ବାଜ୍ୟାପ୍ତ ହେଲା ଗଞ୍ଜେଇ ବ୍ୟବସାୟୀଙ୍କ ୯୬ଲକ୍ଷ ଟଙ୍କାର ସମ୍ପତ୍ତି

ଜୟପୁର ୧୦ା୩: ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ୯୬ଲକ୍ଷ ୫୦ ହଜାର ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। ଏପରି ଘଟଣା ଜିଲାରେ ପ୍ରଥମ ବୋଲି ଜୟପୁର ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୯ରେ ଏକ ଟ୍ରକ୍‌(ଡବ୍ଲ୍ୟୁବି-୦୨୦ଜି-୬୭୩୨) ଓ ବୋଲେରୋ (ଓଡି-୩୩ଡବ୍ଲ୍ୟୁ-୩୬୯୦)କୁ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ଯାଞ୍ଚ କରିଥିଲେ। ସେଥିରେ ୧୮୧ ପ୍ୟାକେଟରେ ୯୩୭ରୁ ଊର୍ଦ୍ଧ୍ୱ କେଜି ଗଞ୍ଜେଇ ରହିଥିଲା; ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ଏହି ଗଞ୍ଜେଇ କୋରାପୁଟ ଜିଲା ଜଲାପୁଟରୁ ବିହାରକୁ ଚାଲାଣ ହେଉଥିଲା। ଏହି ଘଟଣାରେ ଜଲାପୁଟର ସୁଦର୍ଶନ ପାଣିଗ୍ରାହୀ (୨୮), ସେମିଳିଗୁଡ଼ାର ଚନ୍ଦ୍ରଶେଖର ଖରା(୩୦), ମାଛକୁଣ୍ଡ ଅଞ୍ଚଳର ରଞ୍ଜନ ଗଡ଼ଙ୍ଗା(୨୩) ଓ ଗୋପୀନାଥ ନିରିକା (୨୩)ଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ୭ଟି ମୋବାଇଲ, ୩ ଲକ୍ଷ୧୦ ହଜାର ଟଙ୍କା ସହ ଚାଲାଣରେ ବ୍ୟବହୃତ ହେଉଥିବା ଟ୍ରକ୍‌ ଓ ବୋଲେରୋକୁ ଜବତ କରାଯାଇଥିଲା। ତଦନ୍ତ ବେଳେ ଜଲାପୁଟର ଗୋପୀନାଥ ନିରିକାଙ୍କ ନାମରେ ୬୭ ଲକ୍ଷ ୬୯ ହଜାର ଟଙ୍କା ସହ ଏକ ବୋଲୋର ଓ ସୁଦର୍ଶନ ପାଣିଗ୍ରାହୀ ନାମରେ ୨୧ ଲକ୍ଷ ୮୦ ହଜାର ଟଙ୍କା ଥିବା ପୋଲିସ ଜାଣିବାକୁ ପାଇଥିଲା। ବାହାର ରାଜ୍ୟର ଗଞ୍ଜେଇ ବ୍ୟବସାୟୀମାନେ ସେମାନଙ୍କ ଆକାଉଣ୍ଟରେ ଏହି ଟଙ୍କା ଡିପୋଜିଟ କରିଥିଲେ। ଏନେଇ ଏନ୍‌ଡିପିସି କୋର୍ଟ କୋଲକାତାର ଦ୍ୱାରସ୍ଥ ହୋଇଥିଲେ ା ଗତ ଫେବୃୟାରୀ ୨୪ରେ ଉକ୍ତ ମାମଲାର ତଦନ୍ତକାରୀ ଅଫିସର ଆଦିତ୍ୟ ମହାକୁଡଙ୍କଠାରୁ କୋର୍ଟର ଆଇନଜୀବୀ ଭିଡିଓ କନ୍‌ଫରେନ୍ସରେ ତଥ୍ୟ ଗ୍ରହଣ କରିଥିଲେ। କୋର୍ଟ ଏହି ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ମାର୍ଚ୍ଚ ୪ରେ ସମ୍ପତ୍ତି ବାଜ୍ୟାପ୍ତ ନିଷ୍ପତ୍ତି ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri