ଦୁର୍ନୀତି ଆଁରେ ଧାନ, ଚାଉଳ ସଂଗ୍ରହ ପ୍ରକ୍ରିୟା

ଯାଜପୁର ଅଫିସ,୨୫ା୪: ଯାଜପୁର ଜିଲା ଯୋଗାଣ ବିଭାଗ ଉଭୟ ଖେଳାଳି ଓ ରେଫରୀ ସାଜି ଧାନ ସଂଗ୍ରହରେ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି। ନବନିର୍ମାଣ କୃଷକ ସଂଗଠନ ଏହି ଅଭିଯୋଗ କରିବା ସହ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଭିଜିଲାନ୍ସ କିମ୍ବା ସିବିଆଇ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି। ଚଳିତବର୍ଷ ଜିଲାରେ ଧାନ ସଂଗ୍ରହରେ ସୃଷ୍ଟ ଅଚଳାବସ୍ଥା ସମ୍ପୂର୍ଣ୍ଣ ମନୁଷ୍ୟକୃତ ଏବଂ ଆଗାମୀ ଦିନରେ ଧାନ ସଂଗ୍ରହରେ ସାମାନ୍ୟତମ ଅବ୍ୟବସ୍ଥା ହେଲେ ଫଳାଫଳ ପାଇଁ ଜିଲା ପ୍ରଶାସନ ଦାୟୀ ରହିବେ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇ ଚରଣ ରାୟ ଚେତାବନୀ ଦେଇଛନ୍ତି।
ରାଜ୍ୟରେ ୩୩ ମହିଳା ସ୍ବୟଂ ସହାୟକ ଦଳ କୃଷକମାନଙ୍କଠାରୁ ଧାନ ଗ୍ରହଣ ନ କରି ଭେଣ୍ଡର ରସିଦ ପ୍ରଦାନ କରାଯାଇ ପୋର୍ଟାଲରୁ ସମାନ ରସିଦ ବିଲୋପ କରାଯାଇଛି। ଏଭଳି ଅନେକ ଦୁର୍ନୀତି ଓ ହେରଫେରକୁ ରୋକିବାରେ ସରକାର ବିଫଳ ହେଉଥିବାରୁ ଚାଷୀମାନେ ଆର୍ଥିକ ଅନଟନର ଶିକାର ହେଉଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସଲାଉଦ୍ଦିନ ଖାନ୍‌ଙ୍କ ମତାମତ ନେବାକୁ ରବିବାର ସନ୍ଧ୍ୟା ୬ଟା ୧୬ରେ ତାଙ୍କ ମୋବାଇଲକୁ ଫୋନ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।

ଦୁର୍ନୀତିର କେତେକ ନମୁନା

ପୂର୍ବରୁ ବାହାର ଜିଲାରୁ ଆସୁଥିବା ଅଣ୍ଡରରେଟ ଧାନ ଉପରେ ପ୍ରଶାସନ ଅଙ୍କୁଶ ଲଗାଉଥିଲା। ଏବେ ଅବାଧରେ ବାହାରର ଅଣ୍ଡରରେଟ ଧାନ ଜିଲାକୁ ଚାଲାଣ ହେଉଛି। ଏଭଳି ଧାନ ଚୋରାଚାଲାଣ କରୁଥିବା ଗାଡ଼ିଗୁଡିକୁ ଚାଷୀମାନେ ଧରି ପ୍ରଶାସନକୁ ହସ୍ତାନ୍ତର କରିବାସତ୍ତ୍ବେ ବିନା କାର୍ଯ୍ୟାନୁଷ୍ଠାନରେ ସେଗୁଡିକୁ ଛାଡ଼ି ଦିଆଯାଉଛି।
ଜିଲାର ମିଲ୍‌ଗୁଡ଼ିକରେ କୌଣସି ହିସାବ ପତ୍ର ନ ଥିବା ହଜାର ହଜାର ବସ୍ତା ଧାନ ମହଜୁଦ ଥିବାବେଳେ ଏହାର ଯାଞ୍ଚ କରା ନ ଯାଇ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉଛି।
ଜିଲାରେ ଧାନ ସଂଗ୍ରହ ପାଇଁ ନିର୍ଦ୍ଧାରିତ କ୍ରୟ ସଂସ୍ଥାଗୁଡିକ ଆଦୌ ଧାନ କିଣାବିକା କରୁ ନାହାନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରା ନ ଯାଇ ଯୋଗାଣ ବିଭାଗକୁ ଜିଲାର ପ୍ରମୁଖ କ୍ରୟ ସଂସ୍ଥା କରାଯାଇଛି।
ଯୋଗାଣ ବିଭାଗର ନିଜସ୍ବ ଗୋଦାମ ଘର ଥିବା ସତ୍ତ୍ବେ କଷ୍ଟମ ମିଲିଂ ନାମରେ ମିଲ୍‌ଗୁଡ଼ିକରେ ଧାନ ମହଜୁଦ ରଖାଯାଇ ଦୁର୍ନୀତିର ବାଟ ଫିଟାଯାଉଛି।
ମାର୍କେଟ ୟାର୍ଡ ବନ୍ଦ ହେବା ପରେ ଚାଷୀଙ୍କ ପାଖରେ ରହିଯାଇଥିବା ଧାନ ଆକଳନ କରାଯାଇ ପୂର୍ବବର୍ଷଗୁଡ଼ିକରେ ସଂଗ୍ରହ କରାଯାଉଥିଲା। ଏବେ ତାହା କରା ନ ଯାଇ ବାହାର ଜିଲାର ଅଣ୍ଡରରେଟ ଧାନ ସଂଗ୍ରହର ଅନୁମତି ଦିଆଯାଇଛି। ଫଳରେ ଜିଲାର ଚାଷୀଙ୍କ ପାଖରେ ବିକ୍ରି ହୋଇ ନ ପାରି ଧାନ ପଡ଼ି ରହିଛି। ଏନେଇ ଏକାଧିକ ଚାଷୀ ବାରମ୍ବାର ଅଭିଯୋଗ କରୁଥିଲେ ହେଁ ସେମାନଙ୍କ ଧାନ କିଣା ଯାଉ ନାହିଁ।
ଚାଷୀଙ୍କଠାରୁ ଧାନ କ୍ରୟ ନିମନ୍ତେ ହୋଇଥିବା ଟୋକନ ବ୍ୟବସ୍ଥାକୁ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ର ସମ୍ପାଦକମାନେ ଉଲ୍ଲଂଘନ କରି ଆସୁଛନ୍ତି। ଏହି କାରଣରୁ ଏବେ ବି ଚାଷୀଙ୍କ ନିକଟରେ ଧାନ ପଡ଼ି ରହିଥିବାବେଳେ ମିଲ ମାଲିକମାନେ ନିଜ ଇଚ୍ଛାରେ ଚାଉଳ ଦାଖଲ କରୁଛନ୍ତି।

ଚାଉଳ ସଂଗ୍ରହ ମାତ୍ର ୪୬%

ଯାଜପୁର ଜିଲାରେ ଗତ ୨୧ ତାରିଖ ସୁଦ୍ଧା ମାତ୍ର ୪୬.୮୪% ଚାଉଳ ସଂଗ୍ରହ ହୋଇଛି। ଏଥିରେ ବଡ଼ଚଣା ସାନ୍ତୁକା ଫୁଡ୍‌ସ ପ୍ରାଇଭେଟ ଲିଃ, ପଥରପଦା କୃପାଳୁ ରାଇସ୍‌ ଇଣ୍ଡଷ୍ଟ୍ରିଜ୍‌ ଓ ଛତିଆ ଇଷ୍ଟର୍ଣ୍ଣ ଜୋନ୍‌ ଇଣ୍ଡଷ୍ଟ୍ରିଜ୍‌ର ଚାଉଳ ଦାଖଲ ପରିମାଣ ୪୦% ବି ଛୁଇଁ ପାରିନାହିଁ। ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ବାରମ୍ବାର ରାଇସ୍‌ ମିଲରେ ସରକାରୀ ଧାନ ଓ ଚାଉଳ ପରିମାଣର ଅନୁପାତ ଉପରେ ନିୟମିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହେଉଛି। ହେଲେ ଜିଲା ଯୋଗାଣ ବିଭାଗର ଅଧିକାରୀମାନେ ମିଲ୍‌ ମାଲିକଙ୍କ ସହ ସଲାସୁତୁରା କରି ଠିକ ରିପୋର୍ଟ ଦେଉ ନ ଥିବା ଅଭିଯୋଗ ହେଉଛି।
୨୦୨୧-୨୨ ଖରିଫ ଓ ରବି ଚାଉଳ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ହୋଇଛି। ଯୋଗାଣ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଜିଲାରେ ୧,୪୨,୩୮୧.୮୦୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇ ୧୦ଜଣ ମିଲର୍ସଙ୍କୁ ଉଷୁନା ଓ ଅରୁଆ ଚାଉଳ ମିଲିଂ କରିବାକୁ ଦିଆଯାଇଥିଲା। ସେଥିରୁ ହିସାବ ଅନୁଯାୟୀ ୯୬,୬୧୭.୬୪୧୪ ମେଟ୍ରିକ ଟନ ଚାଉଳ ନିର୍ଦ୍ଧାରିତ ସମୟରେ ଦାଖଲ ହେବା କଥା। କିନ୍ତୁ ଗତ ୨୧ ତାରିଖ ସୁଦ୍ଧା ମାତ୍ର ୪୪,୬୮୩.୩୧୮ ମେଟ୍ରିକ ଟନ(୪୬.୨୫%) ଚାଉଳ ଦାଖଲ ହୋଇଛି। ଏହି ସମୟରେ ରାଇସ୍‌ ମିଲ୍‌ଗୁଡ଼ିକରେ ବଳକା ଥିବା ଧାନର ପରିମାଣ ଆକଳନ କରି ସର୍ବସାଧାରଣରେ ସୂଚିତ କରାଗଲେ ବାସ୍ତବ ଚିତ୍ର ସମ୍ମୁଖକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି।
ଖାଦ୍ୟ ସୁରକ୍ଷା ଯୋଜନାରେ ଆସୁଥିବା ପୁରୁଣା ଚାଉଳକୁ ବେଆଇନ ଭାବେ ରିସାଇକ୍ଲିଂ ପ୍ରକ୍ରିୟାରେ ସେହି ଚାଉଳକୁ ନୂଆ ପ୍ୟାକିଂ କରି ଯୋଗାଣ ବିଭାଗ ପାଖରେ ଦାଖଲ କରିବାକୁ ମସୁଧା ଚାଲିଥିବା ଚର୍ଚ୍ଚା ହେଉଛି। ଏହିସବୁ ପ୍ରକ୍ରିୟାରେ ପୂର୍ବରୁ ସରକାର ବିପୁଳ ପରିମାଣର ରାଜସ୍ବ ହରାଇ ସାରିଛି। ଏପରି କି ଅଡିଟ୍‌ ରିପୋର୍ଟକୁ ଅନୁପାଳନ ନ କରି ସିଏସ୍‌ଓଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ହୋଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri