ପାର୍ବଣରେ ଇ-କମର୍ସ ବିକ୍ରି ୫୮ ହଜାର କୋଟି

ନୂଆଦିଲ୍ଲୀ,୨୮।୧୧- ଚଳିତ ବର୍ଷ ପାର୍ବଣରେ ଦେଶର ଇ-କମର୍ସ କମ୍ପାନୀଗୁଡିକରେ ଜୋରଦାର କାରବାର ହୋଇଛି। କମ୍ପାନୀଗୁଡିକ ପ୍ରାୟ ୫୮ ହଜାର କୋଟି ଟଙ୍କାର ମୋଟ କାରବାର ହାସଲ କରିଛନ୍ତି। କରୋନା ମହାମାରୀ ଯୋଗୁ ବଜାର ପ୍ରଭାବିତ ରହିଥିଲା। ଏଭଳି ସ୍ଥିତିରେ ଇ-କମର୍ସର ଏଭଳି କାରବାର ସ୍ତର ହାସଲ ଲୋକଙ୍କ କ୍ରୟ ଟ୍ରେଣ୍ଡକୁ ଦେଖାଉଛି। ଅର୍ଥାତ ଲୋକମାନେ ଇ-କମର୍ସରୁ କ୍ରୟ ବଢାଇଥିବା ଜଣାପଡିଛି। ଗତ ବର୍ଷ ପାର୍ବଣରେ ପ୍ରାୟ ୩୫ ହଜାର କୋଟି ଟଙ୍କାର କାରବାର କମ୍ପାନୀଗୁଡିକ ହାସଲ କରିଥିଲେ। ହେଲେ ଚଳିତ ବର୍ଷ ବ୍ୟବସାୟରେ ଉନ୍ନତି ହେବା ଯୋଗୁ ଗତ ବର୍ଷ ତୁୂଳନାରେ ଏହା ପ୍ରାୟ ୬୫% ବଢି ୫୮ ହଜାର କୋଟି ଟଙ୍କା ଛୁଇଁଥିବା ରେଡ୍‌ସିର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।
ପାର୍ବଣ ପୂର୍ବ ବିକ୍ରିଠାରୁ ପାର୍ବଣ ବିକ୍ରି ବେଶ ଉନ୍ନତ ହୋଇଛି। ସେପ୍ଟେମ୍ବରରେ କମ୍ପାନୀଗୁଡିକ ୨୨ ହଜାର କୋଟି ଟଙ୍କାର ବ୍ୟବସାୟ କରିଥିଲେ। ଏହା ପାର୍ବଣରେ ୫୮ ହଜାର କୋଟିକୁ ବୃଦ୍ଧି ପାଇଛି। ପାର୍ବଣର ପ୍ରଥମ ପର୍ଯ୍ୟାୟ ବିକ୍ରିରୁ ୨୯ ହଜାର କୋଟି, ଦ୍ୱିତୀୟ ପର୍ଯ୍ୟାୟ ବିକ୍ରିରୁ ୮,୭୦୦ କୋଟି ଏବଂ ତୃତୀୟ ପର୍ଯ୍ୟାୟରେ ୧୦,୭୦୦ କୋଟି ଟଙ୍କାର ବିକ୍ରି ହୋଇଛି। ଦେଶର ଇ-କମର୍ସ କମ୍ପାନୀ ମଧ୍ୟରେ ଆମାଜନ ଏବଂ ଫ୍ଲିପକାର୍ଟ ଭଳି ସଂସ୍ଥା ରହିଛନ୍ତି। ଇ-କମର୍ସ କାରବାର ବେଶ ଆଦୃତ ହେଉଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଉନ୍ନତ ମୂଲ୍ୟ, ତ୍ୱରିତ ସାମଗ୍ରୀ ପାଇବା ଏବଂ ବାହାରକୁ ଯିବାକୁ ପଡୁ ନ ଥିବାରୁ ଏହି ପ୍ଲାଟଫର୍ମରୁ କିଣିବାକୁ ଲୋକମାନେ ଆଗଭର ହେଉଛନ୍ତି।
ମୋଟ ସାମଗ୍ରୀ ମଧ୍ୟରୁ ମୋବାଇଲର ଅଂଶ ପ୍ରାୟ ୪୬% ରହିଛି। ସାମଗ୍ରୀର ସୁଲଭ ଦରରେ ମିଳୁଥିବାରୁ ଟାୟାର-୨ ସହରରେ ଗ୍ରାହକଙ୍କ ସଂଖ୍ୟା ବଢିଛି। ଏହି ସହରଗୁଡିକରେ ଗ୍ରାହକ ପ୍ରାୟ ହାରାହାରି ୬,୬୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ଗତ ବର୍ଷ ତୁଳନାରେ ଫ୍ୟାଶନ ସେଗମେଣ୍ଟ କାରବାର ସମାନ୍ୟ କମି ୧୩% ରହିଛି। ଏହା ଗତ ବର୍ଷ ୧୬% ରହିଥିଲା। କୋଭିଡ୍‌-୧୯ କଟକଣା ଲାଗି ବିବାହ ଏବଂ ଉତ୍ସବ ନ ଥିବାରୁ ଲୋକମାନେ ଫ୍ୟାଶନ କ୍ରୟ କମାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେହିଭଳି ହୋମ ଏବଂ ହୋମ୍‌ ଫର୍ନିଶିଂ ସାମଗ୍ରୀ କାରବାର ରେକର୍ଡ ଭାଙ୍ଗିଛି। ଓ୍ବାର୍କଫ୍ରମ ହୋମ ଏବଂ ଷ୍ଟଡି ଫ୍ରମ ହୋମ ଯୋଗୁ ଏହି ପ୍ରଡକ୍ଟ ଚାହିଦା ବଢିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri