ମହୁଲ ମାଫିଆଙ୍କ ଗୁଣ୍ଡାଗିରି, ରାସ୍ତାରୁ ଛଡ଼ାଇ ନେଲେ ଜବତ ଗାଡ଼ି

ଉଦଳା,୯ା୪(ସନ୍ତେଷ କୁମର ବାଛିନି): ମହୁଲ ମାଫିଆଙ୍କ ଆତଙ୍କରାଜ। ସିନେମା ଭଳି କାଣ୍ଡ ଭିଆଇଲେ, ରାସ୍ତାରେ ଜବତ ଗାଡ଼ିକୁ ଅଟକାଇଲେ, ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ। ଗାଡ଼ିରେ ବସିଥିବା ମହିଳା ଅଧିକାରୀଙ୍କୁ ସାଙ୍ଗରେ ନେଇ ଘର ପାଖରେ ଗାଡ଼ି ଜବତ ମହୁଲ ଓହ୍ଲାଇ ଦେଇ ଅଧିକାରୀଙ୍କ ସାମ୍ନାରେ ଗାଡିକୁ ଖସାଇ ଦେଲେ ମାଫିଆ। ଆଉ ଜଳକା ହୋଇ ଚାହିଁ ରହିଲେ ଅବକାରୀ ସବଇନ୍ସପେକ୍ଟର। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଜାରଡା ଗ୍ରାମରେ। ବିପୁଳ ପରିମାଣର ମହୁଲ ବେଆଇନ ଭାବେ ଚାଲାଣ ହେଉଥିବା ଖବର ପାଇ ଉଦଳା ଅବକାରୀ ବିଭାଗ କପ୍ତିପଦାରେ ଚଢ଼ାଉ କରିଥିଲା। କପ୍ତିପଦା ଛକ ନିକଟରେ ମହୁଲ ବୋଝେଇ ପିକଅପକୁ ଜବତ କରିଥିବା ବେଳେ ଗାଡ଼ିରେ ଥିବା ୪ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି ନେଇ ଆସିଥିଲା ଏବଂ ଅବକାରୀ ସବଇନ୍ସପେକ୍ଟର ଶୁଭଦର୍ଶିନୀ ସାହୁ ମହୁଲ ବୋଝେଇ ପିକ୍‌ଅପ୍‌ ଜବତ କରିବା ପରେ ଡ୍ରାଇଭର ସହିତ ବସି ଉକ୍ତ ଗାଡିକୁ ଉଦଳା କାର୍ଯ୍ୟାଳୟ ଆଣୁଥିଲେ। ହେଲେ ଉଦଳା-ବାରିପଦା ରାଜ୍ୟ ରାଜପଥ ଜାରଡ଼ା ଛକ ନିକଟରେ ମହୁଲ ମାଫିଆ ବାବୁଲି ପ୍ରଧାନ ସହଯୋଗୀଙ୍କ ସହିତ ସେଠାରେ ପହଞ୍ଚି ବିଚ୍‌ ରାସ୍ତାରେ ଜବତ ଗାଡିକୁ ଅଟକାଇବା ସହିତ ଗାଡ଼ିର ଡ୍ରାଇଭରକୁ ମାଡ଼ ମାରିଥିଲେ ଏବଂ ଗାଡିରୁ ବାହାର କରି ଦେଇଥିଲେ। ପରେ ନିଜେ ଜବତ ଗାଡ଼ିକୁ ନିଜ ଘରକୁ ନେଇ ଯାଇଥିଲେ ମାଫିଆ, ଏପରିକି ଉକ୍ତ ଗାଡ଼ିରେ ମହିଳା ସବଇନ୍ସପେକ୍ଟର ମଧ୍ୟ ରହିଥିଲେ। ପରେ ମହିଳା ଅଧିକାରୀଙ୍କୁ ଏକୁଟିଆ ପାଇ ମହୁଲ ମାଫିଆ ଆତଙ୍କରାଜ ଚଳାଇ ନିଜ ଘର ପାଖରେ ଅଧିକାରୀଙ୍କ ସାମ୍ନାରେ ସମସ୍ତ ଜବତ ହୋଇଥିବା ୧୬ କ୍ୱିଣ୍ଟାଲ ମହୁଲକୁ ଅନଲୋଡ୍‌ କରିବା ସହିତ ଜବତ ହୋଇଥିବା ପିକ୍‌ଅପ୍‌ ଖସାଇ ଦେଇଥିଲେ। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅବକାରୀ ବିଭାଗ କେବଳ ୧୬ କୁଇଣ୍ଟାଲ ମହୁଲ ଜବତ କରିବା ସହିତ ମହୁଲ ନେଇ ଆସୁଥିବା ପିକ୍‌ଅପ୍‌ର ୪ ଜଣଙ୍କୁ ଗିରଫ କରିଛି। ଘଟଣା ଘଟାଇବା ପରେ ମାଫିଆ ଛୁ ମାରିଛି। ଜବତ ମହୁଲର ମୂଲ୍ୟ ୫୦ ହଜାର ଟଙ୍କା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri