ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୯।୧୦ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ମୁଦ୍ରାନୀତି କମିଟି(ଏମ୍‌ପିସି) ରେପୋ ରେଟ୍‌(କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଯେଉଁ ହାରରେ ଋଣ ଦିଏ)କୁ ଶୁକ୍ରବାର ୪% ସ୍ତରରେ ଅପରିବର୍ତ୍ତିିତ ରଖିଛି। ଲଗାତର ୮ଥର ଲାଗି ରେପୋରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ୬ ସଦସ୍ୟ ବିଶିଷ୍ଟ ଏମ୍‌ପିସି ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ରିଭର୍ସ ରେପୋ (କେନ୍ଦ୍ରୀୟ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କଗୁଡିକ ଠାରୁ ଯେଉଁ ହାରରେ ଋଣ ନିଏ) ମଧ୍ୟ ୩.୫୫% ସ୍ତରରେ ଅପରିବର୍ତ୍ତିତ ରହିଛି। ଏମ୍‌ପିସିର ୫ ଜଣ ସଦସ୍ୟ ରେପୋ ଅପରିବର୍ତ୍ତିିତ ରଖିବା ନେଇ ଭୋଟ ଦେଇଥିଲେ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଏବଂ ବଜାରର ଅଭିବୃଦ୍ଧିକୁ ସହାୟତା କରିବା ଲାଗି ଆର୍‌ବିଆଇ ଦୀର୍ଘ ମିଆଦୀ ଭିତ୍ତିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି।
ଆର୍ଥତ୍କ ବର୍ଷରେ ରିୟଲ ଜିଡିପି ଅଭିବୃଦ୍ଧି ଲକ୍ଷ୍ୟକୁ ଏହା ୯.୫% ରଖିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଅଭିବୃଦ୍ଧି ୭.୯%, ତୃତୀୟ ତ୍ରୈମାସରେ ୬.୮% ଏବଂ ଚତୁର୍ଥ ତ୍ରୈମାସରେ ୬.୧% ରହିବ ବୋଲି ଆକଳନ କରାଯାଇଛି। ଆର୍ଥତ୍କ ବର୍ଷ ୨୦୨୨-୨୩ ପ୍ରଥମ ତ୍ରୈମାସରେ ଦେଶର ରିୟଲ ଜିଡିପି ଅଭିବୃଦ୍ଧି ୧୭.୨% ସ୍ତର ଛୁଇଁବ। ୨୦୨୨-୨୩ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୨% ରହିବା ନେଇ ଆକଳନ ହୋଇଛି। ବଜାରର ଅଭିବୃଦ୍ଧି ଦିଗରେ ବିଭିନ୍ନ କାରକ ଦୃଢ଼ ହେଉଥିବା ବେଳେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସୁଛି। ଆଗାମୀ ଦିନରେ ଖାଦ୍ୟ ଶସ୍ୟ ଉତ୍ପାଦନ ରେକର୍ଡ ଛୁଇଁବାକୁ ଥିବାରୁ ଖାଦ୍ୟ ମୁଦ୍ରାସ୍ଫୀତି କମିବ ବୋଲି ଶକ୍ତିକାନ୍ତ ଆଶାବାଦୀ ରହିଛନ୍ତି।
ଆଇଏମ୍‌ପିଏସ୍‌ର ନେଣଦେଣ ସୀମାକୁ ୨ରୁ ୫ ଲକ୍ଷକୁ ବଢ଼ାଇଛି। ବର୍ତ୍ତମାନ ଆର୍‌ଟିଜିଏସ୍‌ ସେବା ନିରନ୍ତର ହୋଇଛି। ଆଇଏମ୍‌ପିଏସ୍‌ର ସେଟେଲ୍‌ମେଣ୍ଟ ଏବଂ କ୍ରେଡିଟ ରିସ୍କ ହ୍ରାସ ହେଉଥିବାରୁ ଡିଜିଟାଲ ପେମେଣ୍ଟ ବୃଦ୍ଧି ଦିଗରେ ଏହା ସହାୟକ ହେବ ବୋଲି ଆର୍‌ବିଆଇ କହିଛି। ସାରା ଦେଶରେ ଅଫ୍‌ଲାଇନ ମୋଡ୍‌ରେ ରିଟେଲ ଡିଜିଟାଲ ପେମେଣ୍ଟ କାର୍ଯ୍ୟକାରୀ କରାଇବା ଲାଗି ବ୍ୟବସ୍ଥା ଆଣିବାକୁ ପ୍ରସ୍ତାବ ରହିଛି। ଇଣ୍ଟରନେଟ ସଂଯୋଗ ଧୀମା କିମ୍ବା ନ ଥିଲେ ସେଭଳି ସ୍ଥାନଗୁଡିକରେ ରିଟେଲ ଡିଜିଟାଲ ପେମେଣ୍ଟ କାର୍ଯ୍ୟକାରୀ କରାଇବା ଦିଗରେ ଏକ ଅଭିନବ ଟେକ୍ନୋଲୋଜି ଉପରେ ଆର୍‌ବିଆଇ ବର୍ତ୍ତମାନ ପରୀକ୍ଷଣ କରାଉଥିବା ଜଣାପଡ଼ିଛି। ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡ଼ିକ ଲାଗି ଅନ୍ତରୀଣ ଅମ୍ବୁଡସମ୍ୟାନ ସ୍କିମ୍‌(ଆଇଓଏସ୍‌) କାର୍ଯ୍ୟକାରୀ କରାଇବା ଲାଗି ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ଏନ୍‌ବିଏଫ୍‌ସିଗୁଡିକର ଆଭ୍ୟନ୍ତରୀଣ ଅଭିଯୋଗ ସମାଧାନ ବ୍ୟବସ୍ଥା ଦୃଢ଼ୀକରଣ ହେବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ଆଶାବାଦୀ ରହିଛି। ଯେଉଁ ଏନ୍‌ବିଏଫ୍‌ସି ଅଧିକ ସଂଖ୍ୟକ ଗ୍ରାହକଙ୍କ ସହ କାରବାର କରୁଛନ୍ତି ଉକ୍ତ କ୍ଷେତ୍ରରେ ନୂଆ ବ୍ୟବସ୍ଥା ଆସିବ। ସ୍ବତନ୍ତ୍ର ଦୀର୍ଘ ମିଆଦୀ ରେପୋ ଅପରେଶନ(ଏସ୍‌ଏଲ୍‌ଟିଆର୍‌ଓ) କ୍ଷେତ୍ରରେ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡିକ ଚଳିତ ବର୍ଷ ଡିସେମ୍ବର ଶେଷ ଯାଏ ଭାଗ ନେଇପାରିବେ। ଏଥିରେ ଆଗାମୀ ୩ ବର୍ଷ ଲାଗି ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri