ମିଲ୍‌କୁ ଗଲା ଉତ୍ତର, ପଶ୍ଚିମ ଦ୍ୱାରରେ ଥିବା ଅର୍ପଣ ଚାଉଳ

ପୁରୀ,୧୯।୮(ଅଜିତ୍‌ କୁମାର ମହାନ୍ତି): ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ଉତ୍ତର ଏବଂ ପଶ୍ଚିମ ଦ୍ୱାରଠାରେ ଥିବା ଅର୍ପଣ ଚାଉଳକୁ ପ୍ରଶାସନର ନିର୍ଦ୍ଦେଶ ପରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ରବିବାର ମିଲ୍‌କୁ ପଠାଯାଇଛି। ସୂଚନାଯୋଗ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଅର୍ପଣ ଚାଉଳ ନିର୍ବାଚନ ପରେ ମହାପ୍ରଭୁଙ୍କ କାର୍ଯ୍ୟରେ ନ ଲାଗି ପଡ଼ିରହି ଏବେ ନଷ୍ଟ ହେବାକୁ ବସିଥିଲା। ଶ୍ରୀମନ୍ଦିର ଉତ୍ତର ଦ୍ୱାରଠାରେ ରଖାଯାଇଥିବା ଅର୍ପଣ ଚାଉଳ ନଷ୍ଟ ହୋଇ ଗନ୍ଧ ସୃଷ୍ଟି ହେଉଥିଲା। ମାତ୍ର ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷପ ଗ୍ରହଣ କରାଯାଉ ନ ଥିଲା, ଯାହାକୁ ନେଇ ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସଂଗ୍ରହ ହୋଇଥିବା ଚାଉଳରେ ଖେଚୁଡି ଓ କାନିକା ମହାପ୍ରସାଦ କରାଯାଇ ଭକ୍ତଙ୍କୁ ବଣ୍ଟାଯିବା ନେଇ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁସାରେ ଫେବୃଆରୀରୁ ଭକ୍ତଙ୍କୁ ମଧ୍ୟ ଖେଚୁଡି ଓ କାନିକା ବଣ୍ଟା ଯାଉଥିଲା। ମାତ୍ର ନିବାର୍ଚନରେ ପରେ ଗତ ଜୁନ୍‌ରୁ ତାହା ବନ୍ଦ କରି ଦିଆଯାଇଥିଲା। ଫଳରେ ଚାଉଳଗୁଡ଼ିକ ପଡି ପଡି ନଷ୍ଟ ହେବାକୁ ଲାଗିଥିଲା। ଯାହାକୁ ନେଇ ସୁଆର ମହାସୁଆ ନିଯୋଗ ପକ୍ଷରୁ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏନେଇ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଆଲୋଚନା କରିବା ସହ ଉକ୍ତ ଚାଉଳ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବା ନିମନ୍ତେ ଆଉ ଉପଯୁକ୍ତ ନ ଥିବାରୁ ତାକୁ ଗରିବ ତଥା ବିଭିନ୍ନ ଅନାଥ ଆଶ୍ରମ ଆଦିରେ ପ୍ରଦାନ କରିବା ନିମନ୍ତେ ଆଲୋଚନା ହୋଇଥିଲା। ମାତ୍ର ଆଲୋଚନାକୁ ଅନେକ ଦିନ ବିତିଥିଲେ ମଧ୍ୟ ଅର୍ପଣ ଚାଉଳ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅପରପକ୍ଷେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଏବଂ ପଶ୍ଚିମ ଦ୍ୱାରଠାରେ ଥିବା ଅର୍ପଣ ଚାଉଳରେ ବର୍ଷା ପାଣି ମିଶି ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଥିଲା। ଦୁର୍ଗନ୍ଧ ଯୋଗୁ ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ ନାହିଁ ନ ଥିବା ସମସ୍ୟା ଭୋଗିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇ କହିଛନ୍ତି, ସୁଆର ମହାସୁଆର ଜିମାରେ ଥିବା ଚାଉଳ କିଛି ବ୍ୟବହାର ହୋଇପାରି ନ ଥିଲା। ତେବେ ସେଗୁଡ଼ିକ କିପରି ଫିଡିଂ କରି ବ୍ୟବହାର କରିପାରିବେ ସେ ନେଇ ଆଲୋଚନା ହୋଇଛି। ପଦକ୍ଷେପ ନେବା ଆରମ୍ଭ ହୋଇଛି। ତେଣୁ ଆସନ୍ତା ଦିନେ ଦୁଇଦିନ ମଧ୍ୟ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଜିଲାପାଳ କହିଥିଲେ। ଶନିବାର ଜିଲାପାଳ ସୂଚନା ଦେବା ପରେ ରବିବାର ଏନେଇ ତ୍ୱରିତ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉତ୍ତର ଏବଂ ପଶ୍ଚିମ ଦ୍ୱାରଠାରେ ଥିବା ଅର୍ପଣ ଚାଉଳକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ମିଲ୍‌କୁ ପଠାଯାଇଛି। ଏନେଇ ସୁଆର ମହାସୁଅର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ସାରା ରାଜ୍ୟରୁ ୧୪ ହଜାର କୁଇଣ୍ଟାଲ ଚାଉଳ ପ୍ରଶାସନ ନିକଟକୁ ଆସିଥିଲା। ସେଥିମଧ୍ୟରୁ ୪ ହଜାର କୁଇଣ୍ଟାଲ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଥିଲା। ଫେବୃଆରୀ ୪ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଶ୍ରୀମନ୍ଦିର ୩ ଦ୍ୱାରଠାରେ ଭକ୍ତଙ୍କୁ ଖେଚୁଡି ଓ କାନିକା ବଣ୍ଟା ଯାଇଥିଲା। ତେବେ ପାଖାପାଖି ୨୦ କୁଇଣ୍ଟାଲ ବଳକା ଚାଉଳ ଯାହା ଶ୍ରୀମନ୍ଦିର ଉତ୍ତର ଓ ପଶ୍ଚିମ ଦ୍ୱାରଠାରେ ରହିଥିଲା। କିଛି ମାସ ତଳେ ଉକ୍ତ ଚାଉଳକୁ ପ୍ରୋସେସିଂ କରିବାକୁ ନେବା ସମୟରେ ପ୍ରକୃତ ଘଟଣା କ’ଣ ନ ଜାଣି ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ ତାହା ରହିଯାଇଥିଲା। ତେବେ ରବିବାର ଉକ୍ତ ଚାଉଳକୁ ପ୍ରସେସିଙ୍ଗ ନିମନ୍ତେ ମିଲ୍‌କୁ ପଠାଯାଉଛି। ଚାଉଳ ଯଦି ଭଲ ଥିବ, ତେବେ ତାହା ରିପ୍ରୋସେସିଂ ହେବ। ଯଦି ଖରାପ ହୋଇଯାଇଥିବ, ସେଗୁଡ଼ିକୁ ଅଟା କରାଯିବ। ସେଥିରେ ପିଠା ହୋଇ ମହାପ୍ରଭୁଙ୍କୁ ଲାଗି ହେବ। ଅପରପକ୍ଷେ ପ୍ରଶାସନ ନିକଟରେ ଥିବା ଚାଉଳ ତୁରନ୍ତ ପ୍ରୋସେସିଂ କରାଯାଉ ନଚେତ ଅନ୍ୟତ୍ର ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ମହାସୁଆର କହିଛନ୍ତି। ଅନ୍ୟପଟେ ଶନିବାର ଏକ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ସୂଚନା ଦେଇଛନ୍ତି, ଅର୍ପଣ ଚାଉଳ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ଖୁବ୍‌ଶ୍ରୀଘ୍ର ଅର୍ପଣ ଚାଉଳ ସମ୍ପର୍କରେ ସରକାର ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?