ଅନ୍ୟ ଗ୍ରହରେ ଜୀବନ ସନ୍ଧାନ

ସୂର୍ଯ୍ୟଙ୍କଠାରୁ ଦୂରତାକ୍ରମରେ ଚତୁର୍ଥ ଏବଂ ପୃଥିବୀ ନିକଟରେ ଥିବା ଅନ୍ୟ ଗ୍ରହଟି ହେଉଛି ମଙ୍ଗଳ ବା ଲୋହିତ ଗ୍ରହ। ଏହି ଗ୍ରହଟି ସୌର ମଣ୍ଡଳର ‘ଗୋଲଡିଲକ୍‌’ ଜୋନ୍‌ ବାହାରେ ଥିଲେ ମଧ୍ୟ ୨୦୧୫ ମସିହାରେ ‘ନାସା’ର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜଳ ତରଳ ଅବସ୍ଥାରେ ଥିବା ଘୋଷଣା କରି ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ‘ନାସା’ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିନଳୀରେ ସୂଚନା ଦିଆଯାଇଥିଲା ଯେ, ମଙ୍ଗଳ ଏକ ଶୁଷ୍କ ଗ୍ରହ ନୁହେଁ। ‘ରୋଭର’ ଯାନରୁ ମଙ୍ଗଳ ପୃଷ୍ଠରୁ ପଠାଯାଇଥିବା ମାଟି ବେଶ୍‌ ଆର୍ଦ୍ର ରହିଛି ଏବଂ ଏଥିରେ ଭରପୂର ମାତ୍ରାରେ ଜଳୀୟ ଅଂଶ ଅଛି। ୨୦୧୮ ଜୁନ୍‌ ମାସରେ ମଙ୍ଗଳ ଗ୍ରହର ଉତ୍ତର ଗୋଲାର୍ଦ୍ଧରେ ମିଥେନ୍‌ ଗ୍ୟାସ୍‌ର ସନ୍ଧାନ ମିଳିଛି। ସାଧାରଣତଃ ଜୀବ, କ୍ଷୁଦ୍ରଜୀବ, ଅଣୁଜୀବମାନଙ୍କଠାରୁ ମିଥେନ୍‌ ଗ୍ୟାସ୍‌ ନିର୍ଗତ ହୋଇଥାଏ। ମଙ୍ଗଳ ଗ୍ରହରେ ମିଥେନ୍‌ ଗ୍ୟାସ୍‌ର ଆବିଷ୍କାର ଏବଂ ଜଳ ଥିବାର ସୂଚନା ମିଳିବା ପରେ ସେଠାରେ ଏକଦା ଜୀବସତ୍ତା ତିଷ୍ଠି ରହିଥିବାର ସମ୍ଭାବନାକୁ ନେଇ ମହାକାଶ ବିଜ୍ଞାନୀମାନେ ବେଶ୍‌ ଆଶାୟୀ ହୋଇପଡ଼ିଛନ୍ତି। ୨୦୩୦ ବେଳକୁ ମନୁଷ୍ୟ ମଙ୍ଗଳ ଗ୍ରହରେ ପଦାର୍ପଣ କରି ବସତି ସ୍ଥାପନ କରିବାର ଆଶା ଉଜ୍ଜିବୀତ ହୋଇଛି।
ଗାଲିଲିଓ ୧୬୧୦ ମସିହାରେ ଆବିଷ୍କାର କରିଥିବା ଗ୍ରହରାଜ ବୃହସ୍ପତିଙ୍କର ଚାରୋଟି ଉପଗ୍ରହ ମଧ୍ୟରୁ ‘ୟୁରୋପା’ ଅନ୍ୟତମ, ଯାହାର ବରଫାବୃତ୍ତ ପୃଷ୍ଠଦେଶ ତଳେ ତରଳ ଲବଣ ସମୁଦ୍ର ରହିଛି। ପୃଥିବୀର ସାମୁଦ୍ରିକ ଜଳରାଶି ଏହାର ଦୁଇ ଗୁଣ ହେବ। ଆମ ସୌରମଣ୍ଡଳରେ ୟୁରୋପାର ପରିବେଶ ଜୀବସତ୍ତାର ବିକାଶ ପାଇଁ ବିଶେଷଭାବେ ଅନୁକୂଳ ବୋଲି ବୈଜ୍ଞାନିକମାନେ ଆଶାପ୍ରକାଶ କରୁଛନ୍ତି। ଆମ ସୌରମଣ୍ଡଳର ଅନ୍ୟ କୌଣସି ଗ୍ରହ ବା ଉପଗ୍ରହରେ କିମ୍ବା ସୌର ମଣ୍ଡଳ ବାହାରେ ଅନ୍ୟ ଗ୍ରହ ବା ଉପଗ୍ରହରେ ଓ ସୌର ମଣ୍ଡଳ ବାହାରେ ଅନ୍ୟ କେଉଁ ଗ୍ରହରେ ଜୀବସତ୍ତା ତିଷ୍ଠି ରହିଛି ବା ଜୀବନର ଉନ୍ମେଷର ସମ୍ଭାବନା ଅଛି କି ନାହିଁ- ମହାକାଶବିଜ୍ଞାନୀମାନଙ୍କ ଦ୍ୱାରା ଜାରି ରହିଥିବା ଅନୁସନ୍ଧାନ ଭବିଷ୍ୟତରେ ଏହାର ଉତ୍ତର ଦେଇପାରେ। ଉତ୍ତର ‘ହଁ’ ବା ‘ନା’ ହୋଇପାରେ। କିନ୍ତୁ ଆମ ନିକଟରେ ବର୍ତ୍ତମାନ ଜୀବସତ୍ତାରେ ଭରପୂର ଗୋଟିଏ ମାତ୍ର ପୃଥିବୀ ରହିଛି, ଯାହାର ସଂରକ୍ଷଣ ସର୍ବୋପରି ଜରୁରୀ।

(ଶେଷ ଭାଗ)
-ଡ. ବିଜୟ କେତନ ପଟ୍ଟନାୟକ
ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଓଡ଼ିଶା
ମୋ: ୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri