ରେଲଓ୍ବେର ୧୪୦ ଏମ୍‌ଟି ଅକ୍ସିଜେନ୍‌ ପରିବହନ

ନୂଆଦିଲ୍ଲୀ,୨୬।୪:  କରୋନା ମହାମାରୀର ୨ୟ ଲହର ଯୋଗୁ ଦେଶରେ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଅଚାନକ ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁ ଦେଶରେ ଏକ ପ୍ରକାରର ମେଡିକାଲ ସ୍ତରରେ ଅସ୍ଥିରତା ଦେଖାଦେଇଛି। ଗୋଟିଏ ପଟରେ ରୋଗୀ ସଂଖ୍ୟା ବୃଦ୍ଧି ଅନ୍ୟପକ୍ଷରେ ମେଡିକାଲଗୁଡିକରେ ଲିକୁଇଡ ମେଡିକାଲ ଅକ୍ସିଜେନ ବା ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ)ର ଅଭାବ ପରିଲକ୍ଷିତ ହୋଇଛି। ସବୁଠାରୁ ବଡକଥା ମେଡିକାଲଗୁଡିକରେ ଆବଶ୍ୟକ ପରିମାଣରେ ଅମ୍ଲଜାନ ନ ଥିବାରୁ ବାହାର ରାଜ୍ୟ ଗୁଡିକରୁ ଉକ୍ତ ରାଜ୍ୟର ସରକାର ଅମ୍ଳଜାନ ଆଣିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ପରିବହନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ ଭାରତୀୟ ରେଲଓ୍ବେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଶ କରିଛି।
ସରକାର ମଧ୍ୟ ରେଳପଥକୁ ଗ୍ରିନ କରିଡର ଘୋଷଣା କରିଛନ୍ତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ରେଲଓ୍ବେ ୧୪୦ ମେଟ୍ରିକ ଟନରୁ ଊର୍ଦ୍ଧ୍ୱ ପରିମାଣର ଏଲ୍‌ଏମ୍‌ଓ ପରିବହନ କରିବାକୁ ଯାଉଛି। ବର୍ତ୍ତମାନ ସମୟରେ ୯ଟି ଟ୍ୟାଙ୍କର ବୋକାରୋ ପ୍ଲାଣ୍ଟରୁ ଆବଶ୍ୟକୀୟ ପରିମାଣର ଅମ୍ଳଜାନ ଧରି ଯାତ୍ରା କରିସାରିଛି। ସେଥିମଧ୍ୟରୁ ୫ଟି ଗାଡି ରାତି ସୁଦ୍ଧା ୟୁପିର ଲକ୍ଷ୍ନୌରେ ଏବଂ ବାକି ୪ଟି ଆସନ୍ତାକାଲି ସକାଳ ସୁଦ୍ଧା ଲକ୍ଷ୍ନୌରେ ପହଞ୍ଚତ୍ୟିବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ସେହିଭଳି ରେଲଓ୍ବେର ୧୦ଟି ଗାଡି ପ୍ରାୟ ୧୫୦ ଟନ ଏଲ୍‌ଏମ୍‌ଓ ନେଇ ମୁମ୍ବାଇରୁ ଭାଇଜାଗ ଭାୟା ନାଗପୁର ଏବଂ ନାସିକ ଓ ଲକ୍ଷ୍ନୌରୁ ବୋକାରୋରୁ ଯାଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?