ବଦଳି ଦାବି କରି ଅଡ଼ି ବସିଥିଲେ ଆନ୍ଦୋଳନକାରୀ, ଛୁଟିରେ ପଳେଇଲେ ପ୍ରଧାନଶିକ୍ଷକ

ଭୋଗରାଇ,୧୭ା୯(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ସିଆଁରୋଇ ପଞ୍ଚାୟତ ବେଲଦା ଗାଁ ନୀଳକଣ୍ଠ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବିଭିନ୍ନ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସୋମବାର ଓ ମଙ୍ଗଳବାର ଅଭିଭାବକ ଛାତ୍ରୀଛାତ୍ର ସ୍କୁଲ ଗେଟ୍‌ରେ ତାଲାପକାଇ ଉକ୍ତ ପ୍ରଧାନଶିକ୍ଷକଙ୍କୁ ବଦଳି ଦାବିରେ ପ୍ରତୀକ ଆନ୍ଦୋଳନ କରିଥିଲେl ଆନ୍ଦୋଳନ ଯୋଗୁ ୨ ଦିନ ପାଠପଢ଼ା ଠପ୍‌ ହୋଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳକୁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ନିହାର ରଞ୍ଜନ ଦାସ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲାବେଳେ ଆନ୍ଦୋଳନକାରୀମାନେ ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ଅଡ଼ି ରହିଥିଲେ।

ଜିଲାଶିକ୍ଷାଧିକାରୀ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ସୁନାରାମ ବେହେରାଙ୍କୁ ଛୁଟିରେ ଯିବା ସହିତ ଉକ୍ତ ସ୍କୁଲର ସହକାରୀ ଶିକ୍ଷକ ଶୁକ୍ରାଚାର୍ଯ୍ୟ ପଟ୍ଟାୟତକୁ ପ୍ରଧାନଶିକ୍ଷକ ଦାୟିତ୍ୱ ଦେବାରୁ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ହଟିବାରୁ ସ୍କୁଲରେ ପାଠପଢ଼ା ସ୍ବାଭାବିକ ହୋଇଥିଲା। ଏହି ଘଟଣାରେ ପ୍ରଧାନଶିକ୍ଷକ ଏକ କୁଚକ୍ରୀ ଗୋଷ୍ଠୀ ଦ୍ୱାରା ବିରୋଧ ସମ୍ମୁଖୀନ ହେବା ସହ ତାଙ୍କ ନାମରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ପ୍ରକାଶ କରିଥିଲେ।

Share