ମଲ୍‌ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସ୍‌ସିଏଆଇ

ଭୁବନେଶ୍ୱର: କରୋନା ମହାମାରୀରେ ନିୟନ୍ତ୍ରଣ ଓ ସୁରକ୍ଷିତ ଭାବେ ମଲ୍‌ଗୁଡ଼ିକୁ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଶପିଂ ସେଣ୍ଟର ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ସିଏଆଇ) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଏଭଳି ଏକ ଗୁରୁତ୍ୱର ବିଷୟକୁ ସଂଘ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର ସହ ଏ ସମ୍ପର୍କିତ ସମସ୍ତ ସୂଚନା ତାଙ୍କୁ ଅବଗତ କରାଯାଇଛି। ମଲ୍‌ଗୁଡ଼ିକ ପକ୍ଷରୁ ଆବଶ୍ୟକ ପଦକ୍ଷେପ ସହ ଶ୍ରମଶକ୍ତିଙ୍କୁ ଭଲ ଭାବେ ପ୍ରଶିକ୍ଷଣ ଦିଆଯାଇଛି। ସେହିଭଳି ମଲ୍‌ଗୁଡିକୁ ନିୟମିତ ବ୍ୟବଧାନରେ ସଫେଇ ଓ ବିଶୋଧନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସମୟରେ ଉକ୍ତ ଶିଳ୍ପର ବିଭିନ୍ନ ସମସ୍ୟା ସମ୍ପର୍କରେ ଏସ୍‌ସିଏଆଇ ଅଧ୍ୟକ୍ଷ ମୁକେଶ କୁମାର କହିଛନ୍ତି, ମହାମାରୀ ଫଳରେ ସଙ୍ଗଠିତ ଖୁଚୁରା କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାର କିପରି ଉଦ୍ଧାର ହୋଇପାରିବ ସେ ସମ୍ପର୍କରେ ସରକାରଙ୍କ ପକ୍ଷରୁ ତତ୍କାଳ ପଦକ୍ଷେପ ଗ୍ରହଣ ସହ ଆବଶ୍ୟକ ସହାୟତା ପାଇଁ ସଂଘ ଆଶା କରୁଛି। ସରକାରଙ୍କ ସମସ୍ତ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ସହ ପ୍ରଶିକ୍ଷିତ ଶ୍ରମ ଶକ୍ତି ଏବଂ ସମ୍ବଳ ଜରିଆରେ ମଲ୍‌ ଖୋଲିବା ପାଇଁ ଆଶା ରହିଛି। ମଲ୍‌ ହିଁ ଏକମାତ୍ର ସ୍ଥାନ ଯେଉଁଠାରେ ପରିଦର୍ଶନକାରୀଙ୍କ ସୁରକ୍ଷା ଓ ସ୍ବଚ୍ଛ ପରିବେଶକୁ ନିଶ୍ଚିତ କରାଯାଇପାରିବ। ଯେହେତୁ ଆର୍ଥିକ ବୋଝ ଅସହ୍ୟ ହେଲାଣି ତେଣୁ ମଲ୍‌ ଖୋଲିବା ଲାଗି ଆମକୁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରୁଛୁ ବୋଲି କୁମାର କହିଛନ୍ତି। ରାଜ୍ୟ ସରକାର ସାମୁଦ୍ରିକ ବାତ୍ୟା ୟାସ୍‌ ଓ କୋଭିଡ୍‌-୧୯ର ସଫଳ ମୁକାବିଲା କରିଥିବାରୁ ଏସ୍‌ସିଏଆଇ ପକ୍ଷରୁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରାଯାଇଛି। ବର୍ତ୍ତମାନ ସମୟରେ ଏସ୍‌ସିଏଆଇ ଅଧୀନରେ ୬୫୦ରୁ ଊର୍ଦ୍ଧ୍ୱ ବଡ଼ ମଲ୍‌ ଏବଂ ଏକ ଲକ୍ଷ ବର୍ଗଫୁଟରୁ କମ୍‌ ସ୍ଥାନରେ ସ୍ଥାପନ ହୋଇଥିବା ୧୦୦୦ରୁ ଅଧିକ ମଲ୍‌ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri