ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଚତୁର୍ଥ ଥର ଲାଗି ଏହାର ରେପୋ ରେଟ୍‌ ( କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ)କୁ ଶୁକ୍ରବାର ଅପରିବର୍ତ୍ତିତ ରଖିଛି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଛିଡ଼ା କରିବା ଲାଗି ଆବଶ୍ୟକ ମୁତାବକ ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରଖାଯିବ ବୋଲି ଆର୍‌ବିଆଇ ସ୍ପଷ୍ଟ କରିଛି। ସାଧାରଣ ବଜେଟ ୨୦୨୧-୨୨ରେ ଅଭିବୃଦ୍ଧିକୁ ଦୃଢ଼ କରିବା ଲାଗି ନିଆଯାଇଥିବା ବିସ୍ତୃତ ବିତ୍ତୀୟ କୌଶଳକୁ କେନ୍ଦ୍ରୀୟ ବ୍ୟାଙ୍କ ସମର୍ଥନ ଜଣାଇଛି। ଆଗାମୀ ଦିନରେ ମଧ୍ୟ ଅଣବିତ୍ତୀୟ ପଦକ୍ଷେପ ଦ୍ୱାରା ଏହି ଧାରାକୁ ଆଗକୁ ବଢ଼ାଇବା ଲାଗି ସହଯୋଗ କରାଯିବ ବୋଲି ଆର୍‌ବିଆଇ ଆଶା ପ୍ରକଟ କରିଛି।
ରିଜର୍ଭ ବ୍ୟାଙ୍କର ୬ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ବୈଠକରେ ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ ରଖାଯାଇଥିବା ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ସେହିଭଳି ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କରେ ଅର୍ଥ ଜମା କ୍ଷେତ୍ରରେ ପୂର୍ବଭଳି ୩.୫% ହାରରେ ରିଜର୍ଭ ରେପୋ ମଧ୍ୟ ଲାଭ କରିବେ। ଗତ ବର୍ଷ ରେପୋ ହାରକୁ ୧୧୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ପାଇଁ ଆଗାମୀ ଦିନରେ ମଧ୍ୟ ପୂର୍ବ ଭଳି ପଦକ୍ଷେପ ଜାରି ରହିବ ବୋଲି କମିଟିର ସମସ୍ତ ସଦସ୍ୟ ଭୋଟ୍‌ ଦେଇଛନ୍ତି। ସେହିଭଳି ଅର୍ଥ ବ୍ୟବସ୍ଥା ଉପରେ କୋଭିଡ୍‌-୧୯ ଚାପକୁ କମାଇବା ଏବଂ ଆର୍‌ବିଆଇର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ମୁଦ୍ରାସ୍ଫୀତି ରହିବ ବୋଲି କମିଟି ଆଶାବାଦୀ ରହିଛି। ସେହିଭଳି କ୍ୟାଶ୍‌ ରିଜର୍ଭ ରେସିଓ (ସିଆର୍‌ଆର୍‌)କୁ ଆସନ୍ତା ମେ ମାସ ଯାଏ ୩.୫%ରୁ ୪% ବଢ଼ାଯିବ। କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ବ୍ୟାଙ୍କଗୁଡିକର ଅର୍ଥ ଜମା ହେଲେ ଏହାକୁ ଆର୍‌ବିଆଇ ଓପନ ମାର୍କେଟ ଅପରେଶନ (ଓଏମ୍‌ଓ) ଏବଂ ନଗଦ ପଦକ୍ଷେପ ଦିଗରେ ବ୍ୟବହାର କରିପାରିବ।
ସରକାରଙ୍କ ଉଚ୍ଚ ପରିମାଣର ଋଣକୁ ପରିଚାଳନା କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ରିଟେଲ ନିବେଶକମାନେ ବର୍ତ୍ତମାନ ସରକାରୀ ପ୍ରତିଭୂତିରେ ନିବେଶ କରିବାର ପ୍ରତ୍ୟକ୍ଷ ବିକଳ୍ପ ଲାଭ କରିପାରିବେ। ଅର୍ଥ ବ୍ୟବସ୍ଥାରେ ଏବେ ସୁଧାର ଆସୁଥିବାରୁ ଅଭିବୃଦ୍ଧି ଅନୁମାନକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଆଶାବାଦୀ ରହିଛି। ଆର୍ଥତ୍କ ବର୍ଷ ୨୦୨୧-୨୨ରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୦.୫% ରହିବା ନେଇ ଆକଳନ କରାଯାଇଛି। ସରକାରଙ୍କ ଅର୍ଥନୈତିକ ସର୍ଭେରେ କରାଯାଇଥିବା ୧୧% ଅନୁମାନଠାରୁ ଏହା ନିମ୍ନ ବୋଲି ଜଣାପଡ଼ିଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୭.୭% ଖସିବା ନେଇ ଅନୁମାନ କରାଯାଇଛି। ଆର୍ଥତ୍କ ବର୍ଷ ୨୦୨୧-୨୨ର ପ୍ରଥମ ୬ ମାସରେ ମୁଦ୍ରାସ୍ଫୀତି ୫ରୁ ୫.୨% ଏବଂ ତୃତୀୟ ତ୍ରୈମାସରେ ୪.୩%କୁ ଖସିବା ନେଇ ଆକଳନ କରାଯାଇଛି। ଶକ୍ତିକାନ୍ତ ପୁଣି କହିଛନ୍ତି, ଭାକ୍ସିନ ପ୍ରଦାନ ଧାରା ତ୍ୱରାନ୍ବିତ ହୋଇଥିବା ବେଳେ ଅଭିବୃଦ୍ଧି ଧାରା ଉନ୍ନତ ହେଉଛି। ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଊର୍ଦ୍ଧ୍ୱଗାମୀ ହୋଇ ଚାଲିଛି।
କେନ୍ଦ୍ରୀୟ ବ୍ୟାଙ୍କ କେତେକ ଉନ୍ନତିମୂଳକ ପଦକ୍ଷେପ ହାତକୁ ନେଇଛି। ଏହା ମଧ୍ୟରେ ଏନ୍‌ବିଏଫ୍‌ସିଗୁଡିକୁ ଟିଏଲ୍‌ଟିଆର୍‌ଓ(ଟାର୍ଗେଟେଡ୍‌ ଲଙ୍ଗ୍‌ଟର୍ମ ରେପୋ ଅପରେଶନ) ଯୋଜନାରେ ସାମିଲ କରାଯାଇଛି। ଏହାଦ୍ୱାରା ବ୍ୟାଙ୍କ ଏମ୍‌ଏସ୍‌ଏମ୍‌ଇ ଋଣ ଯୋଗାଣକାରୀଙ୍କୁ ଋଣ ପ୍ରଦାନ କରିବା ଲାଗି ଉତ୍ସାହିତ ହୋଇପାରିବେ। ଏଥିଲାଗି ଉଚ୍ଚ ହାରରେ ସିଆର୍‌ଆର୍‌ ଆବଶ୍ୟକତା ପଡିବ ନାହିଁ। ଆର୍‌ବିଆଇର ଧାର୍ଯ୍ୟଲକ୍ଷ୍ୟ ପରିସରକୁ ମୁଦ୍ରାସ୍ଫୀତିକୁ ଆଣିବା ଲାଗି ପଦକ୍ଷେପ ନିଆଯାଉଥିବା ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି। ସାଧାରଣ ବଜେଟ ପରେ ଏହା ମୁଦ୍ରାନୀତି କମିଟିର ପ୍ରଥମ ବୈଠକ। ଦେଶର ନୋମିନାଲ ଜିଡିପି ଅଭିବୃଦ୍ଧି ୧୪.୫%କୁ ବୃଦ୍ଧି ଏବଂ ଆସନ୍ତା ଆର୍ଥତ୍କ ବର୍ଷରେ ବିତ୍ତୀୟ ନିଅଣ୍ଟ ୬.୮% ରହିବା ନେଇ ଆକଳନ କରାଯାଇଛି। ସରକାରଙ୍କ ୧୨ ଲକ୍ଷ କୋଟି ଟଙ୍କାର ଋଣ ଗ୍ରହଣ କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳନା କରିବାକୁ ଥିବାରୁ ଏହାକୁ ନେଇ କୌଣସି ଚିନ୍ତିତ ହେବାର ପ୍ରସଙ୍ଗ ନାହିଁ ବୋଲି ଶକ୍ତିକାନ୍ତ ମତ ରଖିଛନ୍ତି। ଏ କ୍ଷେତ୍ରରେ ସେ ଅଂଶୀଦାରଙ୍କ ସହଯୋଗ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?