ଟ୍ରେନ୍‌ ଅଟକାଇ ଲୋକଙ୍କ ସମସ୍ୟା ଶୁଣିଲେ ରେଳମନ୍ତ୍ରୀ

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ଟ୍ରାକ୍‌ ଉପରେ ଗଡୁଥିଲା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଟ୍ରେନ୍‌। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ବିନା ଷ୍ଟେଶନରେ ଲୋକଙ୍କୁ ଦେଖି ହଠାତ୍‌ ଅଟକି ଯାଇଥିଲା ମନ୍ତ୍ରୀଙ୍କ ଟ୍ରେନ୍‌। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ସାନପଦର ଗ୍ରାମରେ। ୨୦୧୭ରୁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଆଖପାଖ ୧୦ଟି ପଞ୍ଚାୟତର ସମସ୍ୟାକୁ ଦୁଷ୍ଟିରେ ରଖି ସାନପଦରଠାରେ ଏକ ରେଳ ଷ୍ଟେଶନ ନିର୍ମାଣ ପାଇଁ ନିବେଦନ କରିଥିଲା। ଏହାକୁ ଭୁବନେଶ୍ୱର ଏମ୍‌ପିଙ୍କ ସହାୟତାରେ ରେଳମନ୍ତ୍ରୀ ସାନପଦରଠାରେ ରେଳ ପାସେଞ୍ଜର ଷ୍ଟେଶନ ହେବ ବୋଲି କହିବା ସହ ଗତ ଏପ୍ରିଲ ମାସରେ ରେଳ ବିଭାଗ ଚିଠି କରିଥିଲା। ଚିଠି ମିଳିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। କିନ୍ତୁ ଷ୍ଟେଶନ କାମରେ କୌଣସି ଅଗ୍ରଗତି ହେଉ ନ ଥିଲା। ତେବେ ରବିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଦଶପଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ସାନପଦରଠାରେ ରେଳମନ୍ତ୍ରୀଙ୍କୁ ଅଟକି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ। ସାନପଦର ଠାରେ ଟ୍ରେନ୍‌ ଲାଇନ କଡ଼ରେ ସ୍ଥାନୀୟ ଲୋକ ରେଳମନ୍ତ୍ରୀଙ୍କୁ ଦେଖା କରିବାକୁ ଥିବା ଜାଣିପାରି ରେଳମନ୍ତ୍ରୀ ଟ୍ରେନ୍‌ ଅଟକାଇ ତଳକୁ ଓହ୍ଲାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ସାନପଦରଠାରେ ରେଳ ଷ୍ଟେଶନ କାମର ଅଗ୍ରଗତି ଦାବି ଶୁଣି ସଙ୍ଗେ ସଙ୍ଗେ ରେଳମନ୍ତ୍ରୀଙ୍କ ସହ ଥିବା ଖୋର୍ଦ୍ଧା ରୋଡ୍‌ ଡିଆରଏମ୍‌ଙ୍କୁ ୨୦ ଦିନ ମଧ୍ୟରେ ଏଠାରେ ଷ୍ଟେଶନ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରେଳମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ବାଗତ କରିବା ସହ ଆସନ୍ତା ରଥଯାତ୍ରା ପୂର୍ବରୁ ଏଠାରେ ଟେନ୍‌ ରହଣି ହେବ ଏବଂ ସେମାନେ ଏଇଠାରୁ ଟ୍ରେନ୍‌ରେ ବସି ପୁରୀ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଯିବେ ବୋଲି ରେଳମନ୍ତ୍ରୀଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଚାକିରି ପ୍ରତିଶ୍ରୁତି ଦେଇ ଆଶାୟୀଙ୍କୁ ୧୦ ଲକ୍ଷ ଟଙ୍କା ଠକେଇ, ଦୁଇ ଭାଇ ଗିରଫ

କଟକ, ୮।୧୨: ଚାକିରି ଠକେଇ ମାମଲାରେ ରବିବାର କଟକରୁ ୨ ଜଣଙ୍କୁ ଗିରଫ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ...

କଣ୍ଟେନର ଧକ୍କାରେ ମହିଳା ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ପୁଅ

ଗୋପାଳପୁର ୮।୧୨(ନବୀନ ରାଜ ଆଚାରୀ): ରବିବାର ଗଞ୍ଜାମ ଜିଲା 16 ନ ଜାତୀୟ ରାଜପଥ ଗୋପାଳପୁର ଥାନା ଅଧିନସ୍ଥ ପୋକଡିବନ୍ଦ ଛକ ଚର୍ଚ୍ଚ ନିକଟରେ କଣ୍ଟେନର...

ମକା ମିଲିଂ ବେଳେ ଅଘଟଣ: ମେଶିନରେ ଚାପି ହୋଇଗଲା ନାବାଳକଙ୍କ ଗୋଡ଼

ଝରିଗାଁ,୮।୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କରଲାପଡା ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି। ମକା ମିଲିଂ ବେଳେ ଜଣେ ନାବାଳକଙ୍କ ଡାହାଣ...

ଜମି ବିବାଦରୁ ଗଡିଲା ମୁଣ୍ଡ: ଆଳୁ କିଆରୀରେ ପୁଅ ଆଗରେ ବାପାକୁ ହତ୍ୟା

ଢେଙ୍କାନାଳ,୮।୧୨: ଢେଙ୍କାନାଳ ଜିଲାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଆଖି ଆଗରେ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜିଲା ସଦର ପୋଲିସ...

ବନ କର୍ମଚାରୀଙ୍କୁ କ୍ୱାର୍ଟର୍ସରେ ତାଲା ପକାଇ କାଟିନେଲେ ଚନ୍ଦନଗଛ 

ପାଟଣା,୮।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କେନ୍ଦେପଶି ରାସ୍ତା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଫିସ ସମ୍ମୁଖରେ ଥିବା ବନ ବିଭାଗ କର୍ମଚାରୀଙ୍କ ଷ୍ଟାଫ୍‌ କ୍ୱାର୍ଟର୍ସ ନିକଟରୁ ଦୁର୍ବୃତ୍ତମାନେ ଚନ୍ଦନ...

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୫ ମାଓବାଦୀ

ମାଲକାନଗିରି,୮।୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ସକ୍ରିୟ ଥିବା ୫ ମାଓବାଦୀ ରବିବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମାଡ଼ବି ରାଜୁ, ଦେବା...

ଦାମୀ କାରରୁ ଟଙ୍କା ମିଳିବା ଘଟଣା: ପିଏସୟୁ ଅଧିକାରୀ, କଣ୍ଟ୍ରାକ୍ଟରଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୮।୧୨: ଶନିବାର ଭୁବନେଶ୍ୱରରେ ଏକ ବିଳାସପୂର୍ଣ୍ଣ ଗାଡିରୁ ନଗଦ ଟଙ୍କା ଜବତ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ତିନି ଜଣଙ୍କୁ ଗିରଫ କରିଛି।...

ବିସ୍ଫୋରକ ଫାଟି ହାତୀ ଶାବକ ମୁହଁରେ ଆଘାତ: ଜୀବନ ସହ ସଂଘର୍ଷ କରି ମୃତ

ରାଇଘର, ୮।୧୨ (କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ସୀମାନ୍ତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ପଘାରପାଣି ଜଙ୍ଗଲକୁ ପଶି ଆସିଥିବା ଆହତ ହାତୀ ଶାବକର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri