ଲଞ୍ଚ ହେଲା ସାମ୍‌ସଙ୍ଗ ଗାଲାକ୍ସି ଏମ୍‌ ୩୧ ଏସ୍‌ : ରହିଛି ଏସବୁ ଫିଚର

ସାମ୍‌ସଙ୍ଗ ଭାରତରେ ଏହାର ଏକ ମିଡ୍‌ରେଞ୍ଜ ସ୍ମାର୍ଟଫୋନ ସାମ୍‌ସଙ୍କ ଗାଲାକ୍ସି ଏମ ୩୧ ଏସ୍‌ ଲଞ୍ଚ କରିଛି। କିଛି ମାସ ପୂର୍ବରୁ କମ୍ପାନୀ ଲଞ୍ଚ ହୋଇଥିବା ସାମ୍‌ସଙ୍ଗ ଗାଲାକ୍ସି ଏମ୍‌ ୩୧ର ଅପ୍‌ଗ୍ରେଡେଡ୍‌ ଭର୍ସନ। ୨୦ ହଜାର ଟଙ୍କା ରେଞ୍ଜରେ ବଡ ଡିସପ୍ଲେ ଓ ଅଧିକ ବ୍ୟାଟେରୀ ସ୍ମାର୍ଟଫୋନ ଖୋଜୁଥିବା ଗ୍ରାହକଙ୍କୁ ନଜରରେ ରଖି କମ୍ପାନୀ ଏହି ମଡେଲଟିକୁ ବଜାରକୁ ଆଣିଛି। ଏହି ମଡେଲଟିରେ ୪ ରିୟର କ୍ୟାମେରା ରହିଛି। ଏଥିରେ ଗୋଟିଏ ୬୪ ମେଗା ପିକ୍ସେଲ ଓ ଅନ୍ୟଟି ୧୨ ମେଗା ପିକ୍ସେଲର ଅଲ୍ଟ୍ରା ୱାଇଡ୍‌, ତୃତୀୟଟି ୫ ମେଗା ପିକ୍ସେଲର ଡେପ୍‌ଥ ଓ ଚତୁର୍ଥଟି ୫ ମେଗା ପିକ୍ସେଲର ମାଇକ୍ରୋ କ୍ୟାମେରା ବିଶିଷ୍ଟ। ସେଲ୍ଫି ପାଇଁ ୩୨ ମେଗା ପିକ୍ସେଲର ଲେନ୍ସ ଏଥିରେ ଗ୍ରାହକ ପାଇପାରିବେ। କ୍ୟାମେରା ସହିତ ନାଇଟ ମୋଡ ୪କେ ରେକର୍ଡିଂ ଓ ସିଙ୍ଗଲ ସଟ୍‌ ଭଳି ଅନେକ ଫିଚର୍ସ ମଧ୍ୟ ମିଳିବ।

ସ୍ପେଶିଫିକେସନ
ସାମ୍‌ସଙ୍ଗର ଏମ୍‌ ସିରିଜର ଏହି ଫୋନରେ ୬.୫ ଇଞ୍ଚର ଫୁଲ ଏଚ୍‌ଡି ପ୍ଲସ ଇନଫିନିଟି ଡିସପ୍ଲେ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ସାମ୍‌ସଙ୍ଗର ଏକ୍ସିନଜ ୯୬୧୧ ପ୍ରୋସେସର ରହିଛି । ଫୋନରେ ୮ ଜିବି ପର୍ଯ୍ୟନ୍ତ ରାମ୍‌ ଓ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‌ ଉପଲବ୍ଧ ରହିଛି। ଏହି ମଡେଲଟିରେ ୬୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ କ୍ଷମତା ରହିଛି ଯାହା ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ । ଫୋନ ସହିତ ବକ୍ସରେ ୨୫ ୱାଟ୍‌ ଫାଷ୍ଟ ଚାର୍ଜର ମଧ୍ୟ ମିଳିବ । ଏହା ବ୍ୟତୀତ ଏଥିରେ ୪ଜି ଭୋଲ୍ଟି, ୱାଇ ଫାଇ, ବ୍ଲୁଟୁଥ ଭର୍ସନ ୫.୦, ୟୁଏସ୍‌ବି ଟାଇପ ସିପୋର୍ଟ ସୁବିଧା ଗ୍ରାହକ ପାଇବେ।

କେତେ ଟଙ୍କା ରହିଛି ଦାମ୍‌
ଏହି ଫୋନର ବିକ୍ରି ୬ ଅଗଷ୍ଟ ଦ୍ୱିପ୍ରହର ୧୨ଟାରୁ ଆମାଜନ, ସାମ୍‌ସଙ୍ଗର ଅନ୍‌ଲାଇନ ଷ୍ଟୋର ଓ କିଛି ରିଟେଲ୍‌ ଷ୍ଟୋରରେ ହେବ । ଏହାର ଦାମ ୧୯,୪୯୯ ଟଙ୍କା ରହିଛି। ଓ ୮ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ଭାରିଆଣ୍ଟର ଦାମ ୨୧,୪୯୯ ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦା ହେଲେ ୨୧ ଦୁର୍ନୀତିଗ୍ରସ୍ତ ଟିକସ ଅଧିକାରୀ

ନୂଆଦିଲ୍ଲୀ,୨୭-୧୧: ଆୟକର ବିଭାଗରୁ ୨୧ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଦେଇଛନ୍ତି। ଚାକିରୀ ଶେଷ କରିବା ପୂର୍ବରେ ଏମାନଙ୍କୁ ସେବା ନିବୃତ୍ତ କରାଯାଇଥିବା ଜଣାପଡିଛି।...

ବଢ଼ିଲା ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମ…

ନୂଆଦିଲ୍ଲୀ, ୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର  ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମରେ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି...

ଫେବୃୟାରୀରେ ୩.୯୪ ଲକ୍ଷ ଯାନ ବିକ୍ରି

ନୂଆଦିଲ୍ଲୀ,୫।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟାକର୍ପ ଚଳିତ ବର୍ଷ ଫେବୃୟାରୀରେ ପ୍ରାୟ ୩.୯୪ ଲକ୍ଷ ୟୁନିଟ ଯାନ ବିକ୍ରି କରିଛି...

ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ ଦାମ୍‌ ୧୫ ଟଙ୍କା ବଢ଼ିବା ଆଶଙ୍କା, ୮ ବର୍ଷର ରେକର୍ଡ ଭାଙ୍ଗିଲା ଆଶୋଧିତ ତୈଳ…

ନୂଆଦିଲ୍ଲୀ, ୧୫।୨ : ସମ୍ପ୍ରତି ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି। ଏହାପରେ...

ଆସୋଚାମ ପକ୍ଷରୁ ଦିନିକିଆ ଶିଳ୍ପ ସମ୍ମିଳନୀ

ଭୁବନେଶ୍ୱର,୧।୧୦: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ମିଳିତ ସହଯୋଗରେ ଆସୋସିଏଟେଡ୍‌ ଚାମ୍ବର ଅ୍‌ଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଆସୋଚାମ) ଏବଂ ଓଡ଼ିଶା ସରକାର...

ଓଡ଼ିଶାରେ ୪ଜି ସେବା ପାଇଁ ବିଏସ୍‌ଏନ୍‌ଏଲ୍‌ର ଯୋଜନା

ଭୁବନେଶ୍ୱର, ୧୯-୭,(ବ୍ୟୁରୋ): ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ୪-ଜି ଇଣ୍ଟରନେଟ ସେବା ଯୋଗାଣ ଲାଗି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଯୋଜନା...

ବିଦାୟ ବେଳାରେ ସରକାରଙ୍କୁ ବିରାଲଙ୍କ ପରାମର୍ଶ: ବନ୍ଦ ହେଉ ଲାଭ ଦେଉ ନ ଥିବା ସବ୍‌ସିଡି ସ୍କିମ୍‌

ମୁମ୍ବାଇ,୨୪-୭ – ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସ୍ବାଧୀନତା ନେଇ ମୁଖର ଥିବା ଡେପୁଟି ଗଭର୍ନର ବିରାଲ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳର ଶେଷ ଦିନରେ ମଙ୍ଗଳବାର କେନ୍ଦ୍ର...

ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ୧ ନଂ.

ନୂଆଦିଲ୍ଲୀ,୯।୨: ଦୀର୍ଘ ବର୍ଷ ଧରି ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସର୍ବୋଚ୍ଚ ସ୍ଥାନରେ ରହିଥିବା ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ...

Advertisement
Archives

Model This Week