Posted inଫୁରସତ

ଦେଶର ବିକାଶରେ ଇଞ୍ଜିନିୟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦେଶର ଅଭିବୃଦ୍ଧି ଓ ବିକାଶରେ ଇଞ୍ଜିନିୟରଙ୍କର ଭୂମିକା ଅନସ୍ବୀକାର୍ଯ୍ୟ। ରାସ୍ତା, କୋଠା, ବନ୍ଧଗୁଡ଼ିକଠାରୁ ଆରମ୍ଭକରି କଳକାରଖାନା, ଯାନବାହନ, ବିଦ୍ୟୁତ ଉତ୍ପାଦନ, ଜଳସେଚନ ଆଦି ଦ୍ୱାରା ଦେଶର ପ୍ରଗତି ହୋଇଥାଏ। ଦେଶ ନିର୍ମାଣରେ ଏମାନଙ୍କର ଗୁରୁତ୍ୱକୁ ସ୍ବୀକୃତି ଜଣାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୫ରେ‘ଜାତୀୟ ଇଞ୍ଜିନିୟର୍ସ ଦିବସ’ ପାଳନ କରାଯାଉଛି। ଏହି ଦିବସକୁ ଚୟନ କରିବାର ଉଦ୍ଦେଶ୍ୟ ଭାରତର ବିଶିଷ୍ଟ ଇଞ୍ଜିନିୟର ତଥା ଆଧୁନିକ ଭାରତର ଅନ୍ୟତମ ନିର୍ମାତା ସାର୍‌ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରାୟାଙ୍କ ଜନ୍ମ ଦିବସ। ଏଣୁ ଏହା ମଧ୍ୟ ହେଉଛି ତାଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି।
୧୮୬୧ ସେପ୍ଟେମ୍ବର ୧୫ରେ କର୍ନାଟକର ମୁଦେନହାଲିଠାରେ ଭୂମିଷ୍ଠ ହୋଇଥିଲେ। ପୁଣେର ବିଜ୍ଞାନ କଲେଜରୁ ସିଭିଲ ଇଞ୍ଜିନିୟରିଂ ସ୍ନାତକ ଡିିଗ୍ରୀ ହାସଲ ପରେ ସେ ତତ୍‌କାଳୀନ ବ୍ରିଟିଶ ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ସେ ଅନେକ ବନ୍ଦର ଡିଜାଇନ୍‌ ଓ ନିର୍ମାଣ କରିଥିଲେ। ତେବେ ନଦୀ ବନ୍ଧ ପାଇଁ ସ୍ବୟଂକ୍ରିୟ ଫାଟକ ଉଦ୍ଭାବନ ହେଉଛି ତାଙ୍କର ବଡ଼ କୃତି।
ସେ ୧୯୦୮ରେ ସରକାରଙ୍କଠାରୁ ସ୍ବେଚ୍ଛାକୃତ ଅବସର ନେଇ ହାଇଦ୍ରାବାଦରେ ମୁଖ୍ୟଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ସେଠାରେ ସେ ମୁସି ନଦୀ ବନ୍ୟାରୁ ସହରକୁ ରକ୍ଷାକରିବା ପାଇଁ ଉପାୟ ବାହାର କରିଥିଲେ। ଏହାପରେ ମହୀଶୂର ରାଜ୍ୟର ମୁଖ୍ୟଯନ୍ତ୍ରୀ ଭାବେ ଯୋଗଦେଲେ। ମହୀଶୂର କୃଷ୍ଣରାଜସାଗର ବନ୍ଧ ହେଉଛି ତାଙ୍କର କୀର୍ତ୍ତି।
ମହୀଶୂର ରାଜ୍ୟର ଦଓ୍ବୋନ ମଧ୍ୟ ଥିଲେ।
ଏହି ସମୟରେ ସେ ରାଜ୍ୟରେ ଅନେକ ସ୍କୁଲ ସ୍ଥାପନ କରିଥିଲେ। ଚନ୍ଦନ କାଠରୁ ସାବୁନ୍‌ ଓ ତେଲ ପ୍ରସ୍ତୁତ ପାଇଁ କାରଖାନା ସହ ଏକ ଲୁହା ଇସ୍ପାତ କାରଖାନା ମଧ୍ୟ ପ୍ରତିଷ୍ଠା କରିଥିଲେ। ଏଥିସହ ବାଙ୍ଗାଲୋରଠାରେ ଗୋଟିଏ କଲେଜ ମଧ୍ୟ ସ୍ଥାପନ କରିଥିଲେ।
ସରକାର ତାଙ୍କୁ ୧୯୧୫ରେ ‘ନାଇଟ୍‌’ ଉପାଧି ପ୍ରଦାନ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ଭାରତ ସରକାର ତାଙ୍କୁ ୧୯୫୫ ମସିହାରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିଥିଲେ। ସେ ଜୀବନ ସାରା ସଚ୍ଚୋଟ, କର୍ମତତ୍ପର ଓ ନିଷ୍ଠାବାନ୍‌ ହୋଇ କାର୍ଯ୍ୟ କରିଥିଲେ। ଏହି ଭବ୍ୟପ୍ରତିଷ୍ଠ ଇଞ୍ଜିନିୟର ୧୯୬୨ ଏପ୍ରିଲ ୧୪ ରେ ଇହଲୀଳା ସମ୍ବରଣ କରିଥିଲେ। ଆଜିର ଦିବସରେ ଆମେ ତାଙ୍କର ସ୍ମୃତିକୁ ମନେ ପକାଇ ଦେଶକୁ ଇଞ୍ଜିନିୟରିଂ କ୍ଷେତ୍ରରେ ଆଗେଇ ନେବାକୁ ସଂକଳ୍ପ କରିବା। ତେବେ ଚଳିତ ବର୍ଷ ଇଞ୍ଜିନିୟର୍ସ ଦିବସର ଆଲୋଚ୍ୟ ବିଷୟ ହେଉଛି ‘ଗଭୀର ପ୍ରଯୁକ୍ତି ଏବଂ ଇଞ୍ଜିନିୟରିଂ ଉତ୍କର୍ଷ : ଭାରତର ପ୍ରଯୁକ୍ତିବିଦ୍ୟାକୁ ଆଗକୁ ନେବା“।
-ଇଂ. ମାୟାଧର ସ୍ବାଇଁ,
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?