ଆଇଟିଆଇ ୩ ବର୍ଷର ପରୀକ୍ଷାଫଳ ପ୍ରକାଶିତ

ଭଦ୍ରକ ଅଫିସ,୧।୧-ଏନ୍‌ସିଭିଟି ନୂଆଦିଲ୍ଲୀ ଅଧୀନରେ ଥିବା ଆଇଟିଆଇ ୨୦୧୮-୨୦, ୨୦୧୯-୨୧ ଓ ୨୦୨୦-୨୨ ବ୍ୟାଚ୍‌ର ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ୩ ବର୍ଷ କୋଭିଡ଼ କାରଣରୁ ଅନ୍‌ଲାଇନ ପରୀକ୍ଷା ହୋଇପାରି ନ ଥିଲା। ଛାତ୍ରୀଛାତ୍ର ଦୀର୍ଘଦିନ ଧରି ଦେଇଥିବା ଅଫ୍‌ଲାଇନ ପରୀକ୍ଷା ଫଳାଫଳ ଏବଂ ଅନ୍‌ଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ର ଅସନ୍ତୋଷ ଲାଗି ରହିଥିଲା। ୩ ବର୍ଷର ଏହି ପରୀକ୍ଷା ଫଳ ଗୋଟିଏ ଦିନରେ ପ୍ରକାଶ ପାଇବା ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସି ବ୍ୟକ୍ତ କରିଛନ୍ତି। ୩ ବ୍ୟାଚ୍‌ ଦେଇଥିବା ବାର୍ଷିକ ପରୀକ୍ଷା ଫଳାଫଳ ଅଫଲାଇନରେ ଦେଇଥିବା ପରୀକ୍ଷା ଇଡି ଏବଂ ପ୍ରାକ୍ଟିକାଲରେ ପାସ୍‌ କରିଥିବା ପିଲାମାନଙ୍କ ଫଳାଫଳ ସିବିଟି ପରୀକ୍ଷା ବିନା ପାସ୍‌ ଘୋଷଣା କରାଯାଇଛି। ୨୦୧୮-୨୦ ପିଲାମାନଙ୍କର ସମ୍ପୂର୍ଣ୍ଣ ପାସ୍‌, ୨୦୧୯-୨୧ ପିଲାଙ୍କର ପ୍ରଥମ ବର୍ଷ ପାସ୍‌, ୨୦୨୦-୨୨ ପିଲାମାନଙ୍କର ପ୍ରଥମ ବର୍ଷ ପରୀକ୍ଷାରେ କେବଳ ଇଡି ଏବଂ ପ୍ରାକ୍ଟିକାଲରେ ପାସ୍‌ କରିଥିବା ପିଲାମାନଙ୍କର ପରୀକ୍ଷା ଫଳ ଡିଜିଇଟି ବିଜ୍ଞପ୍ତିରୁ ଘୋଷଣା କରାଯାଇଛି। ଏଥିପାଇଁ ଭଦ୍ରକ ପ୍ରଫୁଲ୍ଲ ଚନ୍ଦ୍ର ଶିଳ୍ପ ତାଲିମ କେନ୍ଦ୍ର, ପୂର୍ଣ୍ଣଚନ୍ଦ୍ର ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଅଜୟ କୁମାର ମହାନ୍ତି, ମାଧବାନନ୍ଦ ଆଇଟିଆଇର ଅଧ୍ୟକ୍ଷ ସ୍ବାଧୀନ ନାୟକ, ତିହିଡ଼ି ଆଇଟିଆଇର ଅଧ୍ୟକ୍ଷ ଗଣେଶ ବିଶ୍ୱାଳ, ରୟାଲ ଆଇଟିଆଇ, ନିତ୍ୟାନନ୍ଦ ଆଇଟିଆଇ ପ୍ରମୁଖ ଆଇଟିଆଇର ପ୍ରମୋଟରମାନେ ଡିଜିଇଟି ଏବଂ ଏନ୍‌ସିଭିଟି ନୂଆଦିଲ୍ଲୀ, ରାଜ୍ୟ ଶିଳ୍ପ ତାଲିମ ଘରୋଇ ସଂଘ, ସିଟିଟିଆଇର ଅଧ୍ୟକ୍ଷ ଅରୁଣ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share