ଚାଉଳକୁ ନେଇ ବିଧାନସଭାରେ ଶାସକ ଦଳର ହଙ୍ଗାମା

ଭୁବନେଶ୍ୱର,୨୨।୩(ବ୍ୟୁରୋ): କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମୁଣ୍ଡ ପିଛା ୫ କେଜି ଚାଉଳ ବନ୍ଦ କରିବା ପ୍ରସଙ୍ଗକୁ ନେଇ ଶାସକ ଦଳ ବିରୋଧୀ ଭାଜପାକୁ ଜୋରଦାର ଆକ୍ରମଣ କରିଛି। ବ୍ୟାନର ଧରି ବିଜେଡି ସଦସ୍ୟମାନେ ବିଧାନସଭାରେ ପ୍ରତିବାଦ କରିବା ଯୋଗୁ ଶୂନ୍ୟକାଳ ବରବାଦ ହୋଇଯାଇଥିଲା। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ପ୍ରାୟ ଅଧଘଣ୍ଟା ମୁଲତବୀ ଘୋଷଣା କରିଥିଲେ।
ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କିଛି କହିବାକୁ ଆରମ୍ଭ କରିବା ମାତ୍ରେ ଶାସକ ଦଳର ସଦସ୍ୟମାନେ ଚାଉଳ କାଟିବା ପ୍ରସଙ୍ଗକୁ ନେଇ ହାତରେ ବ୍ୟାନର ଧରି ଜୋରଦାର ପ୍ରତିବାଦ କରିଥିଲେ। ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ କହିବା ପାଇଁ ବିରୋଧୀ ସୁଯୋଗ ଦେଉନାହାନ୍ତି। କେନ୍ଦ୍ର ସରକାର ଜଣ ପିଛା ୫ କେଜି ଚାଉଳ କାଟିଦେଲେ। ୭୧ ହଜାର କୋଟି ବଜେଟରୁ କଟିଲା। ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି। ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ୍‌ ବଳକା ରହୁଥିଲା। ଉଷୁନା ଚାଉଳ ନେଉନାହାନ୍ତି। ଚାଷୀ ଅସୁବିଧାରେ ପଡ଼ିବେ। ବିଧାନସଭାରେ ବିରୋଧୀମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି। କେନ୍ଦ୍ର ସରକାର ବଳକା ଚାଉଳ ଉଠାଇବା ସହ କାଟିଥିବା ୫ କେଜି ଚାଉଳ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି। ଉଭୟ ବିଜେଡି ଓ ଭାଜପା ସଭ୍ୟମାନେ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିଥିଲେ। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ପୂର୍ବାହ୍ନ ୧୧ଟା ୩୧ ମିନିଟ୍‌ରୁ ୧୨ଟା ୫ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟଙ୍କୁ କାହିଁକି କହିବାକୁ ସୁଯୋଗ ଦିଆଗଲାନି ବୋଲି ଅଭିଯୋଗ କରି ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ବାଚସ୍ପତି କହିଲେ, ବିରୋଧୀ ଦଳ ନେତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ଗୃହରେ ସ୍ବାଭାବିକ ସ୍ଥିତି ନ ଥିବାରୁ କହିବାକୁ ସୁଯୋଗ ଦିଆଯାଇ ପାରି ନ ଥିଲା। ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନା ଅଛି। ସେ ସମୟରେ କହିବାକୁ ସୁଯୋଗ ମିଳିବ। ଆଲୋଚନାରେ ସହଯୋଗ କରନ୍ତୁ ବୋଲି କହିବା ପରେ ଭାଜପା ସଦସ୍ୟମାନେ ନିଜ ସିଟ୍‌କୁ ଯାଇଥିଲେ ଓ ଗୃହ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଅବକାରୀ ବିଭାଗର ନୂଆ ଗାଇଡଲାଇନ: ଏଣିକି ଏମିତି ମିଳିବ ମଦ

ଭୁବନେଶ୍ୱର,୩।୪: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri