ଶେଷ ହୋଇନି ଆର୍‌ବିଆଇ ଲଢେଇ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୨୮।୮: କରୋନା ମହାମାରୀ ଦ୍ୱାରା ବଜାର ଉପରେ ପଡିଥିବା ସଙ୍କଟକୁ ସୁଧାରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଲଢେଇ ଜାରି ରଖିଛି। ଏହି ଲଢେଇ ଶେଷ ହୋଇ ନାହିଁ ବୋଲି ଗୁରୁବାର ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସ୍ଥିତିକୁ ସମ୍ଭାଳିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ବର୍ତ୍ତମାନ ମଧ୍ୟ ଅନେକ ବିକଳ୍ପ ରହିଛି। ଯାହାର ବ୍ୟବହାର ଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ସ୍ଥିତି ବିରୋଧରେ ଲଢେଇ ଜାରି ରଖିବ ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି। ଏକ ଓ୍ବେବିନାରରେ ଯୋଗଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଜରୁରୀ ଭିତ୍ତିରେ ଗ୍ରହଣ କରିବାକୁ ଥିବା ପଦକ୍ଷେପ ନେଇ ଆର୍‌ବିଆଇ ବେଶ ସତର୍କ ରହିଛି। ସ୍ଥିତି ସାମାନ୍ୟ ସୁଧୁରିଲେ ଆଗାମୀ ଦିନରେ ମଧ୍ୟ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ। ବ୍ୟାଙ୍କଗୁଡିକ ସେମାନଙ୍କ ଆର୍ଥତ୍କ ସ୍ଥିତିକୁ ଦୃଢ କରିବା ଲାଗି ସେ ଆହ୍ବାନ ଜଣାଇଛନ୍ତି। ବର୍ତ୍ତମାନ ସମୟ ଯାହା ରହିଛି ତାହା ବ୍ୟାଙ୍କଗୁଡିକର ବାଲାନ୍ସ ସିଟ୍‌ ଉପରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିବ। ହେଲେ ବ୍ୟାଙ୍କଗୁଡିକ ସ୍ଥିତିକୁ ସମ୍ଭାଳିବା ଲାଗି କିଭଳି ପଦକ୍ଷେପ ନେଉଛନ୍ତି ତାହା ବିଚାରଯୋଗ୍ୟ। ଦେଶର ବ୍ୟାଙ୍କିଙ୍ଗ ଶିଳ୍ପ ବର୍ତ୍ତମାନ ଦୃଢ ରହିଛି। ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ସମସ୍ୟା ସମାଧାନ ଦିଗରେ ଦୀର୍ଘମିଆଦି ଭିତ୍ତିରେ ଚିନ୍ତା କରାଯାଉଛି। ବଜାରରେ ଚାହିଦା ପ୍ରଭାବିତ ଥିବାରୁ ଏହାକୁ ଉତ୍ସାହିତ କରିବା ଲାଗି ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହୁଥିବା କେନ୍ଦ୍ରୀୟ ବ୍ୟାଙ୍କ ଏହାର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେ ଷ୍ଟୋରରୁ ହଟିଲା ମିତ୍ରୋ ଆପ୍‌

ନୂଆଦିଲ୍ଲୀ,୪।୬: ଟିକ୍‌ଟକ୍‌ ଭଳି କାମ କରୁଥିବା ମିତ୍ରୋ ଆପ୍‌ ୟୁଜର୍ସଙ୍କ ଲାଗି ମହାରାଷ୍ଟ୍ର ସରକାରଙ୍କ ସାଇବର ସେଲ୍‌ ଏକ ଆଡଭାଇଜରି ଜାରି କରିଛନ୍ତି। ନିରାପତ୍ତା ନେଇ...

୧୦% ଷ୍ଟକ୍‌ ବିକିପାରନ୍ତି ଏଲନ ମସ୍କ

ନୂଆଦିଲ୍ଲୀ, ୮।୧୧:  ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍‌ଲା କମ୍ପାନୀର ସିଇଓ ଏଲନ ମସ୍କ ୧୦% ଷ୍ଟକ୍‌ ବିକି ପାରନ୍ତି। ଏ ନେଇ ଶନିବାର ସେ...

ଆତ୍ମନିର୍ଭର ଆପ୍‌ ଇକୋସିଷ୍ଟମ ଲାଗି ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ,୪।୭: ସରକାର ନିକଟରେ ୫୯ ଚାଇନା ଆପ୍‌କୁ ଭାରତ ବଜାରରୁ ନିଷେଧ କରିଛନ୍ତି। ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚ୍ୟାଲେଞ୍ଜରେ ଭାଗନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ମୋବାଇଲରେ ଦୈନିକ ୪.୮ ଘଣ୍ଟା ବିତାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ,୧୫ା୧୧: ସ୍ମାର୍ଟଫୋନରେ ସବୁଠାରୁ ଅଧିକ ସମୟ ବିତାଉଥିବା କ୍ଷେତ୍ରରେ ଭାରତର ସ୍ଥାନ ୪ର୍ଥରେ ରହିଛି। ମୋବାଇଲ ଆପ୍‌ ଆନାଲିଷ୍ଟ କମ୍ପାନୀ ଏପ୍‌ ଏନି ପକ୍ଷରୁ ପ୍ରକାଶିତ...

ହୋଣ୍ଡାର ଆନନ୍ଦୋତ୍ସବ ଧମାକା

ଚଣ୍ଡିଖୋଲ,୨୬।୯(ଡି.ଏନ୍‌.ଏ.) ଶାରଦୀୟ ପୂଜା ଅବସରରେ ହୋଣ୍ଡା ମୋଟର ସାଇକେଲ କମ୍ପାନୀ ତରଫରୁ ଚଣ୍ଡିଖୋଲସ୍ଥିତ ବାସନ୍ତୀ ହୋଣ୍ଡା ୨୦୧୯ ଆନନ୍ଦୋତ୍ସବ ଧମାକା ଆରମ୍ଭ କରିଛି। ଗ୍ରାହକମାନେ ମାତ୍ର...

ବିଳମ୍ବ ହେବ ମାଲ୍ୟାଙ୍କ ପ୍ରତ୍ୟର୍ପଣ

ନୂଆଦିଲ୍ଲୀ,୫।୬: ବ୍ୟାଙ୍କଗୁଡ଼ିକରୁ ୯ ହଜାର କୋଟି ଟଙ୍କାର ଋଣ ଖିଲାପୀ ମାମଲାରେ ଜଡ଼ିତ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶକୁ ଫେରାଇ ଆଣିବା ବିଳମ୍ବ ହେବ।...

କରୋନା ସଙ୍କଟ ଟାଳିବାକୁ ଅଧିକ ପଦକ୍ଷେପ ନିଆଯିବ

ନୂଆଦିଲ୍ଲୀ,୨୩।୫: କରୋନା ସଙ୍କଟକୁ ଟାଳିବା ଲାଗି ସରକାର ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ଦିଗରେ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି...

୧୩,୨୬୨ କୋଟିର ଏଫ୍‌ପିଆଇ ନିବେଶ

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ଜୁନ ମାସରେ ୧୩,୨୬୨ କୋଟି ଟଙ୍କା ରହିଛି। ବିଦେଶୀ ନିବେଶକମାନେ ଭାରତୀୟ ବଜାରରେ ନିବେଶ...

Advertisement
Archives

Model This Week