ରେଲଓ୍ବେର ୧୪୦ ଏମ୍‌ଟି ଅକ୍ସିଜେନ୍‌ ପରିବହନ

ନୂଆଦିଲ୍ଲୀ,୨୬।୪:  କରୋନା ମହାମାରୀର ୨ୟ ଲହର ଯୋଗୁ ଦେଶରେ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଅଚାନକ ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁ ଦେଶରେ ଏକ ପ୍ରକାରର ମେଡିକାଲ ସ୍ତରରେ ଅସ୍ଥିରତା ଦେଖାଦେଇଛି। ଗୋଟିଏ ପଟରେ ରୋଗୀ ସଂଖ୍ୟା ବୃଦ୍ଧି ଅନ୍ୟପକ୍ଷରେ ମେଡିକାଲଗୁଡିକରେ ଲିକୁଇଡ ମେଡିକାଲ ଅକ୍ସିଜେନ ବା ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ)ର ଅଭାବ ପରିଲକ୍ଷିତ ହୋଇଛି। ସବୁଠାରୁ ବଡକଥା ମେଡିକାଲଗୁଡିକରେ ଆବଶ୍ୟକ ପରିମାଣରେ ଅମ୍ଲଜାନ ନ ଥିବାରୁ ବାହାର ରାଜ୍ୟ ଗୁଡିକରୁ ଉକ୍ତ ରାଜ୍ୟର ସରକାର ଅମ୍ଳଜାନ ଆଣିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ପରିବହନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ ଭାରତୀୟ ରେଲଓ୍ବେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଶ କରିଛି।
ସରକାର ମଧ୍ୟ ରେଳପଥକୁ ଗ୍ରିନ କରିଡର ଘୋଷଣା କରିଛନ୍ତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ରେଲଓ୍ବେ ୧୪୦ ମେଟ୍ରିକ ଟନରୁ ଊର୍ଦ୍ଧ୍ୱ ପରିମାଣର ଏଲ୍‌ଏମ୍‌ଓ ପରିବହନ କରିବାକୁ ଯାଉଛି। ବର୍ତ୍ତମାନ ସମୟରେ ୯ଟି ଟ୍ୟାଙ୍କର ବୋକାରୋ ପ୍ଲାଣ୍ଟରୁ ଆବଶ୍ୟକୀୟ ପରିମାଣର ଅମ୍ଳଜାନ ଧରି ଯାତ୍ରା କରିସାରିଛି। ସେଥିମଧ୍ୟରୁ ୫ଟି ଗାଡି ରାତି ସୁଦ୍ଧା ୟୁପିର ଲକ୍ଷ୍ନୌରେ ଏବଂ ବାକି ୪ଟି ଆସନ୍ତାକାଲି ସକାଳ ସୁଦ୍ଧା ଲକ୍ଷ୍ନୌରେ ପହଞ୍ଚତ୍ୟିବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ସେହିଭଳି ରେଲଓ୍ବେର ୧୦ଟି ଗାଡି ପ୍ରାୟ ୧୫୦ ଟନ ଏଲ୍‌ଏମ୍‌ଓ ନେଇ ମୁମ୍ବାଇରୁ ଭାଇଜାଗ ଭାୟା ନାଗପୁର ଏବଂ ନାସିକ ଓ ଲକ୍ଷ୍ନୌରୁ ବୋକାରୋରୁ ଯାଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri