ଲଞ୍ଚ ହେଲା ସାମ୍‌ସଙ୍ଗ ଗାଲାକ୍ସି ଏମ୍‌ ୩୧ ଏସ୍‌ : ରହିଛି ଏସବୁ ଫିଚର

ସାମ୍‌ସଙ୍ଗ ଭାରତରେ ଏହାର ଏକ ମିଡ୍‌ରେଞ୍ଜ ସ୍ମାର୍ଟଫୋନ ସାମ୍‌ସଙ୍କ ଗାଲାକ୍ସି ଏମ ୩୧ ଏସ୍‌ ଲଞ୍ଚ କରିଛି। କିଛି ମାସ ପୂର୍ବରୁ କମ୍ପାନୀ ଲଞ୍ଚ ହୋଇଥିବା ସାମ୍‌ସଙ୍ଗ ଗାଲାକ୍ସି ଏମ୍‌ ୩୧ର ଅପ୍‌ଗ୍ରେଡେଡ୍‌ ଭର୍ସନ। ୨୦ ହଜାର ଟଙ୍କା ରେଞ୍ଜରେ ବଡ ଡିସପ୍ଲେ ଓ ଅଧିକ ବ୍ୟାଟେରୀ ସ୍ମାର୍ଟଫୋନ ଖୋଜୁଥିବା ଗ୍ରାହକଙ୍କୁ ନଜରରେ ରଖି କମ୍ପାନୀ ଏହି ମଡେଲଟିକୁ ବଜାରକୁ ଆଣିଛି। ଏହି ମଡେଲଟିରେ ୪ ରିୟର କ୍ୟାମେରା ରହିଛି। ଏଥିରେ ଗୋଟିଏ ୬୪ ମେଗା ପିକ୍ସେଲ ଓ ଅନ୍ୟଟି ୧୨ ମେଗା ପିକ୍ସେଲର ଅଲ୍ଟ୍ରା ୱାଇଡ୍‌, ତୃତୀୟଟି ୫ ମେଗା ପିକ୍ସେଲର ଡେପ୍‌ଥ ଓ ଚତୁର୍ଥଟି ୫ ମେଗା ପିକ୍ସେଲର ମାଇକ୍ରୋ କ୍ୟାମେରା ବିଶିଷ୍ଟ। ସେଲ୍ଫି ପାଇଁ ୩୨ ମେଗା ପିକ୍ସେଲର ଲେନ୍ସ ଏଥିରେ ଗ୍ରାହକ ପାଇପାରିବେ। କ୍ୟାମେରା ସହିତ ନାଇଟ ମୋଡ ୪କେ ରେକର୍ଡିଂ ଓ ସିଙ୍ଗଲ ସଟ୍‌ ଭଳି ଅନେକ ଫିଚର୍ସ ମଧ୍ୟ ମିଳିବ।

ସ୍ପେଶିଫିକେସନ
ସାମ୍‌ସଙ୍ଗର ଏମ୍‌ ସିରିଜର ଏହି ଫୋନରେ ୬.୫ ଇଞ୍ଚର ଫୁଲ ଏଚ୍‌ଡି ପ୍ଲସ ଇନଫିନିଟି ଡିସପ୍ଲେ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ସାମ୍‌ସଙ୍ଗର ଏକ୍ସିନଜ ୯୬୧୧ ପ୍ରୋସେସର ରହିଛି । ଫୋନରେ ୮ ଜିବି ପର୍ଯ୍ୟନ୍ତ ରାମ୍‌ ଓ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‌ ଉପଲବ୍ଧ ରହିଛି। ଏହି ମଡେଲଟିରେ ୬୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ କ୍ଷମତା ରହିଛି ଯାହା ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ । ଫୋନ ସହିତ ବକ୍ସରେ ୨୫ ୱାଟ୍‌ ଫାଷ୍ଟ ଚାର୍ଜର ମଧ୍ୟ ମିଳିବ । ଏହା ବ୍ୟତୀତ ଏଥିରେ ୪ଜି ଭୋଲ୍ଟି, ୱାଇ ଫାଇ, ବ୍ଲୁଟୁଥ ଭର୍ସନ ୫.୦, ୟୁଏସ୍‌ବି ଟାଇପ ସିପୋର୍ଟ ସୁବିଧା ଗ୍ରାହକ ପାଇବେ।

କେତେ ଟଙ୍କା ରହିଛି ଦାମ୍‌
ଏହି ଫୋନର ବିକ୍ରି ୬ ଅଗଷ୍ଟ ଦ୍ୱିପ୍ରହର ୧୨ଟାରୁ ଆମାଜନ, ସାମ୍‌ସଙ୍ଗର ଅନ୍‌ଲାଇନ ଷ୍ଟୋର ଓ କିଛି ରିଟେଲ୍‌ ଷ୍ଟୋରରେ ହେବ । ଏହାର ଦାମ ୧୯,୪୯୯ ଟଙ୍କା ରହିଛି। ଓ ୮ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ଭାରିଆଣ୍ଟର ଦାମ ୨୧,୪୯୯ ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri