ ଏବଂ ବ୍ୟୟ ମଧ୍ୟରେ ପାର୍ଥକ୍ୟ) ୯.୧୪ ଲକ୍ଷ କୋଟି ଟଙ୍କା...

ଭିତ୍ତିଭୂମି ବିକାଶ ଲାଗି ରେଲଓ୍ବେ ଖର୍ଚ୍ଚ କରିବ ୧୮ ହଜାର କୋଟି

ନୂଆଦିଲ୍ଲୀ,୨୩-୧୦: ରେଲଓ୍ବେ ପକ୍ଷରୁ ଏକ ନୂଆ ଯୋଜନାରେ ୧୮ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭିତ୍ତିଭୂମି ଉନ୍ନତୀକରଣରେ ଏହି ଅର୍ଥ...

ମାର୍ଚ୍ଚ ସୁଦ୍ଧା ରାଜ୍ୟ ଇଜ୍‌ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଙ୍ଗ

ନୂଆଦିଲ୍ଲୀ,୮-୧: ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ପରବର୍ତ୍ତୀ ଇଜ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଙ୍ଗ ଆସନ୍ତା ମାର୍ଚ୍ଚରେ ଆସିବାର ସମ୍ଭାବନା ରହିଛି। ବାଣିଜ୍ୟ ଏବଂ...

Advertisement
Archives

Model This Week