ବଦଳି ନାହିଁ ବିଧି

ଅନୁଗୋଳ ଅଫିସ, ୨୨ା୯: ମା’ଙ୍କ ମୂର୍ତ୍ତି ଗଢ଼ା ପାଇଁ ରାଧାଷ୍ଟମୀ ଦିନ ଉଠାଯାଇଥିଲା ମାଟି। ସେବେଠୁ ଆରମ୍ଭ ହୋଇଥିବା ଅମଲାପଡ଼ା ଦୁର୍ଗା ପୂଜା ସମିତିର ପୂଜା ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅନୁଗୋଳ ସହରର ସର୍ବ ପୁରାତନ ପୂଜା ଅନୁଷ୍ଠାନ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅମଲାପଡ଼ା ଦୁର୍ଗାପୂଜା ସମିତି ଏଥର ୯୬ ବର୍ଷରେ ପାଦ ଥାପିବାକୁ ଯାଉଛି। ଗତ ୨ ବର୍ଷ ନିରାଡ଼ମ୍ବରରେ ପୂଜା ଆୟୋଜନକୁ ଛାଡ଼ିଦେଲେ ପୂର୍ବରୁ କେବେ ଏଠାକାର ମଣ୍ଡପକୁ ଆବଦ୍ଧ କରାଯାଇ ନ ଥିଲା। ୧୯୨୬ରେ ତାଳ ବରଡ଼ା ଛପର ଓ ବାଉଁଶ ଖୁଣ୍ଟିରେ ମା’ଙ୍କ ପାଇଁ ମଣ୍ଡପ ନିର୍ମାଣ କରିଥିବା ଏହି ସମିତି ଚଳିତବର୍ଷ ଧୁମ୍‌ଧାମରେ କରୁଛି ପୂଜା ଆୟୋଜନ।

ଅମଲାପଡ଼ା ମଣ୍ଡପରେ ବଙ୍ଗୀୟ ଲୋକମାନେ ପ୍ରଥମେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ତେଣୁ ଏଠାରେ ବଙ୍ଗୀୟ ରୀତିନୀତିରେ ପ୍ରତିବର୍ଷ ପୂଜା ପାଳନ କରାଯାଉଛି। ବିଶେଷକରି ମା’ଙ୍କୁ ମେଲାଣି ଦିଆଯିବା ସମୟରେ ଅଞ୍ଚଳର ମହିଳାମାନେ ସିନ୍ଦୂର ଖେଳିବା ଏଠାକାର ପ୍ରମୁଖ ବିଶେଷତ୍ୱ। ଏଥିସହ ସପ୍ତମୀ ଦିନରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ସନ୍ଧ୍ୟା ଆଳତି ଅନ୍ୟତମ ମୁଖ୍ୟ ଆକର୍ଷଣ। ଏଥର ମଧ୍ୟାହ୍ନରେ ପ୍ରସାଦ ସେବନ ବ୍ୟବସ୍ଥା ସହ ସନ୍ଧ୍ୟା ଆଳତି ପରେ ଭକ୍ତଙ୍କ ପାଇଁ ଖିରି ଓ କାକରା ବ୍ୟବସ୍ଥା କରାଯାଇଛି। ପରମ୍ପରା ଅନୁଯାୟୀ ଷଷ୍ଠୀରେ ବେଲବରଣ କରାଯିବ। ଏହାପରେ ସପ୍ତମୀରେ କଳସଯାତ୍ରା ଓ ଚକ୍ଷୁଦାନ ସହ ପ୍ରାଣ ପ୍ରତିଷ୍ଠା ହେବ। ଅଷ୍ଟମୀରେ ମା’ଙ୍କ ମହାଷ୍ଟମୀ ପୂଜା ସହ ରାତିରେ ତାରିଣୀ ପୂଜା ଓ ସନ୍ଧିପୂଜା ସମ୍ପନ୍ନ କରାଯିବ। ନବମୀରେ ଶାନ୍ତିପୂଜା ପାଇଁ ହୋମ ଓ ଦଶମୀରେ ବିସର୍ଜନ ନୀତି କରାଯିବ। ତେବେ ପୂଜାରେ ଯେପରି କୌଣସି ବିଘ୍ନ ନ ଘଟେ ସେଥିପାଇଁ ଅଞ୍ଚଳର ବରିଷ୍ଠ ନାଗରିକମାନେ ଏହାର ତଦାରଖ ଦାୟିତ୍ୱରେ ଅଛନ୍ତି। ପ୍ରତ୍ୟେକ ସନ୍ଧ୍ୟାରେ ଅନୁଗୋଳର କୁନି କୁନି କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଦଶହରାରେ କଟକର ମ୍ୟୁଜିକ୍‌ ମାଷ୍ଟର ନାସିରଙ୍କ ଟିମ୍‌ ଅଞ୍ଚଳବାସୀଙ୍କୁ ମେଲୋଡିରେ ଝୁମାଇବ ବୋଲି ସମିତି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri