କେନ୍ଦୁଝରରୁ ଅଲଗା ହେବେନି ଘଟଗାଁବାସୀ

ଘଟଗାଁ,୧୭।୪(ଡି.ଏନ.ଏ.): କେନ୍ଦୁଝର ଜିଲାକୁ ବିଭାଜନ କରି ଆନନ୍ଦପୁର ଉପଖଣ୍ଡକୁ ଏକ ନୂତନ ଜିଲା କରିବାକୁ ଆନନ୍ଦପୁରରେ ଗଣଧାରଣା ଜାରି ରହିଛି। ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ ଶନିବାର ଘଟଗାଁ ପାଲା ମଣ୍ଡପରେ ଏକ ଦଳ ମତ ନିର୍ବିଶେଷରେ ବୁଦ୍ଧିଜିବୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଘଟଗାଁ କିଷାନ ମଜଦୁର ସଂଘ ସଭାପତି ରଶ୍ମିରଞ୍ଜନ ରାଉତ ସଭାପତିତ୍ୱ କରିଥିଲେ। ଘଟଗାଁ ବ୍ଲକ୍‌ ରାଜ୍ୟରେ ମା’ ତାରିଣୀଙ୍କ ପାଇଁ ପରିଚିତ। ତେଣୁ ଘଟଗାଁବାସୀ କୌଣସି ପରିସ୍ଥିତିରେ କେନ୍ଦୁଝରଠାରୁ ଅଲଗା ହେବେ ନାହିଁ ବୋଲି ସର୍ବଦଳୀୟ ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ଅଖଣ୍ଡ କେନ୍ଦୁଝର ଜିଲା ରହିଲେ ଭଲ ଯଦି ଆନନ୍ଦପୁର ନୂଆ ଜିଲା ହେଉଛି ତାହା ମଧ୍ୟ ସ୍ବାଗତ ଯୋଗ୍ୟ, କିନ୍ତୁ ଘଟଗାଁ ବ୍ଲକ୍‌ କେବେ ବି ଆନନ୍ଦପୁର ଜିଲାରେ ମିଶିବାକୁ ଦିଆଯିବ ନି ବୋଲି ସମସ୍ତେ ମତ ରଖିଥିଲେ। ଆଗକୁ ଏକ ସୂତନ୍ତ୍ର କମିଟି କରି ପ୍ରତ୍ୟେକ ପଞ୍ଚାୟତରେ ବୈଠକ କରି ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ମତ ପ୍ରକାଶ ପାଇଥିଲା। ବୈଠକରେ ବିକାଶ ପରିଷଦର ସଭାପତି ସେକ ମୋବିନ, ସମ୍ପାଦକ ସଞ୍ଜୟ ମିଶ୍ର, ବିଜେଡି ନେତା ରବୀନ୍ଦ୍ର ମହାନ୍ତ, ପୂର୍ବତନ ସରପଞ୍ଚ କୁଳମଣି ନାୟକ, ବିଜେଡି ବ୍ଲକ୍‌ ସମ୍ପାଦିକା ଗୀତା ନାଏକ, କଂଗ୍ରେସ ନେତା ସୁରେନ୍ଦ୍ର ପଟ୍ଟନାୟକ, ବରିଷ୍ଠ ନେତା ଗୋବର୍ଦ୍ଧନ ବେହେରା, ବିଜେପି ନେତା ରୁଦ୍ର ପ୍ରସାଦ ବେହେରା, ମଣ୍ଡଳ ସଭାପତି ଗୋଲୋକ ବଳ, ବିଜେପି ଯୁବ ସଭାପତି ସତ୍ୟମ ଦେହୁରୀ, ବରିଷ୍ଠ ନାଗରିକ ଗୋଲବାସ ଦେହୁରୀ, ହିମାଂଶୁ ଦେହୁରୀ, ବାବୁଲାଲ ବେହେରା ଓ ବଜରଙ୍ଗ ଦଳର ବହୁ କର୍ମକର୍ତ୍ତା, ବୁଦ୍ଧିଜୀବୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri