ବରିଷ୍ଠ ଅଧିକାରୀ ଝିଅଙ୍କ ଚପଲ ପାଇଁ ଆର୍‌ପିଏଫ୍‌ ଘାଇଲା

ସମ୍ବଲପୁର,୧୬ା୨(ବ୍ୟୁରୋ): ସମ୍ବଲପୁର ରେଳମଣ୍ଡଳ ଅଧୀନ ଆର୍‌ପିଏଫ୍‌ରେ ଜାନୁୟାରୀ ୫ରେ ଚପଲ ଚୋରି ନେଇ ଅଭିଯୋଗ ହୋଇଥିଲା। ଏକମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହାକୁ ଖୋଜିବାରେ ଆର୍‌ପିଏଫ୍‌ ପୋଲିସ ଘାଇଲା ହୋଇଯାଇଥିଲା। ଘଟଣା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି କୌତୂହଳ ସୃଷ୍ଟି କରୁଛି। ହେଲେ ଏହା ସତ୍ୟ। ଏବେ ଉକ୍ତ ଚପଲ ଦିଲ୍ଲୀର ଜଣେ ମହିଳା ଡାକ୍ତରଙ୍କ ପାଖରୁ ଉଦ୍ଧାର କରାଯାଇଛି।

ସୂଚନାକ୍ରମେ ମହିଳା ଡାକ୍ତର ଓ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ବିନିତ କୁମାର ସିଂଙ୍କ ଝିଅ ଟ୍ରେନ୍‌ରେ ଏକାଠି ଯାତ୍ରା କରୁଥିଲେ। ଜାନୁୟାରୀ ୪ ତାରିଖ ଭୋର ୪ଟାରେ ମହିଳା ଡାକ୍ତର ଜଣଙ୍କ ବରେଲି ଷ୍ଟେଶନରେ ଓହ୍ଲାଇଥିଲେ। ହେଲେ ସେ ଭୁଲ୍‌ବଶତଃ ପାଖରେ ବସିଥିବା ପ୍ରବନ୍ଧକ ସିଂ ଝିଅଙ୍କ ଚପଲ ପିନ୍ଧି ଚାଲିଯାଇଥିଲେ। ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ଓ ସେ ଏହାକୁ ଫେରାଇଦେବେ ବୋଲି ପୋଲିସ ପାଖରେ ବୟାନ ଦେଇଥିବା କୁହାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମଣ୍ଡଳ ପ୍ରବନ୍ଧକ ସିଂ ଚପଲ ଚୋରି ନେଇ ଜାନୁୟାରୀ ୫ରେ ଆର୍‌ପିଏଫ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କେବଳ ଆର୍‌ପିଏଫ୍‌ ନୁହେଁ, ଜିଆର୍‌ପି ଏବଂ ଆଇଆର୍‌ସିଟିସି ଭଳି ଅନ୍ୟ ରେଲଓ୍ବେ ସଂସ୍ଥାକୁ ଚପଲ ଖୋଜିବା ପାଇଁ ନିୟୋଜିତ କରାଯାଇଥିଲା। ଅନ୍ୟପଟେ ଯାତ୍ରୀଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରି କି ସଚେତନତା କାର୍ଯ୍ୟକ୍ରମ ସହ ମକ୍‌ଡ୍ରିଲ ଆୟୋଜନ ହେଉଛି। ଅନେକ ଯାତ୍ରୀ ଚୋରି ଯାଇଥିବା ମୂଲ୍ୟବାନ୍‌ ସାମଗ୍ରୀ ଫେରି ପାଉଥିବାବେଳେ ଆଉ କେତେଜଣ ଫେରସ୍ତ ପାଉନାହାନ୍ତି। ଏହି ଘଟଣାରେ ଚପଲ ଖୋଜି ପାଇବା ଆର୍‌ପିଏଫ୍‌ ପାଇଁ ଯେତିକି ସଫଳତା ଆଣିଛି ସେତିକି ଆଲୋଚନାର ବିଷୟ ହୋଇଛି। ଏ ନେଇ ଆର୍‌ପିଏଫ୍‌ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri