୧୫% ବଢ଼ିବ ବ୍ୟାଙ୍କ କର୍ମଚାରୀଙ୍କ ବେତନ

ମୁମ୍ବାଇ,୨୨।୭: ବ୍ୟାଙ୍କ କର୍ମଚାରୀଙ୍କ ଲାଗି ଖୁସି ଖବର। ଏହି କର୍ମଚାରୀଙ୍କ ବେତନ ୧୫% ବଢ଼ିବ ବୋଲି ଜଣାପଡ଼ିଛି। ସେହିଭଳି ଏମାନେ ୨୦୧୭ ନଭେମ୍ବରରୁ ଏରିୟର ପାଇବେ। ଏହି ସମୟରେ ଇନ୍‌ସେଣ୍ଟିଭର ଫାଇଦା ମଧ୍ୟ କର୍ମଚାରୀଙ୍କୁ ମିଳିବ। ବ୍ୟାଙ୍କର୍ସ ପର୍‌ଫରମାନ୍ସ ଲିଙ୍କ୍‌ଡ ଇନ୍‌ସେଣ୍ଟିଭ ଲାଭ କରିପାରିବେ ବୋଲି ସୂଚନା ରହିଛି। ବ୍ୟାଙ୍କର ପରିଚାଳନା ଲାଭ ଆଧାରରେ ଏହି ସୁବିଧା ଉପଲବ୍ଧ ହେବ। ବ୍ୟାଙ୍କ କର୍ମଚାରୀଙ୍କ ବେତନକୁ ନେଇ ବୁଧବାର ବ୍ୟାଙ୍କ ସଂଘ ଏବଂ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ ମଧ୍ୟରେ ସହମତି ପ୍ରକାଶ ପାଇଛି। ବ୍ୟାଙ୍କ କର୍ମଚାରୀଙ୍କ ବେତନ ୧୫% ବଢ଼ିବା ନେଇ ନିଷ୍ପତ୍ତି ନିଆଯାଇଛି। ଏରିୟର ରାଶି ପ୍ରାୟ ୭୮୯୮ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ବ୍ୟାଙ୍କ ସଂଘଗୁଡିକ ଏ ନେଇ ଲଗାତର ଦାବି କରି ଆସୁଥିଲେ। ଏହା ଉପରେ ସହମତି ହୋଇପାରୁ ନ ଥିଲା। ହେଲେ ବୁଧବାର ଏ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

କାଳବୈଶାଖୀ ତାଣ୍ଡବ: ଅନ୍ଧାରରେ ୪ଗାଁ

ଗଞ୍ଜାମ,୯।୬(ବିଦ୍ୟାଧର ସାହୁ): କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଘଟି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଝଡ଼ତୋଫାନ ବର୍ଷା ଯୋଗୁ ଅଞ୍ଚଳର…

ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୯ା୬: ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଓ ତାଙ୍କ ଟିମ୍‌ମେଟ୍‌ ଗସ୍‌ ଆଟକିନସନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟରୁ ବାଦ୍‌ ପଡ଼ିଛନ୍ତି। ଦଳର ପ୍ରୋଟୋକଲ ଭଙ୍ଗ…

ଆୟର୍ଲାଣ୍ଡ, ଇଂଲଣ୍ଡ ଟୁରରୁ ସିରାଜଙ୍କୁ ବିଶ୍ରାମ, କାହିଁକି ଜାଣନ୍ତୁ…

ମୁମ୍ବାଇ, ୯ା୬: ଭାରତୀୟ ପେସର ମହମ୍ମଦ ସିରାଜଙ୍କୁ ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟର ଅଂଶ ଭାବେ ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଟୁରରୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ପ୍ରସିଦ୍ଧ…

ପୁଣି ମହେନ୍ଦ୍ରଗିରିରେ ଦୁର୍ଘଟଣା: ମେଳାରୁ ଫେରୁଥିବା ଘାଟି ତଳକୁ ଖସିଲା ଅଟୋ : ୬ରୁ ଅଧିକ ଆହତ

ଗଜପତି, ୯।୬ (ଗିରିଧାରୀ ପରିଛା): ଗଜପତି ଜିଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଅଞ୍ଚଳରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ଗତ ତିନି ଦିନ ମଧ୍ୟରେ ମହେନ୍ଦ୍ରଗିରି…

ଆକ୍ସନମୋଡ଼ରେ ଦାରିଙ୍ଗବାଡି ପୋଲିସ:  ୭ ଅଟୋ, ୫ ବାଇକ ଜବତ

ଦାରିଙ୍ଗବାଡି, ୯।୬ (ଅରୁଣ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ କରିବା ସହ ଦୁର୍ଘଟଣାରେ ପୀଡ଼ିତ ପରିବାରମାନେ ଯଥୋଚିତ ନ୍ୟାୟ ଏବଂ ବୀମା ରାଶି ପାଇପାରନ୍ତୁ, ସେଥିପାଇଁ ଦାରିଙ୍ଗବାଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri