Posted inଜାତୀୟ

ମନ୍ଦିର ପରିଚାଳନାରେ ରାଜପରିବାରର ବି ରହିଛି ଅଧିକାର: ସୁପ୍ରିମକୋର୍ଟ

ଥିରୁଭାନନ୍ତପୁରମ,୧୩।୭: ପଦ୍ମନାଭସ୍ବାମୀ ମନ୍ଦିରର ପରିଚାଳନା କ୍ଷେତ୍ରରେ ତ୍ରାବଣକୋର ରାଜପରିବାରର ମଧ୍ୟ ଅଧିକାର ରହିଛି। ସୋମବାର ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବା ସହ ରାଜପରିବାରର ଅଧିକାରକୁ ମାନ୍ୟତା ଦେଛନ୍ତି। ଦୀର୍ଘ ୯ବର୍ଷ ଧରି ମନ୍ଦିର ପରିଚାଳନାକୁ ନେଇ ବିବାଦ ଲାଗି ରହିଥିବା ବେଳେ ସୋମବାର ଏହାର ଶୁଣାଣି ହୋଇଛି। ଥିରୁଭାନନ୍ତପୁରମର ଜିଲା ଜଜ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ବର୍ତ୍ତମାନ ମନ୍ଦିର ବ୍ୟବସ୍ଥାର ତତ୍ୱାବଧାନ କରିବ। ମୁଖ୍ୟ କମିଟି ଗଠନ ପର୍ଯ୍ୟନ୍ତ ଉକ୍ତ କମିଟି ମନ୍ଦିରର ବୁଝାଶୁଣା କରିବେ ବୋଲି ଜଣାପଡ଼ିଛି। ତେବେ ଏହି ମୁଖ୍ୟ କମିଟିରେ ରାଜପରିବାରର ମଧ୍ୟ ମୁଖ୍ୟ ଭୂମିକା ରହିବ। ସୂଚନାଯୋଗ୍ୟ, ଦୁନିଆର ସବୁଠାରୁ ଧନୀ ମନ୍ଦିର ଭାବେ ଉଭା ହୋଇଥିବା ପଦ୍ମନାଭସ୍ବାମୀ ମନ୍ଦିର ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଏହାର ଦାନବାକ୍ସରେ ଥିବା ଅମାପ ସମ୍ପତ୍ତିର ଖୁଲାସା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ: ସୁରକ୍ଷା ଦୃଷ୍ଟିରୁ ଜମ୍ମୁ-କଶ୍ମୀରରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଠପ୍‌

ଶ୍ରୀନଗର,୧୮।୪: ଜମ୍ମୁ-କଶ୍ମୀର ଉଧାମପୁର ଲୋକ ସଭା ଆସନ ପାଇଁ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏଠାରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ବନ୍ଦ...

୪୦୭ ବର୍ଷରେ ଭାରତୀୟ ନୌସେନା

ନୂଆଦିଲ୍ଲୀ, ୪।୧୨: ଭାରତୀୟ ନୌସେନାକୁ ଇତିମଧ୍ୟରେ ପୂରିଛି ୪ଶହ ୭ ବର୍ଷ। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ବୀରତ୍ୱ ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ...

କଂଗ୍ରେସରେ ସଙ୍କଟମୋଚକଙ୍କ ଅଭାବ: ହାଇକମାଣ୍ଡଙ୍କୁ ନାହିଁ ଭୟ

ନୂଆଦିଲ୍ଲୀ, ୧୩।୭: ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ଶାସକ କଂଗ୍ରେସ ଦଳରେ ଅସନ୍ତୋଷ ବଢ଼ିଚାଲିଛି। ୧୩୫ ବର୍ଷ ସର୍ବପୁରାତନ ରାଜନୈତିକ ଦଳରେ ଏଭଳି ସ୍ଥିତି ଲଗାତାର...

ବିସିଜି ଟୀକା ଦିଆଯାଇଥିବା ଦେଶରେ କରୋନା ଆତଙ୍କ ହେବ କମ୍‌: ଭାରତରେ ଅଧିକ କ୍ଷତିର ନାହିଁ ଆଶଙ୍କା !

ନୂଆଦିଲ୍ଲୀ/ମେଲବୋର୍ନ,୧।୪: ଯେଉଁ ଦେଶରେ ଟିବି ପାଇଁ  ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ...

୨ ସପ୍ତାହରେ ୭୪ ହଜାରରୁ ଦେଢ଼ ଲକ୍ଷ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ସାଢ଼େ ୬ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ସୃଷ୍ଟି ହୋଇଛି। ୨ ସପ୍ତାହ ତଳେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୪ ହଜାର ୨୮୧ ଥିଲା। ଏବେ...

ଆସାମ ବନ୍ୟା ପୀଡ଼ିତଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଗୋଳାଘାଟ,୧୬।୭: ଆସାମରେ ବନ୍ୟା ଯୋଗୁ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଜାରି ରହିଛି। ତେବେ ଗୋଳାଘାଟ...

ରାଜ୍ୟସଭାରେ ହଙ୍ଗାମା: ଏଏପିର ୩ ଏମ୍‌ପିଙ୍କୁ ବାହାର କଲେ ମାର୍ଶଲ

ନୂଆଦିଲ୍ଲୀ,୩।୨: କୃଷି ଆଇନକୁ ନେଇ ବୁଧବାର ମଧ୍ୟ ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନକୁ ନେଇ ଗୃହରେ ହଙ୍ଗାମା ଆରମ୍ଭ କରିଛନ୍ତି।...

ବାବା ଆମ୍‌ତେଙ୍କ ନାତୁଣୀଙ୍କ ଆତ୍ମହତ୍ୟା

ଚନ୍ଦ୍ରପୁର(ମହାରାଷ୍ଟ୍ର), ୩୦।୧୧-ବାବା ଆମ୍‌ତେଙ୍କ ନାତୁଣୀ ତଥା ଜଣାଶୁଣା ସାମାଜିକ କର୍ମୀ ଡ. ଶୀତଲ ଆମ୍‌ତେ-କରାଜ୍‌ଗୀ ସୋମବାର ସକାଳେ ସ୍ଥାନୀୟ ଆନନ୍ଦବନ ଆଶ୍ରମରେ ଆତ୍ମହତ୍ୟା କରିଛନ୍ତି। ସେ...

Play 250+ Trending Games
Archives

Model This Week

Why Dharitri