ନଅଣ ପୋଖରୀରେ ବିସର୍ଜନ ହେଲା କବି ବାଞ୍ଛାନିଧିଙ୍କ ଭଗ୍ନ ପ୍ରତିମୂର୍ତ୍ତି

ବାସୁଦେବପୁର, ୧୦ା୮(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା ପ୍ରଶସ୍ତୀକରଣ ବେଳେ ହାଇସ୍କୁଲ ଛକରେ ଥିବା କବି ତଥା ସ୍ବାଧୀନତା ସଂଗ୍ରାମୀ ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତିକୁ ପ୍ରଶାସନ ଭାଙ୍ଗି ଦେଇଥିବା ବେଳେ ଶହୀଦ ତୀର୍ଥ ଯାତ୍ରୀ ସଂଘ ପକ୍ଷରୁ କବିଙ୍କର ଏହି ଭଗ୍ନ ପ୍ରତିମୂର୍ତ୍ତିକୁ ରବିବାର ନଅଣ ପୋଖରୀରେ ବିସର୍ଜନ କରାଯାଇଛି। ପୂର୍ବାହ୍ନରେ ହାଇସ୍କୁଲ ଛକ ଠାରୁ ଏହି ଭଗ୍ନ ପ୍ରତିମୂର୍ତ୍ତିକୁ ସୁସଜ୍ଜିତ କରାଯାଇ ବାସୁଦେବପୁରରୁ ରକ୍ତତୀର୍ଥ ଇରମକୁ ନିଆଯାଇଥିଲା। ଇରମ ଗୁଳିକାଣ୍ଡର ମୁକସାକ୍ଷୀ ପାଲଟିଥିବା ଇରମ ମେଳଣ ପଡ଼ିଆ ସ୍ଥିତ ନଅଣ ପୋଖରୀରେ କବି ବାଞ୍ଛାନିଧିଙ୍କ ପ୍ରତିମୂର୍ତ୍ତିକୁ ବିସର୍ଜନ କରାଯାଇଛି। ପୂର୍ବାହ୍ନରେ ବାସୁଦେବପୁର ଠାରେ ଶହୀଦ ତୀର୍ଥଯାତ୍ରୀ ସଭାପତି ବୈଲୋଚନ ଜେନା, ସମ୍ପାଦକ ଅଧ୍ୟାପକ ବସନ୍ତ ଦାଶ, ଆଇନଜୀବୀ ବିକ୍ରମ ମହାନ୍ତି, ନାରାୟଣ ନାୟକ, ବିଜୟ ରାୟ, ବରିଷ୍ଠ ଖବରଦାତା କିଶୋର କୁମାର ମହାପାତ୍ର, ଉଦୟ ଜେନା, କବି ବନମାଳୀ ବାରିକ, ପୂର୍ବତନ ପ୍ରଧାନଶିକ୍ଷକ ଦୁଃଶାସନ ରାଉତ, ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ବିଧାୟକଙ୍କ ପ୍ରତିନିଧି ଅସିତ ଦାଶଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ଉପସ୍ଥିତ ରହି କବି ବାଞ୍ଛାନିଧିଙ୍କ ଭଗ୍ନ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ। ଇରମର ନଅଣ ପୋଖରୀ ଠାରେ ବିସର୍ଜନ କାର୍ଯ୍ୟକ୍ରମରେ ଶହୀଦ ସ୍ମୃତି କମିଟିର କର୍ମକର୍ତ୍ତା, ଇରମ ସରପଞ୍ଚ ପ୍ରଫୁଲ୍ଲ ବିଶ୍ୱାଳ, ଯୁବ ସାମାଜିକ କର୍ମୀ ଉଦୟ ନାରାୟଣ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri