Posted inଜାତୀୟ

ରାଜସ୍ଥାନ ସରକାର ଟଳମଳ

ନୂଆଦିଲ୍ଲୀ,୧୩ା୭: କର୍ନାଟକ ଓ ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଭାଙ୍ଗିବାରେ ସଫଳ ହେବା ପରେ ରାଜସ୍ଥାନରେ ମୁଣ୍ଡ ପୂରାଇଛି ଭାଜପା। ଏଥିଯୋଗୁ ରାଜସ୍ଥାନ କଂଗ୍ରେସରେ ବଡ଼ ସଙ୍କଟ ସୃଷ୍ଟି ହେବା ସହ ଅଶୋକ ଗେହଲଟ ସରକାର ଟଳମଳ ଅବସ୍ଥାକୁ ଚାଲି ଆସିଛି। ଶାସକ କଂଗ୍ରେସର ବରିଷ୍ଠ ଓ ଯୁବ ନେତୃତ୍ୱ ମଧ୍ୟରେ ଦୀର୍ଘଦିନ ଧରି ରହିଆସିଥିବା ଦ୍ୱନ୍ଦ୍ୱ ପୁଣିଥରେ ଉଗ୍ରରୂପ ଧାରଣ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ହାରିଯାଇ ଅସନ୍ତୁଷ୍ଟ ଥିବା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଭାଜପା ସହ ଭିତିରି ମନ୍ତ୍ରଣା ଚଳାଇଥିବା ଘନିଷ୍ଠ ସୂତ୍ରରୁ ସୂଚନା ମିଳିଛି। ତାଙ୍କ ପଛରେ କଂଗ୍ରେସ ଓସ୍ବାଧୀନ ଭାବେ ଜିତିଥିବା ୩୦ ବିଧାୟକଙ୍କ ସମର୍ଥନ ରହିଥିବା ପାଇଲଟ ଦାବି କରିଛନ୍ତି। ଲକ୍‌ଡାଉନ ପୂର୍ବରୁ ବିରୋଧୀ ଦଳ ସହ ପାଇଲଟଙ୍କ ଗୋଷ୍ଠୀର ଆଲୋଚନା ଚାଲିଥିଲେ ହେଁ ସରକାରରେ ଅସ୍ଥିରତା ସୃଷ୍ଟି ଅଭିଯୋଗରେ ଜେରା ପାଇଁ ସ୍ବତନ୍ତ୍ର ଅପରେଶନ ଗ୍ରୁପ୍‌ (ଏସ୍‌ଓଜି)ଠାରୁ ସମନ ପାଇବା ପରେ ସ୍ଥିତି ଗୁରୁତର ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ହାତରେ ଥିବା ଗୃହ ବିଭାଗ ଅଧୀନରେ ରହିଛି ଏସ୍‌ଓଜି । ସମନ ପାଇବା ପରେ ପାଇଲଟ ରବିବାର ତାଙ୍କର କେତେଜଣ ଅନୁଗତ ବିଧାୟକଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଯାଇଛନ୍ତି। ତେବେ ଭାଜପା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ପ୍ରସ୍ତୁତ ନ ଥିବାରୁ ପାଇଲଟ ନୂଆ ଆଞ୍ଚଳିକ ଦଳ ଗଠନ କରିପାରନ୍ତି ବୋଲି କେତେଜଣ ନେତା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପାଇଲଟଙ୍କ ସହ କୌଣସି କଥାବାର୍ତ୍ତା ହୋଇ ନ ଥିବା ଭାଜପା କହିଛି।
ସରକାରରେ ସଙ୍କଟ ଦେଖାଦେବା ପରେ ମୁଖ୍ୟମନ୍ତ୍ରୀ ଗେହଲଟ ରବିବାର ରାତି ୯ଟାରେ ତାଙ୍କ ବାସଭବନରେ ବିଧାୟକ ଦଳ ବୈଠକ ଡାକିଥିଲେ, ଯାହାକୁ ସୋମବାର ସକାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବୈଠକରେ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକମାନେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି। ପାଇଲଟଙ୍କୁ ଜେରା ଲାଗି ସମନ ଜାରି କରିବା ଘଟଣାକୁ ନେଇ କଂଗ୍ରେସ ହାଇକମାଣ୍ଡ ଅସନ୍ତୁଷ୍ଟ ଥିବା କୁହାଯାଉଛି। ସ୍ଥିତି ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଯାଇଛି। ମଧ୍ୟପ୍ରଦେଶ ସ୍ଥିତି ହେବାକୁ ଦିଆଯିବ ନାହିଁ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ଦଳର ସବୁ ବିଧାୟକଙ୍କୁ ଏକାଠି ରଖିବାକୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରାଯାଉଛି।
ଅନ୍ୟପକ୍ଷରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯଚାଯିବା ଖବରକୁ ଭାଜପା ଖଣ୍ଡନ କରିଛି। ଗେହଲଟ ସରକାରର ପତନ ଘଟାଇବାକୁ ସେମାନେ ଏବେ ପ୍ରାଥମିକତା ଦେଉଛନ୍ତି। ପାଇଲଟ ନିଜେ ମଧ୍ୟ ଭାଜପାରେ ଯୋଗ ନ ଦେଇ ଆଞ୍ଚଳିକ ଦଳ ଗଢ଼ିବେ ବୋଲି କଂଗ୍ରେସ ହାଇକମାଣ୍ଡକୁ ସୂଚନା ଦେଇଛନ୍ତି। ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଘୋଡ଼ାବେପାର ଅଭିଯୋଗର ତଦନ୍ତ ପାଇଁ ପାଇଲଟଙ୍କୁ ହାଜର ହେବା ଲାଗି ସମନ କରାଯିବା ତାଙ୍କୁ କ୍ଷୁବ୍ଧ କରିଛି। ମୁଖ୍ୟ ହୁଇପ୍‌ ମହେଶ ଜୋଷୀଙ୍କ ଅଭିଯୋଗ କ୍ରମେ ଏସ୍‌ଓପି ଶୁକ୍ରବାର ତାଙ୍କ ପାଖକୁ ସମନ ପଠାଇଥିଲା। ତଦନ୍ତ ନିର୍ଦ୍ଦେଶ ପରେ ପାଇଲଟଙ୍କ ଅନୁଗତମାନେ ବିଦ୍ରୋହ ଧମକ ଦେଇଛନ୍ତି। ପୂର୍ବରୁ କେବେ ଦଳର ସଭାପତି ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପତ୍ର ଲେଖାଯାଇ ନ ଥିଲା ବୋଲି ସେମାନେ କହିଛନ୍ତି।
ଅନ୍ୟ ପକ୍ଷରେ ଗେହଲଟ କହିଛନ୍ତି, ତାଙ୍କୁ ମଧ୍ୟ ଜେରା ପାଇଁ ସମନ ହୋଇଛି। ତଦନ୍ତରେ ସହଯୋଗ କରିବା ସମସ୍ତଙ୍କ କର୍ତ୍ତବ୍ୟ। କେହି ଆଇନର ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ତାଙ୍କ ସରକାର ଭାଙ୍ଗିବା ପାଇଁ ଭାଜପା ଷଡ଼ଯନ୍ତ୍ର ଚଳାଇଥିବା ଓ କଂଗ୍ରେସ ବିଧାୟକମାନଙ୍କୁ ୧୫ କୋଟି ଟଙ୍କା ଲେଖାଏ ଯାଚୁଥିବା ମୁଖ୍ୟମନ୍ତ୍ରୀ ଗେହଲଟ ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଥିଲେ।
ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସିବା ପରେ ପାଇଲଟ ମୁଖ୍ୟମନ୍ତ୍ରୀ ଦାବିଦାର ଥିଲେ ହେଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା। ଏଥିସହିତ ତାଙ୍କୁ କଂଗ୍ରେସର ରାଜ୍ୟ ସଭାପତି କରାଯାଇଥିଲା। ତେବେ ସରକାର ଗଠନ ଦିନଠାରୁ ଗେହଲଟ ଓ ତାଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଆସିଛି। ଗତ ଲୋକ ସଭା ନିର୍ବାଚନରେ ଗେହଲଟଙ୍କ ପୁଅ ହାରିଯିବାରୁ ଏଥିପାଇଁ ସେ ପାଇଲଟଙ୍କୁ ଦୋଷ ଦେଇଥିଲେ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ରହିଥିବାବେଳେ ୧୨ ଜଣ ସ୍ବାଧୀନ ସଦସ୍ୟ ସମର୍ଥନ ଦେଉଛନ୍ତି। ଏହା ବ୍ୟତୀତ ରାଷ୍ଟ୍ରୀୟ ଲୋକ ଦଳ, ସିପିଏମ୍‌ ଏବଂ ଭାରତୀୟ ଟ୍ରାଇବାଲ ପାର୍ଟିର ୫ ସଦସ୍ୟ ମଧ୍ୟ ଗେହଲଟ ସରକାରଙ୍କୁ ସମର୍ଥନ କରୁଛନ୍ତି। ଭାଜପାର ୭୨ ବିଧାୟକ ରହିଥିବାବେଳେ ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ୩ ବିଧାୟକ ଅଛନ୍ତି। ଅନ୍ୟ ପକ୍ଷରେ ୨୦ରୁ ୨୫ କଂଗ୍ରେସ ବିଧାୟକ ପାଇଲଟଙ୍କୁ ସମର୍ଥନ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡିଛି। ଯଦି ସେମାନେ ଦଳ ଛାଡ଼ନ୍ତି ତେବେ କଂଗ୍ରେସର ସଂଖ୍ୟା ୧୦୦ ତଳକୁ ଖସିଯିବ ବୋଲି କୁହାଯାଉଛି। କଂଗ୍ରେସରେ ସଙ୍କଟ ପାଇଁ ଦଳୀୟ ଅନ୍ତଃକଳହ ଦାୟୀ। ଏଥିରେ ଭାଜପାର କୌଣସି ଭୂମିକା ନାହିଁ ବୋଲି ଏହାର ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି।
ସଚିନଙ୍କୁ ଦଳରେ କୋଣଠେସା କରାଯାଇଛି: ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ,୧୨ା୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱକୁ ନେଇ ରାଜନୀତିରେ ସଙ୍କଟ ସୃଷ୍ଟି ହୋଇଥିବାବେଳେ ମଧ୍ୟପ୍ରଦେଶର ଭାଜପା ରାଜ୍ୟ ସଭା ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ନିଆଁରେ ଘିଅ ଢାଳିଛନ୍ତି। ପାଇଲଟଙ୍କ ଭଳି ଜଣେ ଦକ୍ଷ ଓ ସମର୍ଥ ନେତାଙ୍କୁ ଦଳ ଭିତରେ ଗୁରୁତ୍ୱ ଦିଆ ନଯାଇ ତାଙ୍କୁ କୋଣଠେସା କରାଯାଇଥିବା ସିନ୍ଧିଆ ଟୁଇଟ୍‌ କରିଛନ୍ତି। କଂଗ୍ରେସ ଦଳରେ ପ୍ରତିଭା ଓ ଦକ୍ଷତାକୁ ପ୍ରାଧାନ୍ୟ ଦିଆଯାଉ ନ ଥିବା ସେ କହିଛନ୍ତି।
ମାନେସାର ହୋଟେଲରେ ୧୨ ବିଦ୍ରୋହୀ କଂଗ୍ରେସ ବିଧାୟକ
ଗୁରୁଗ୍ରାମ,୧୨ା୭(ଆଇଏଏନ୍‌ଏସ୍‌):ଭାଜପାକୁ ସମର୍ଥନ ଦେବା ଲାଗି ନିଷ୍ପତ୍ତି ନେଇଥିବା ରାଜସ୍ଥାନର ୧୨ ବିଦ୍ରୋହୀ କଂଗ୍ରେସ ବିଧାୟକ ମାନେସାରର ଏକ ପଞ୍ଚତାରକା ହୋଟେଲରେ ଅବସ୍ଥାନ କରୁଥିବା ଜଣାପଡିଛି। ଭାଜପାର ପ୍ରାୟ ୪୦ ବିଧାୟକଙ୍କୁ ମଧ୍ୟ ଉକ୍ତ ଆଇଟିସି ଗ୍ରାଣ୍ଡ ଭାରତ ହୋଟେଲରେ ରଖାଯାଇଛି। ସେମାନେ କଂଗ୍ରେସ ଆଡ଼କୁ ଢଳିପାରନ୍ତି ବୋଲି ଦଳ ଆଶଙ୍କା କରୁଛି। ସଚିନ ପାଇଲଟ ଉକ୍ତ ବିଧାୟକମାନଙ୍କୁ ଭେଟିଥିଲେ। ହୋଟେଲ କର୍ତ୍ତୃପକ୍ଷ ମୁଖ୍ୟ ଫାଟକଠାରୁ ୫୦୦ ମିଟର ଦୂରରୁ ବାରିକେଡ କରିବା ସହ ବାଉନ୍ସରମାନଙ୍କୁ ମୁତୟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?