Categories: ପୁରୀ

ହାଇକୋର୍ଟକୁ ଗଲା ପୁରୀ ହେପାଜତ ମୃତ୍ୟୁ ମାମଲା

ପୁରୀ ଅଫିସ,୨୦।୧୧-ହାଇକୋର୍ଟକୁ ଗଲା ପୁରୀ ପୋଲିସ ହେପାଜତ ମୃତ୍ୟୁ ମାମଲା। ହାଇକୋର୍ଟରେ ଏ ନେଇ ଆଇନଜୀବୀ ଶରତ ରାୟଗୁରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ସମ୍ପୃକ୍ତ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ସେ ଅପିଲ କରିଛନ୍ତି। ସେପଟେ ଏହି ମାମଲାକୁ ହାଇକୋର୍ଟ ଗ୍ରହଣ କରି ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।