ଏନ୍‌ପିଏ ସମାଧାନ ପାଇଁ ଏସ୍‌ବିଆଇର ପଦକ୍ଷେପ

ଭୁବନେଶ୍ୱର: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ସମସ୍ତ ଋଣଗ୍ରହୀତାଙ୍କ ଅବଗତି ନିମନ୍ତେ ସୂଚାଇ ଦିଆଯାଉଛି କି ଚଳିତ ମାସ ୧୯ ତାରିଖରେ ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଋଣ ସମାଧାନ ୨୦୨୦-୨୧ ନାମକ ଏକକାଳୀନ ଅନାଦେୟ ବକେୟା ଋଣ ପରିଶୋଧ ଯୋଜନା ପ୍ରଚଳନ କରାଯାଇଛି। ଏହି ଯୋଜନା ଅନୁସାରେ ଅନେକ ବିଶେଷ ରିହାତି ମଧ୍ୟ ଉପଲବ୍ଧ କରାଯାଇଛି। ଏହି ସୁବିଧା ପ୍ରାପ୍ତ କରିବା ପାଇଁ ଗ୍ରାହକମାନେ (ଋଣ ଗ୍ରହୀତା) ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ଶାଖାରେ ଯୋଗାଯୋଗ କରି ଏ ସମ୍ପର୍କିତ ସବିଶେଷ ସୂଚନା ପାଇପାରିବେ। ଏହି ଋଣ ସମାଧାନ ସମୟ ଆଗାମୀ ୩୧ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ଲୋକ ଅଦାଲତରେ କୌଣସି ବ୍ୟାଙ୍କ ଋଣ ସମାଧାନ ପାଇଁ ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ ଏବଂ ଅମଳଯୋଗ୍ୟ ବୋଲି ଜଣାପଡିଛି। ଅନାଦେୟ ପୁରୁଣା ବ୍ୟାଙ୍କ ଋଣର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ୨୨୭୯ ପଏଣ୍ଟ ବଢିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ବିଶ୍ୱ ବଜାରର ଦୃଢ ସ୍ଥିତି ଯୋଗୁ ଭାରତୀୟ ଶେୟାର ବଜାର କାରବାର ଉନ୍ନତ ରହିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର...

ପୁଣି ପେଟ୍ରୋଲ ୩୦, ଡିଜେଲ ୩୮ପଇସା ବଢ଼ିଲା

ଭୁବନେଶ୍ୱର/ ନୂଆଦିଲ୍ଲୀ,୧୧।୧୦: କ୍ରମାଗତ ୬ଷ୍ଠ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ...

ବିମାନ ଚଳାଚଳ କ୍ଷେତ୍ରର ୨୦ ଲକ୍ଷ ଚାକିରି ବିପଦରେ

ନୂଆଦିଲ୍ଲୀ,୧୬ା୪: ଭାରତର ବିମାନ ଚଳାଚଳ କ୍ଷେତ୍ର ଏବଂ ସ୍ବାଧୀନ କ୍ଷେତ୍ରଗୁଡିକରେ ୨୦ ଲକ୍ଷ ଚାକିରି ଏବେ ବିପଦରେ ରହିଛି। କରୋନା ଯୋଗୁ ବଜାର କ୍ଷତିଗ୍ରସ୍ତ ହେବାରୁ...

ବୁକିଂ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୦।୪: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ ସମୟ ଲାଗି ବୁକିଂ ବନ୍ଦ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ...

୧୫୦ ଘରୋଇ ଟ୍ରେନ ଚଳାଇବାକୁ ଯୋଜନା

ନୂଆଦିଲ୍ଲୀ,୨୩-୯: ଆଗାମୀ ଦିନରେ ରେଳଯାତ୍ରୀମାନେ ଘରୋଇ ଟ୍ରେନରେ ଆରାମଦାୟକ ଯାତ୍ରାର ମଜା ଉଠାଇପାରିବେ। ଏହି ଟ୍ରେନଗୁଡ଼ିକ ଅତ୍ୟାଧୁନିକ ହେବା ସହ ଆରାମ୍‌ ଦୃଷ୍ଟିରୁ ବିଶ୍ୱସ୍ତରୀୟ ହେବ।...

ମାଇଁଲାବ୍‌ ପକ୍ଷରୁ ନୂତନ ଡିଭାଇସ ଉନ୍ମୋଚିତ

ନୂଆଦିଲ୍ଲୀ,୧୨।୧୨: ମାଇଁଲାବ୍‌ ପକ୍ଷରୁ ନିକଟରେ କେତେକ ନୂତନ ଡିଭାଇସର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି କୋଭିଡ-୧୯ ପାଇଁ ଡାଇଗ୍ନୋସିସ ଉଦ୍ଭାବନକୁ ଟେକ୍ନୋଲୋଜି ଭିତ୍ତିକ କରାଯାଇଛି। ଏପରିକି...

ସବ୍‌ସିଡିରେ ମିଳିବ ଅତିରିକ୍ତ ୨ କେଜି ଖାଦ୍ୟଶସ୍ୟ

ମୁମ୍ବାଇ,୨୬। ୩: ତାଲାବନ୍ଦ ସମୟରେ ଲୋକଙ୍କୁ ଯେଭଳି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲବ୍ଧ ହୁଏ ସେ ପ୍ରସଙ୍ଗକୁ କେନ୍ଦ୍ର ସରକାର ଧ୍ୟାନରେ ରଖିଛନ୍ତି। ରାଶନ ଦୋକାନଗୁଡିକରେ...

ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଖର୍ଚ୍ଚ ହୋଇପାରେ ୫୦ ହଜାର କୋଟି

ନୂଆଦିଲ୍ଲୀ,୧୭।୬: ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। କ୍ରେଡିଟ୍‌ ଇନସେନଟିଭ ବା ଋଣ ପ୍ରୋତ୍ସାହନ ଭାବେ ଏହାକୁ ଖର୍ଚ୍ଚ କରାଯିବ।...

Advertisement
Archives

Model This Week