୫୧ ହଜାର ପଏଣ୍ଟ ଟପିଲା ସେନ୍‌ସେକ୍ସ

ମୁମ୍ବାଇ: ବୁଧବାର ଦେଶର ପୁଞ୍ଜିବଜାର କାରବାର ବେଶ୍‌ ଉନ୍ନତ ରହିଛି। ଏସିଆ ବଜାରର ସ୍ଥିତି ଭଲ ରହିବା ଯୋଗୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ କାରବାର ଊର୍ଦ୍ଧ୍ୱଗାମୀ ରହିଛି। ସେନ୍‌ସେକ୍ସରେ ଟେକ୍ନୋଲୋଜି, ଫାଇନାନ୍ସ ଏବଂ ଅଟୋମୋବାଇଲ ଶେୟାର କାରବାର ବେଶ୍‌ ଭଲ ରହିବା ଯୋଗୁ ସୂଚକାଙ୍କ ୫୧ ହଜାର ପଏଣ୍ଟ ଟପିଛି। ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୩୭୯.୯୯ ପଏଣ୍ଟ (୦.୭୫%) ଊର୍ଦ୍ଧ୍ୱରେ ରହିବା ଯୋଗୁ ଏହା ୫୧.୦୧୭.୫୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ମାର୍ଚ୍ଚ ୧୦ ପରଠାରୁ ବଜାର ପ୍ରଭାବିତ ହୋଇଥିଲା। ଏହା ପୁଣିଥରେ ୫୧ ହଜାର ପଏଣ୍ଟ ସ୍ତର ହାସଲ କରିଛି। ଗତ ୪ ସେସନ ହେବ ଏନ୍‌ଏସ୍‌ଇ ନିଫ୍ଟି ଭଲ କାରବାର ହାସଲ କରୁଛି। ବୁଧବାର ଏଥିରେ ୯୩ ପଏଣ୍ଟ (୦.୧୭%) ବୃଦ୍ଧି ହେବା ଯୋଗୁ ୧୫,୩୦୧.୪୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ବଜାଜ ଫିନ୍‌ସର୍ଭ ସବୁଠାରୁ ଭଲ କାରବାର ହାସଲ କରିଛି। ଏହାର ଶେୟାର ୪.୮୨% ବଢ଼ିଛି। ଏହାବାଦ ବଜାଜ ଫାଇନାନ୍ସ, ଇନ୍‌ଫୋସିସ୍‌, ମାରୁତି, ଏଚ୍‌ଡିଏଫ୍‌ସି,ଏଲ୍‌ ଆଣ୍ଡ ଟି, ଟେକ୍‌ ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଶେୟାର କାରବାର ଉନ୍ନତ ସ୍ଥିତିରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଡିଜିଟାଲ କରେନ୍ସିକୁ ଆର୍‌ବିଆଇର ନା

ମୁମ୍ବାଇ,୬-୧୨: ରିଜର୍ଭ ବ୍ୟାଙ୍କ ବତ୍ତର୍ମାନ ଡିଜିଟାଲ କରେନ୍ସି ଆଣିବା ନେଇ ସ୍ପଷ୍ଟ ଭାବେ କହି ହେବ ନାହିଁ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ଏ...

ଯମୁନାରେ ମିଳିବ ସିପ୍ଲେନ ସୁବିଧା

ନୂଆଦିଲ୍ଲୀ, ୪।୧: ପର୍ଯ୍ୟଟକ ଓ ପରିଭ୍ରମଣକାରୀଙ୍କୁ ସୁବିଧା ସହିତ କମ ସମୟରେ ଅଧିକରୁ ଅଧିକ ସ୍ଥାନ ଭ୍ରମଣ କରିବାର ସୁଯୋଗ ସ୍ଥଳପଥ ଠାରୁ ଆକାଶ ପଥରେ...

ୟୁକୋ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର,୧୬-୧୧: ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ମହାପ୍ରବନ୍ଧକ ସଞ୍ଜୟ କୁମାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ସହିତ ସେ...

ସ୍ପେଶାଲ୍‌ ଟ୍ରେନ୍‌ରେ ୨ ଲକ୍ଷରୁ ଅଧିକ ଯାତ୍ରୀ କଲେ ଟିକଟ ବୁକିଂ: ୪୫ କୋଟି ୩୦ ଲକ୍ଷ ଭଡ଼ା ଆଦାୟ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ...

ରାଜ୍ୟଗୁଡ଼ିକୁ ୬୧୯୫ କୋଟି

ନୂଆଦିଲ୍ଲୀ, ୧୨।୯ : କେନ୍ଦ୍ର ସରକାର ୧୪ ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜସ୍ବ ନିଅଣ୍ଟ କ୍ଷେତ୍ରରେ ଗ୍ରାଣ୍ଟର ମାସିକ କିସ୍ତି ଭାବେ...

ସ୍ବଳ୍ପ ସଞ୍ଚୟ ଯୋଜନା ସୁଧହାର ହ୍ରାସ;ସଂସଦରେ ସରକାରଙ୍କୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ,୩୦-୬: କେନ୍ଦ୍ରର ମୋଦି ସରକାର ଏକ ବଡ଼ ନିଷ୍ପତ୍ତି କ୍ରମେ ସୁକନ୍ୟା ଯୋଜନା, ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଭଳି ସ୍ବଳ୍ପ...

କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଏଏଆଇ, ସିଆଇଆଇର ନିବେଦନ

କଲିକତା,୧୫-୫: ଫନୀ ଦ୍ୱାରା ପୁରୀ,ଖୋର୍ଦ୍ଧା,କଟକ ସମେତ ରାଜ୍ୟର ୧୪ଟି ଜିଲାର ୧୫୯ ବ୍ଳକ, ୧୮୧୬୮ ଗ୍ରାମ, ୫୨ଟି ସହରାଞ୍ଚଳ ଏବଂ ୧.୬୫ କୋଟି ଜନସାଧାରଣ ପ୍ରଭାବିତ...

ରିଲିଫ ପାଣ୍ଠିକୁ ଓରିଏଣ୍ଟାଲ ଇନସ୍ୟୁରାନ୍ସର ୧ କୋଟି

ନୂଆଦିଲ୍ଲୀ,୮-୬: ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ଓରିଏଣ୍ଟାଲ ଇନସ୍ୟୁରାନ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ...

Advertisement
Archives

Model This Week