ମିଲ୍‌କୁ ଗଲା ଉତ୍ତର, ପଶ୍ଚିମ ଦ୍ୱାରରେ ଥିବା ଅର୍ପଣ ଚାଉଳ

ପୁରୀ,୧୯।୮(ଅଜିତ୍‌ କୁମାର ମହାନ୍ତି): ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ଉତ୍ତର ଏବଂ ପଶ୍ଚିମ ଦ୍ୱାରଠାରେ ଥିବା ଅର୍ପଣ ଚାଉଳକୁ ପ୍ରଶାସନର ନିର୍ଦ୍ଦେଶ ପରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ରବିବାର ମିଲ୍‌କୁ ପଠାଯାଇଛି। ସୂଚନାଯୋଗ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଅର୍ପଣ ଚାଉଳ ନିର୍ବାଚନ ପରେ ମହାପ୍ରଭୁଙ୍କ କାର୍ଯ୍ୟରେ ନ ଲାଗି ପଡ଼ିରହି ଏବେ ନଷ୍ଟ ହେବାକୁ ବସିଥିଲା। ଶ୍ରୀମନ୍ଦିର ଉତ୍ତର ଦ୍ୱାରଠାରେ ରଖାଯାଇଥିବା ଅର୍ପଣ ଚାଉଳ ନଷ୍ଟ ହୋଇ ଗନ୍ଧ ସୃଷ୍ଟି ହେଉଥିଲା। ମାତ୍ର ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷପ ଗ୍ରହଣ କରାଯାଉ ନ ଥିଲା, ଯାହାକୁ ନେଇ ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସଂଗ୍ରହ ହୋଇଥିବା ଚାଉଳରେ ଖେଚୁଡି ଓ କାନିକା ମହାପ୍ରସାଦ କରାଯାଇ ଭକ୍ତଙ୍କୁ ବଣ୍ଟାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁସାରେ ଫେବୃଆରୀରୁ ଭକ୍ତଙ୍କୁ ମଧ୍ୟ ଖେଚୁଡି ଓ କାନିକା ବଣ୍ଟା ଯାଉଥିଲା। ମାତ୍ର ନିବାର୍ଚନରେ ପରେ ଗତ ଜୁନ୍‌ରୁ ତାହା ବନ୍ଦ କରି ଦିଆଯାଇଥିଲା। ଫଳରେ ଚାଉଳଗୁଡ଼ିକ ପଡି ପଡି ନଷ୍ଟ ହେବାକୁ ଲାଗିଥିଲା। ଯାହାକୁ ନେଇ ସୁଆର ମହାସୁଆ ନିଯୋଗ ପକ୍ଷରୁ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏନେଇ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଆଲୋଚନା କରିବା ସହ ଉକ୍ତ ଚାଉଳ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବା ନିମନ୍ତେ ଆଉ ଉପଯୁକ୍ତ ନ ଥିବାରୁ ତାକୁ ଗରିବ ତଥା ବିଭିନ୍ନ ଅନାଥ ଆଶ୍ରମ ଆଦିରେ ପ୍ରଦାନ କରିବା ନିମନ୍ତେ ଆଲୋଚନା ହୋଇଥିଲା। ମାତ୍ର ଆଲୋଚନାକୁ ଅନେକ ଦିନ ବିତିଥିଲେ ମଧ୍ୟ ଅର୍ପଣ ଚାଉଳ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅପରପକ୍ଷେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଏବଂ ପଶ୍ଚିମ ଦ୍ୱାରଠାରେ ଥିବା ଅର୍ପଣ ଚାଉଳରେ ବର୍ଷା ପାଣି ମିଶି ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଥିଲା। ଦୁର୍ଗନ୍ଧ ଯୋଗୁ ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ ନାହିଁ ନ ଥିବା ସମସ୍ୟା ଭୋଗିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇ କହିଛନ୍ତି, ସୁଆର ମହାସୁଆର ଜିମାରେ ଥିବା ଚାଉଳ କିଛି ବ୍ୟବହାର ହୋଇପାରି ନ ଥିଲା। ତେବେ ସେଗୁଡ଼ିକ କିପରି ଫିଡିଂ କରି ବ୍ୟବହାର କରିପାରିବେ ସେ ନେଇ ଆଲୋଚନା ହୋଇଛି। ପଦକ୍ଷେପ ନେବା ଆରମ୍ଭ ହୋଇଛି। ତେଣୁ ଆସନ୍ତା ଦିନେ ଦୁଇଦିନ ମଧ୍ୟ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଜିଲାପାଳ କହିଥିଲେ। ଶନିବାର ଜିଲାପାଳ ସୂଚନା ଦେବା ପରେ ରବିବାର ଏନେଇ ତ୍ୱରିତ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉତ୍ତର ଏବଂ ପଶ୍ଚିମ ଦ୍ୱାରଠାରେ ଥିବା ଅର୍ପଣ ଚାଉଳକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ମିଲ୍‌କୁ ପଠାଯାଇଛି। ଏନେଇ ସୁଆର ମହାସୁଅର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ସାରା ରାଜ୍ୟରୁ ୧୪ ହଜାର କୁଇଣ୍ଟାଲ ଚାଉଳ ପ୍ରଶାସନ ନିକଟକୁ ଆସିଥିଲା। ସେଥିମଧ୍ୟରୁ ୪ ହଜାର କୁଇଣ୍ଟାଲ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଥିଲା। ଫେବୃଆରୀ ୪ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଶ୍ରୀମନ୍ଦିର ୩ ଦ୍ୱାରଠାରେ ଭକ୍ତଙ୍କୁ ଖେଚୁଡି ଓ କାନିକା ବଣ୍ଟା ଯାଇଥିଲା। ତେବେ ପାଖାପାଖି ୨୦ କୁଇଣ୍ଟାଲ ବଳକା ଚାଉଳ ଯାହା ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମ ଦ୍ୱାରଠାରେ ରହିଥିଲା। କିଛି ମାସ ତଳେ ଉକ୍ତ ଚାଉଳକୁ ପ୍ରୋସେସିଂ କରିବାକୁ ନେବା ସମୟରେ ପ୍ରକୃତ ଘଟଣା କ’ଣ ନ ଜାଣି ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ ତାହା ରହିଯାଇଥିଲା। ତେବେ ରବିବାର ଉକ୍ତ ଚାଉଳକୁ ପ୍ରସେସିଙ୍ଗ ନିମନ୍ତେ ମିଲ୍‌କୁ ପଠାଯାଉଛି। ଚାଉଳ ଯଦି ଭଲ ଥିବ, ତେବେ ତାହା ରିପ୍ରୋସେସିଂ ହେବ। ଯଦି ଖରାପ ହୋଇଯାଇଥିବ, ସେଗୁଡ଼ିକୁ ଅଟା କରାଯିବ। ସେଥିରେ ପିଠା ହୋଇ ମହାପ୍ରଭୁଙ୍କୁ ଲାଗି ହେବ। ଅପରପକ୍ଷେ ପ୍ରଶାସନ ନିକଟରେ ଥିବା ଚାଉଳ ତୁରନ୍ତ ପ୍ରୋସେସିଂ କରାଯାଉ ନଚେତ ଅନ୍ୟତ୍ର ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ମହାସୁଆର କହିଛନ୍ତି। ଅନ୍ୟପଟେ ଶନିବାର ଏକ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ସୂଚନା ଦେଇଛନ୍ତି, ଅର୍ପଣ ଚାଉଳ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ଖୁବ୍‌ଶ୍ରୀଘ୍ର ଅର୍ପଣ ଚାଉଳ ସମ୍ପର୍କରେ ସରକାର ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri