ରେରା ଆଇନ ହେବ ସଂଶୋଧନ

ସମ୍ବଲପୁର,୧୫।୧୦(ପ୍ରମୋଦ ବହିଦାର):ରେରା ଆଇନ ହେବ ସଂଶୋଧନ। ଆବଶ୍ୟକସ୍ଥଳେ ସମ୍ପୂର୍ଣ୍ଣ ଜମି ବଦଳରେ କିଛି ଅଂଶକୁ ଜମି ମାଲିକମାନେ ବିକ୍ରି କରିପାରିବେ। ସୋମବାର ସମ୍ବଲପୁର ସହକାରୀ ଉପନିବନ୍ଧକ(ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟ ପରିଦର୍ଶନ ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଛନ୍ତି।
ଏହି ଅବସରରେ ସେ ଜମି ଦଲାଲମାନଙ୍କୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି, ସହକାରୀ ଉପନିବନ୍ଧକ(ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟରେ ଜମି ବିକ୍ରୟକୁ ନେଇ ଅବହେଳା ସମ୍ପର୍କରେ ଅଭିଯୋଗ ହସ୍ତଗତ ହୋଇଛି। ଜମି ବିକ୍ରୟ ପାଇଁ ଲାଗୁ ହୋଇଥିବା ରେରା(ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି) ଆଇନରେ କେଉଁ ପରିସ୍ଥିତିରେ ଆଂଶିକ ଜମି ବିକ୍ରୟ କରାଯାଇ ପାରିବ ତାହା ଉଲ୍ଲେଖ ରହିଛି। କେଉଁ ଜମି ବିକ୍ରୟ କ୍ଷେତ୍ରରେ ଉକ୍ତ ଆଇନ ଅନ୍ତର୍ଭୁକ୍ତ ନୁହେଁ ସେହି ଅନୁସାରେ ସହକାରୀ ଉପନିବନ୍ଧକ ଲୋକଙ୍କୁ ସେବା ଯୋଗାଇଦେବାର ଆବଶ୍ୟକତା ରହିଛି। ତେବେ ସମ୍ବଲପୁର ଉନ୍ନୟନ ପ୍ରାଧିକରଣ(ଏସ୍‌ଡିଏ)ଙ୍କ ପକ୍ଷରୁ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟକୁ ପ୍ରେରିତ ଚିଠିରେ ସହରାଞ୍ଚଳରେ ଆଂଶିକ ଜମି ବିକ୍ରୟ ଉପରେ ନିଷେଧାଦେଶ ଜାରି କରାଯାଇଛି। ଫଳରେ ସ୍ବାସ୍ଥ୍ୟଗତ କାରଣ ବା ଅନ୍ୟ ଜରୁରିକାଳୀନ ପରିସ୍ଥିତିରେ ଆର୍ଥତ୍କ ଆବଶ୍ୟକତା ପୂରଣ ପାଇଁ ଆଂଶିକ ଜମି ବିକ୍ରିକରି ନ ପାରି ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏସ୍‌ଡିଏ ପକ୍ଷରୁ କେଉଁ ପରିସ୍ଥିତିରେ ଉକ୍ତ ଆଦେଶ ଜାରି କରାଯାଇଛି, ପ୍ରକୃତରେ ଏହା ରେରା ଆଇନ ଅନ୍ତର୍ଭୁକ୍ତ ନା ନାହିଁ ତାହାର ତର୍ଜମା କରାଯିବ। ପ୍ରକୃତପକ୍ଷେ ସହରର ବିକାଶ ଯୋଜନା ଅନୁସାରେ ଆଂଶିକ ଜମି ବିକ୍ରୟକୁ ଅନୁମତି ପ୍ରଦାନ କରାଯିବା ଆବଶ୍ୟକ। ଏହାକୁ ନେଇ ଏସ୍‌ଡିଏ କର୍ତ୍ତୃପକ୍ଷ, ଡିଏସ୍‌ଆର୍‌, ରାଜସ୍ବ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରିବାକୁ ସେ ସମ୍ବଲପୁର ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ହେଲେ ରେରା ଆଇନର ସଂଶୋଧନ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।
ସେହିପରି କାମ ନ ଥାଇ ବାରମ୍ବାର ଅଫିସ୍‌କୁ ଆସୁଥିବା ଯେକୌଣସି ବ୍ୟକ୍ତିବିଶେଷଙ୍କୁ ଜମି ଦଲାଲ ବୋଲି ଧରାଯିବ। ସିସିଟିଭି ଫୁଟେଜ୍‌ ଆଧାରରେ ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ଫଟୋକୁ ଡିଏସ୍‌ଆର୍‌ ଅଫିସ୍‌ କାନ୍ଥରେ ଲଗାଯିବ। ସେହିପରି ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ପୂଜାରୀ ବିଭିନ୍ନ କାର୍ଯ୍ୟରେ ଡିଏସ୍‌ଆର୍‌ କାର୍ଯ୍ୟାଳୟ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଏହାସହ ସ୍ଲଟ୍‌ ବୁକିଂ କରି କାର୍ଯ୍ୟାଳୟକୁ ପଞ୍ଜୀକରଣ ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିବା ତଥା ସେମାନେ ଡିଏସ୍‌ଆର୍‌ଙ୍କ ସେବାରେ ସନ୍ତୁଷ୍ଟ ବା ଅସନ୍ତୁଷ୍ଟ ତା’ର ମଧ୍ୟ ହିସାବ କରି ରାଜସ୍ବ ବିଭାଗକୁ ଜଣାଇବା ପାଇଁ ସେ ଡିଏସ୍‌ଆର୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri