ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଚତୁର୍ଥ ଥର ଲାଗି ଏହାର ରେପୋ ରେଟ୍‌ ( କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ)କୁ ଶୁକ୍ରବାର ଅପରିବର୍ତ୍ତିତ ରଖିଛି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଛିଡ଼ା କରିବା ଲାଗି ଆବଶ୍ୟକ ମୁତାବକ ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରଖାଯିବ ବୋଲି ଆର୍‌ବିଆଇ ସ୍ପଷ୍ଟ କରିଛି। ସାଧାରଣ ବଜେଟ ୨୦୨୧-୨୨ରେ ଅଭିବୃଦ୍ଧିକୁ ଦୃଢ଼ କରିବା ଲାଗି ନିଆଯାଇଥିବା ବିସ୍ତୃତ ବିତ୍ତୀୟ କୌଶଳକୁ କେନ୍ଦ୍ରୀୟ ବ୍ୟାଙ୍କ ସମର୍ଥନ ଜଣାଇଛି। ଆଗାମୀ ଦିନରେ ମଧ୍ୟ ଅଣବିତ୍ତୀୟ ପଦକ୍ଷେପ ଦ୍ୱାରା ଏହି ଧାରାକୁ ଆଗକୁ ବଢ଼ାଇବା ଲାଗି ସହଯୋଗ କରାଯିବ ବୋଲି ଆର୍‌ବିଆଇ ଆଶା ପ୍ରକଟ କରିଛି।
ରିଜର୍ଭ ବ୍ୟାଙ୍କର ୬ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ବୈଠକରେ ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ ରଖାଯାଇଥିବା ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ସେହିଭଳି ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କରେ ଅର୍ଥ ଜମା କ୍ଷେତ୍ରରେ ପୂର୍ବଭଳି ୩.୫% ହାରରେ ରିଜର୍ଭ ରେପୋ ମଧ୍ୟ ଲାଭ କରିବେ। ଗତ ବର୍ଷ ରେପୋ ହାରକୁ ୧୧୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ପାଇଁ ଆଗାମୀ ଦିନରେ ମଧ୍ୟ ପୂର୍ବ ଭଳି ପଦକ୍ଷେପ ଜାରି ରହିବ ବୋଲି କମିଟିର ସମସ୍ତ ସଦସ୍ୟ ଭୋଟ୍‌ ଦେଇଛନ୍ତି। ସେହିଭଳି ଅର୍ଥ ବ୍ୟବସ୍ଥା ଉପରେ କୋଭିଡ୍‌-୧୯ ଚାପକୁ କମାଇବା ଏବଂ ଆର୍‌ବିଆଇର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ମୁଦ୍ରାସ୍ଫୀତି ରହିବ ବୋଲି କମିଟି ଆଶାବାଦୀ ରହିଛି। ସେହିଭଳି କ୍ୟାଶ୍‌ ରିଜର୍ଭ ରେସିଓ (ସିଆର୍‌ଆର୍‌)କୁ ଆସନ୍ତା ମେ ମାସ ଯାଏ ୩.୫%ରୁ ୪% ବଢ଼ାଯିବ। କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ବ୍ୟାଙ୍କଗୁଡିକର ଅର୍ଥ ଜମା ହେଲେ ଏହାକୁ ଆର୍‌ବିଆଇ ଓପନ ମାର୍କେଟ ଅପରେଶନ (ଓଏମ୍‌ଓ) ଏବଂ ନଗଦ ପଦକ୍ଷେପ ଦିଗରେ ବ୍ୟବହାର କରିପାରିବ।
ସରକାରଙ୍କ ଉଚ୍ଚ ପରିମାଣର ଋଣକୁ ପରିଚାଳନା କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ରିଟେଲ ନିବେଶକମାନେ ବର୍ତ୍ତମାନ ସରକାରୀ ପ୍ରତିଭୂତିରେ ନିବେଶ କରିବାର ପ୍ରତ୍ୟକ୍ଷ ବିକଳ୍ପ ଲାଭ କରିପାରିବେ। ଅର୍ଥ ବ୍ୟବସ୍ଥାରେ ଏବେ ସୁଧାର ଆସୁଥିବାରୁ ଅଭିବୃଦ୍ଧି ଅନୁମାନକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଆଶାବାଦୀ ରହିଛି। ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୦.୫% ରହିବା ନେଇ ଆକଳନ କରାଯାଇଛି। ସରକାରଙ୍କ ଅର୍ଥନୈତିକ ସର୍ଭେରେ କରାଯାଇଥିବା ୧୧% ଅନୁମାନଠାରୁ ଏହା ନିମ୍ନ ବୋଲି ଜଣାପଡ଼ିଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୭.୭% ଖସିବା ନେଇ ଅନୁମାନ କରାଯାଇଛି। ଆର୍ଥତ୍କ ବର୍ଷ ୨୦୨୧-୨୨ର ପ୍ରଥମ ୬ ମାସରେ ମୁଦ୍ରାସ୍ଫୀତି ୫ରୁ ୫.୨% ଏବଂ ତୃତୀୟ ତ୍ରୈମାସରେ ୪.୩%କୁ ଖସିବା ନେଇ ଆକଳନ କରାଯାଇଛି। ଶକ୍ତିକାନ୍ତ ପୁଣି କହିଛନ୍ତି, ଭାକ୍ସିନ ପ୍ରଦାନ ଧାରା ତ୍ୱରାନ୍ବିତ ହୋଇଥିବା ବେଳେ ଅଭିବୃଦ୍ଧି ଧାରା ଉନ୍ନତ ହେଉଛି। ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଊର୍ଦ୍ଧ୍ୱଗାମୀ ହୋଇ ଚାଲିଛି।
କେନ୍ଦ୍ରୀୟ ବ୍ୟାଙ୍କ କେତେକ ଉନ୍ନତିମୂଳକ ପଦକ୍ଷେପ ହାତକୁ ନେଇଛି। ଏହା ମଧ୍ୟରେ ଏନ୍‌ବିଏଫ୍‌ସିଗୁଡିକୁ ଟିଏଲ୍‌ଟିଆର୍‌ଓ(ଟାର୍ଗେଟେଡ୍‌ ଲଙ୍ଗ୍‌ଟର୍ମ ରେପୋ ଅପରେଶନ) ଯୋଜନାରେ ସାମିଲ କରାଯାଇଛି। ଏହାଦ୍ୱାରା ବ୍ୟାଙ୍କ ଏମ୍‌ଏସ୍‌ଏମ୍‌ଇ ଋଣ ଯୋଗାଣକାରୀଙ୍କୁ ଋଣ ପ୍ରଦାନ କରିବା ଲାଗି ଉତ୍ସାହିତ ହୋଇପାରିବେ। ଏଥିଲାଗି ଉଚ୍ଚ ହାରରେ ସିଆର୍‌ଆର୍‌ ଆବଶ୍ୟକତା ପଡିବ ନାହିଁ। ଆର୍‌ବିଆଇର ଧାର୍ଯ୍ୟଲକ୍ଷ୍ୟ ପରିସରକୁ ମୁଦ୍ରାସ୍ଫୀତିକୁ ଆଣିବା ଲାଗି ପଦକ୍ଷେପ ନିଆଯାଉଥିବା ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି। ସାଧାରଣ ବଜେଟ ପରେ ଏହା ମୁଦ୍ରାନୀତି କମିଟିର ପ୍ରଥମ ବୈଠକ। ଦେଶର ନୋମିନାଲ ଜିଡିପି ଅଭିବୃଦ୍ଧି ୧୪.୫%କୁ ବୃଦ୍ଧି ଏବଂ ଆସନ୍ତା ଆର୍ଥତ୍କ ବର୍ଷରେ ବିତ୍ତୀୟ ନିଅଣ୍ଟ ୬.୮% ରହିବା ନେଇ ଆକଳନ କରାଯାଇଛି। ସରକାରଙ୍କ ୧୨ ଲକ୍ଷ କୋଟି ଟଙ୍କାର ଋଣ ଗ୍ରହଣ କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳନା କରିବାକୁ ଥିବାରୁ ଏହାକୁ ନେଇ କୌଣସି ଚିନ୍ତିତ ହେବାର ପ୍ରସଙ୍ଗ ନାହିଁ ବୋଲି ଶକ୍ତିକାନ୍ତ ମତ ରଖିଛନ୍ତି। ଏ କ୍ଷେତ୍ରରେ ସେ ଅଂଶୀଦାରଙ୍କ ସହଯୋଗ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri