ବଣ୍ଡ, କରେନ୍ସି ମାର୍କେଟ ଟ୍ରେଡିଂ ସମୟ ବଢ଼ାଇବ ଆର୍‌ବିଆଇ

ମୁମ୍ବାଇ: ବଣ୍ଡ ଏବଂ କରେନ୍ସି ମାର୍କେଟର ଟ୍ରେଡିଂ ସମୟ ସୀମାକୁ ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ସୋମବାର ନିଷ୍ପତ୍ତି ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ଏହାଦ୍ୱାରା ନିୟନ୍ତ୍ରିତ ବିଭିନ୍ନ ବଜାରର ଟ୍ରେଡିଂ ସମୟକୁ ପୁଣି ଥରେ ବ୍ୟବସ୍ଥିତ କରିବା ଲାଗି ଏଭଳି ପଦକ୍ଷେପ ହାତକୁ ନେଇଛି। ନଭେମ୍ବର ୯ରୁ ପର୍ଯ୍ୟାୟକ୍ରମେ ଏହା ହେବ। ନୂଆ ନିୟମ ମୁତାବକ ବଣ୍ଡ ଏବଂ କରେନ୍ସି ମାର୍କେଟର ଟ୍ରେଡିଂ ସମୟକୁ ୧.୫୦ ଘଣ୍ଟା ବଢ଼ାଯାଇଛି। ଫଳରେ ଏହି ବଜାର ୩.୩୦ରେ ବନ୍ଦ ହେବ। ପୂର୍ବରୁ ଏହା ୨ଟାରେ ବନ୍ଦ ହୋଇଯାଉଥିଲା। ସରକାରୀ ପ୍ରତିଭୂତିରେ ମାର୍କେଟ ରେପୋ ଆସନ୍ତା ସପ୍ତାହଠାରୁ ପୂର୍ବାହ୍ନ ୧୦ରୁ ଅପରାହ୍ନ ୨.୩୦ ଯାଏ କାମ କରିବ। ସରକାରୀ ପ୍ରତିଭୂତିରେ ତୃତୀୟ ପକ୍ଷ ରେପୋ ୧୦ରୁ ୩ଟା ଯାଏ ଚାଲିବ। ଲକ୍‌ଡାଉନ ଘୋଷଣା ପରେ ଏପ୍ରିଲ ୭ରୁ ଟ୍ରେଡିଂ ସମୟକୁ ଆର୍‌ବିଆଇ କମାଇ ଦେଇଥିଲା। ସବୁ ବର୍ଗର ମାର୍କେଟ ଖୋଲିବା ସମୟକୁ ସକାଳ ୧୦ ପରିବର୍ତ୍ତେ ସକାଳ ୯ଟା କରାଯାଇଥିଲା। ସେହିଭଳି କ୍ଲୋଜିଂ ସମୟ ୨ଟା ରହିଥିଲା। ସେହିଭଳି କମର୍ସିଆଲ ପେପର, ସାର୍ଟିଫିକେଟ ଅଫ୍‌ ଡିପୋଜିଟ, କର୍ପୋରେଟ ବଣ୍ଡ ରେପୋ, ସରକାରୀ ପ୍ରତିଭୂତି, ବିଦେଶୀ ମୁଦ୍ରା, ଭାରତୀୟ ଟଙ୍କା ସହ ଫରେନ୍ସ ଡେରିଭେଟିଭ, ରୁପି ଇଣ୍ଟରେଷ୍ଟ ରେଟ୍‌ ଡେରିଭେଟିଭ୍‌, କଲ୍‌, ନୋଟିସ ଏବଂ ଟର୍ମ ମନି ଟ୍ରେଡିଂ ସମୟକୁ ୩.୩୦ ଯାଏ ବଢ଼ାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri