ବର୍ଷା କମିଲା, ବଢ଼ିଲା ଦୁର୍ଦ୍ଦଶା

ଭବାନୀପାଟଣା: ୨୭ା୧୨ (ଉତ୍ତମ କୁମାର ଦାଶ): ଦୁଇଦିନର ଲଗାଣ ବର୍ଷା ଚାଷୀଙ୍କ ସମସ୍ତ ସ୍ବପ୍ନ ଓ ସମ୍ଭାବନାକୁ ଧୋଇନେଇଛି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଗୁରୁବାର ସକାଳେ ବର୍ଷା ଛାଡିଥିଲେ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା ବଢିଛି। କ୍ଷେତରେ ଥିବା ଧାନ ପାଣିରେ ବୁଡିରହିଛି। ସେହିପରି ଖଳା ଓ ମଣ୍ଡିରେ ଥିବା ଧାନ ମଧ୍ୟ ଭିଜିଯାଇଛି।
ଚଳିତ ଖରିଫ ଋତୁରେ ସରକାର କଳାହାଣ୍ଡି ଜିଲା ପାଇଁ ଧାନ କ୍ରୟ ଲାଗି ୫୦ ଲକ୍ଷ କୁଇଣ୍ଟାଲର ଟାର୍ଗେଟ ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ୨୫ ହଜାର ଚାଷୀଙ୍କ ୧୧ ଲକ୍ଷ ୭୩ ହଜାର କୁଇଣ୍ଟାଲ ସଂଗ୍ରହ ହୋଇପାରିଛି। ବର୍ତ୍ତମାନ ବି ହଜାର ହଜାର ଚାଷୀଙ୍କ ଧାନ ମଣ୍ଡିରେ ତ ଆଉ କେତେକ ଖଳାରେ ରହିଛି। ଗତ କିଛିଦିନ ଧରି ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡିକୁ ଯାଇ ସ୍ଥିତିକୁ ଅତି ନିକଟରୁ ଦେଖିଥିଲେ। ଚାଷୀ ସବୁପ୍ରକାର ସମସ୍ୟାର ଶିକାର ହେଉଥିବା ହୃଦବୋଧ କରିଥିଲେ। ସେ କହିଥିଲେ, ସରକାର ପୂର୍ବରୁ ଜିରୋ କଟିଂ ଓ ଦଲାଲ ମୁକ୍ତ ମଣ୍ଡି ଘୋଷଣା କରିଥିଲେ। ସମୟକ୍ରମେ କୌଣସି ଘୋଷଣା କାର୍ଯ୍ୟକାରୀ ହେଲାନାହିଁ। ଚାଷୀ ସେମିତି ଶୋଷଣର ଶିକାର ହେବା ସାର ହେଲା। ତେଣୁ ଆସନ୍ତା ୨୮ରେ ସମଗ୍ର ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବନ୍ଦ ଡାକରା ଦିଆଯାଇଛି। ମଣ୍ଡିରେ ଅବ୍ୟବସ୍ଥା ହିଁ ବନ୍ଦ ଡାକରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଧାୟକ ଦାସ ପ୍ରକାଶ କରିଛନ୍ତି।
କଳାହାଣ୍ଡି ଜିଲାପାଳ ମଧ୍ୟ ଧାନ ସଂଗ୍ରହ ଯେପରି ବ୍ୟବସ୍ଥିତ ଢଙ୍ଗରେ ହୋଇପାରିବ ସେ ନେଇ ବାରମ୍ବାର ବୈଠକ କରିଥିଲେ। ଚଳିତ ୨୦୨୪-୨୫ ବର୍ଷ ଖରିଫ ଫସଲ ପାଇଁ ଜିଲାରେ ୧୧୪୭୫୮ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବୈଠକରେ କୁହାଯାଇଥିବାବେଳେ ଏବେ ମାତ୍ର ୨୫ପ୍ରତିଶତ ଚାଷୀ ଧାନ କ୍ରୟରେ ଅଂଶଗ୍ରହଣ କରିଛନ୍ତି। କୁଇଣ୍ଟାଲ ପିଛା ଧାନର ଏମ୍‌ଏସ୍‌ପି ମୂଲ୍ୟ ୨୩ଶହ ଟଙ୍କା ସହିତ ଇନ୍‌ପୁଟ ସହାୟତା ରାଶି ୮ଶହ ଟଙ୍କା ମିଶି ୩୧ଶହ ଟଙ୍କା ଚାଷୀଙ୍କୁ ଦିଆଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଧାନର ମାନ ନିର୍ଦ୍ଧାରଣ ବ୍ୟବସ୍ଥାରେ ଚାଷୀ ଅସନ୍ତୁଷ୍ଟ ରହୁଛି କାହିଁକି ସେ କଥା କେହି ବୁଝିବା ଅବସ୍ଥାରେ ନ ଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଚାଷୀ ମଣ୍ଡିକୁ ଗଲେ କଟ୍‌ନିର ଭୟ। ଉଚିତ ପ୍ରାପ୍ୟ ମିଳିବା କଷ୍ଟ। ଟୋକନ ଅନୁସାରେ ଧାନ କିଣାବିକା ହେବା ବେଳକୁ ଧାନକୁ ସୁରକ୍ଷିତ ରହିବା କାଠିକର ବିଷୟ ବୋଲି ଚାଷୀ କହିଛନ୍ତି। ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri