ଭୁବନେଶ୍ୱର,୨୧।୫
ଦେଶର ଅଗ୍ରଣୀ ଆଇଟି କମ୍ପାନୀ ‘ଏଚ୍ସିଏଲ୍ ଟେକ୍ନୋଲୋଜିସ୍’ର ସହଯୋଗୀ ଅନୁଷ୍ଠାନ ଏଚ୍ସିଏଲ୍ ଫାଉଣ୍ଡେଶନ ପକ୍ଷରୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଜରିଆରେ ଏଚ୍ସିଏଲ୍ ଗ୍ରାଣ୍ଡ ପାନ୍ ଇଣ୍ଡିଆ ସିମ୍ପୋଜିୟମ-୨୦୨୨ର ୮ମ ସଂସ୍କରଣର ଶୁଭାରମ୍ଭ ଶୁକ୍ରବାର ସ୍ଥାନୀୟ ଏକ ବିଶ୍ୱବିଦ୍ୟାଳୟ ପରିସରରେ କରାଯାଇଛି। ଏହି ଅବସରରେ ଏଚ୍ସିଏଲ୍ ଫାଉଣ୍ଡେଶନର ନିର୍ଦ୍ଦେଶକ ନିଧି ପୁନଧିର, ସିଏସ୍ଓ୍ବାଇଡିର ଜଗଦାନନ୍ଦ,ବରିଷ୍ଠ ପ୍ରଶାସକ ଅରବିନ୍ଦ ବେହେରା ଏବଂ ନିରଜ କୁମାର ପ୍ରମୁଖ ବକ୍ତାଙ୍କୁ ନେଇ ଉକ୍ତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟର ବିଭିନ୍ନ ବର୍ଗର ୧୦୦ରୁ ଅଧିକ ଏନ୍ଜିଓଙ୍କୁ ଉକ୍ତ କର୍ମଶାଳାରେ ସାମିଲ କରାଯାଇଥିଲା। ଅପରପକ୍ଷରେ ଫାଉଣ୍ଡେଶନ ପକ୍ଷରୁ ଏକ ଜାତୀୟ ସ୍ତରର କର୍ମଶାଳାରେ ‘ଦେଶ ନିର୍ମାଣରେ ସିଏସ୍ଆର୍’ର ଭୂମିକା ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ନିଧି ପୁନଧିର କହିଥିଲେ, ସିଏସ୍ଆର୍ ଜରିଆରେ ଭାରତର ଚିତ୍ର (ଶିକ୍ଷା, ସ୍ବାସ୍ଥ୍ୟ ଓ ପରିବେଶ) ଓ ଏହାର ଗୋଷ୍ଠୀ ବିକାଶ ଯାତ୍ରା ସମ୍ପର୍କରେ ମୋଟାମୋଟି ଉପସ୍ଥାପନା ସହ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ବିଭିନ୍ନ ସଂସ୍ଥାର ଉଲ୍ଲେଖନୀୟ କାର୍ଯ୍ୟ ଏବଂ ଏନ୍ଜିଓଗୁଡିକୁ ସମର୍ଥନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏଚ୍ସିଏଲ୍ ଗ୍ରାଣ୍ଟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି କାର୍ଯ୍ୟକ୍ରମର ୮ମ ସଂସ୍କରଣରେ ମୋଟ ୧୬.୫ କୋଟି ଟଙ୍କାର ଅନୁଦାନ ପାଣ୍ଠି ଯୋଗାଇବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି।
ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍
ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…
୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି
ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…
ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍ର ବଜାର ପ୍ରବେଶ
ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍ ଏଣ୍ଟ୍ରି ପ୍ଲାଟ୍ଫର୍ମ (ଆର୍ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…
ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…
ନୂଆଦିଲ୍ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…
FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…
ଟାଟା ଗ୍ରୁପ୍ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ
ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…
8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA
ନୂଆଦିଲ୍ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…
2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍!
ନୂଆଦିଲ୍ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

