ଅନ୍ୟ ଗ୍ରହରେ ଜୀବନ ସନ୍ଧାନ

ସୂର୍ଯ୍ୟଙ୍କଠାରୁ ଦୂରତାକ୍ରମରେ ଚତୁର୍ଥ ଏବଂ ପୃଥିବୀ ନିକଟରେ ଥିବା ଅନ୍ୟ ଗ୍ରହଟି ହେଉଛି ମଙ୍ଗଳ ବା ଲୋହିତ ଗ୍ରହ। ଏହି ଗ୍ରହଟି ସୌର ମଣ୍ଡଳର ‘ଗୋଲଡିଲକ୍‌’ ଜୋନ୍‌ ବାହାରେ ଥିଲେ ମଧ୍ୟ ୨୦୧୫ ମସିହାରେ ‘ନାସା’ର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜଳ ତରଳ ଅବସ୍ଥାରେ ଥିବା ଘୋଷଣା କରି ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ‘ନାସା’ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିନଳୀରେ ସୂଚନା ଦିଆଯାଇଥିଲା ଯେ, ମଙ୍ଗଳ ଏକ ଶୁଷ୍କ ଗ୍ରହ ନୁହେଁ। ‘ରୋଭର’ ଯାନରୁ ମଙ୍ଗଳ ପୃଷ୍ଠରୁ ପଠାଯାଇଥିବା ମାଟି ବେଶ୍‌ ଆର୍ଦ୍ର ରହିଛି ଏବଂ ଏଥିରେ ଭରପୂର ମାତ୍ରାରେ ଜଳୀୟ ଅଂଶ ଅଛି। ୨୦୧୮ ଜୁନ୍‌ ମାସରେ ମଙ୍ଗଳ ଗ୍ରହର ଉତ୍ତର ଗୋଲାର୍ଦ୍ଧରେ ମିଥେନ୍‌ ଗ୍ୟାସ୍‌ର ସନ୍ଧାନ ମିଳିଛି। ସାଧାରଣତଃ ଜୀବ, କ୍ଷୁଦ୍ରଜୀବ, ଅଣୁଜୀବମାନଙ୍କଠାରୁ ମିଥେନ୍‌ ଗ୍ୟାସ୍‌ ନିର୍ଗତ ହୋଇଥାଏ। ମଙ୍ଗଳ ଗ୍ରହରେ ମିଥେନ୍‌ ଗ୍ୟାସ୍‌ର ଆବିଷ୍କାର ଏବଂ ଜଳ ଥିବାର ସୂଚନା ମିଳିବା ପରେ ସେଠାରେ ଏକଦା ଜୀବସତ୍ତା ତିଷ୍ଠି ରହିଥିବାର ସମ୍ଭାବନାକୁ ନେଇ ମହାକାଶ ବିଜ୍ଞାନୀମାନେ ବେଶ୍‌ ଆଶାୟୀ ହୋଇପଡ଼ିଛନ୍ତି। ୨୦୩୦ ବେଳକୁ ମନୁଷ୍ୟ ମଙ୍ଗଳ ଗ୍ରହରେ ପଦାର୍ପଣ କରି ବସତି ସ୍ଥାପନ କରିବାର ଆଶା ଉଜ୍ଜିବୀତ ହୋଇଛି।
ଗାଲିଲିଓ ୧୬୧୦ ମସିହାରେ ଆବିଷ୍କାର କରିଥିବା ଗ୍ରହରାଜ ବୃହସ୍ପତିଙ୍କର ଚାରୋଟି ଉପଗ୍ରହ ମଧ୍ୟରୁ ‘ୟୁରୋପା’ ଅନ୍ୟତମ, ଯାହାର ବରଫାବୃତ୍ତ ପୃଷ୍ଠଦେଶ ତଳେ ତରଳ ଲବଣ ସମୁଦ୍ର ରହିଛି। ପୃଥିବୀର ସାମୁଦ୍ରିକ ଜଳରାଶି ଏହାର ଦୁଇ ଗୁଣ ହେବ। ଆମ ସୌରମଣ୍ଡଳରେ ୟୁରୋପାର ପରିବେଶ ଜୀବସତ୍ତାର ବିକାଶ ପାଇଁ ବିଶେଷଭାବେ ଅନୁକୂଳ ବୋଲି ବୈଜ୍ଞାନିକମାନେ ଆଶାପ୍ରକାଶ କରୁଛନ୍ତି। ଆମ ସୌରମଣ୍ଡଳର ଅନ୍ୟ କୌଣସି ଗ୍ରହ ବା ଉପଗ୍ରହରେ କିମ୍ବା ସୌର ମଣ୍ଡଳ ବାହାରେ ଅନ୍ୟ ଗ୍ରହ ବା ଉପଗ୍ରହରେ ଓ ସୌର ମଣ୍ଡଳ ବାହାରେ ଅନ୍ୟ କେଉଁ ଗ୍ରହରେ ଜୀବସତ୍ତା ତିଷ୍ଠି ରହିଛି ବା ଜୀବନର ଉନ୍ମେଷର ସମ୍ଭାବନା ଅଛି କି ନାହିଁ- ମହାକାଶବିଜ୍ଞାନୀମାନଙ୍କ ଦ୍ୱାରା ଜାରି ରହିଥିବା ଅନୁସନ୍ଧାନ ଭବିଷ୍ୟତରେ ଏହାର ଉତ୍ତର ଦେଇପାରେ। ଉତ୍ତର ‘ହଁ’ ବା ‘ନା’ ହୋଇପାରେ। କିନ୍ତୁ ଆମ ନିକଟରେ ବର୍ତ୍ତମାନ ଜୀବସତ୍ତାରେ ଭରପୂର ଗୋଟିଏ ମାତ୍ର ପୃଥିବୀ ରହିଛି, ଯାହାର ସଂରକ୍ଷଣ ସର୍ବୋପରି ଜରୁରୀ।

(ଶେଷ ଭାଗ)
-ଡ. ବିଜୟ କେତନ ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଓଡ଼ିଶା
ମୋ: ୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri