ଦୁର୍ନୀତି ଆଁରେ ଧାନ, ଚାଉଳ ସଂଗ୍ରହ ପ୍ରକ୍ରିୟା

ଯାଜପୁର ଅଫିସ,୨୫ା୪: ଯାଜପୁର ଜିଲା ଯୋଗାଣ ବିଭାଗ ଉଭୟ ଖେଳାଳି ଓ ରେଫରୀ ସାଜି ଧାନ ସଂଗ୍ରହରେ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି। ନବନିର୍ମାଣ କୃଷକ ସଂଗଠନ ଏହି ଅଭିଯୋଗ କରିବା ସହ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଭିଜିଲାନ୍ସ କିମ୍ବା ସିବିଆଇ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି। ଚଳିତବର୍ଷ ଜିଲାରେ ଧାନ ସଂଗ୍ରହରେ ସୃଷ୍ଟ ଅଚଳାବସ୍ଥା ସମ୍ପୂର୍ଣ୍ଣ ମନୁଷ୍ୟକୃତ ଏବଂ ଆଗାମୀ ଦିନରେ ଧାନ ସଂଗ୍ରହରେ ସାମାନ୍ୟତମ ଅବ୍ୟବସ୍ଥା ହେଲେ ଫଳାଫଳ ପାଇଁ ଜିଲା ପ୍ରଶାସନ ଦାୟୀ ରହିବେ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇ ଚରଣ ରାୟ ଚେତାବନୀ ଦେଇଛନ୍ତି।
ରାଜ୍ୟରେ ୩୩ ମହିଳା ସ୍ବୟଂ ସହାୟକ ଦଳ କୃଷକମାନଙ୍କଠାରୁ ଧାନ ଗ୍ରହଣ ନ କରି ଭେଣ୍ଡର ରସିଦ ପ୍ରଦାନ କରାଯାଇ ପୋର୍ଟାଲରୁ ସମାନ ରସିଦ ବିଲୋପ କରାଯାଇଛି। ଏଭଳି ଅନେକ ଦୁର୍ନୀତି ଓ ହେରଫେରକୁ ରୋକିବାରେ ସରକାର ବିଫଳ ହେଉଥିବାରୁ ଚାଷୀମାନେ ଆର୍ଥିକ ଅନଟନର ଶିକାର ହେଉଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସଲାଉଦ୍ଦିନ ଖାନ୍‌ଙ୍କ ମତାମତ ନେବାକୁ ରବିବାର ସନ୍ଧ୍ୟା ୬ଟା ୧୬ରେ ତାଙ୍କ ମୋବାଇଲକୁ ଫୋନ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।

ଦୁର୍ନୀତିର କେତେକ ନମୁନା

ପୂର୍ବରୁ ବାହାର ଜିଲାରୁ ଆସୁଥିବା ଅଣ୍ଡରରେଟ ଧାନ ଉପରେ ପ୍ରଶାସନ ଅଙ୍କୁଶ ଲଗାଉଥିଲା। ଏବେ ଅବାଧରେ ବାହାରର ଅଣ୍ଡରରେଟ ଧାନ ଜିଲାକୁ ଚାଲାଣ ହେଉଛି। ଏଭଳି ଧାନ ଚୋରାଚାଲାଣ କରୁଥିବା ଗାଡ଼ିଗୁଡିକୁ ଚାଷୀମାନେ ଧରି ପ୍ରଶାସନକୁ ହସ୍ତାନ୍ତର କରିବାସତ୍ତ୍ବେ ବିନା କାର୍ଯ୍ୟାନୁଷ୍ଠାନରେ ସେଗୁଡିକୁ ଛାଡ଼ି ଦିଆଯାଉଛି।
ଜିଲାର ମିଲ୍‌ଗୁଡ଼ିକରେ କୌଣସି ହିସାବ ପତ୍ର ନ ଥିବା ହଜାର ହଜାର ବସ୍ତା ଧାନ ମହଜୁଦ ଥିବାବେଳେ ଏହାର ଯାଞ୍ଚ କରା ନ ଯାଇ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉଛି।
ଜିଲାରେ ଧାନ ସଂଗ୍ରହ ପାଇଁ ନିର୍ଦ୍ଧାରିତ କ୍ରୟ ସଂସ୍ଥାଗୁଡିକ ଆଦୌ ଧାନ କିଣାବିକା କରୁ ନାହାନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରା ନ ଯାଇ ଯୋଗାଣ ବିଭାଗକୁ ଜିଲାର ପ୍ରମୁଖ କ୍ରୟ ସଂସ୍ଥା କରାଯାଇଛି।
ଯୋଗାଣ ବିଭାଗର ନିଜସ୍ବ ଗୋଦାମ ଘର ଥିବା ସତ୍ତ୍ବେ କଷ୍ଟମ ମିଲିଂ ନାମରେ ମିଲ୍‌ଗୁଡ଼ିକରେ ଧାନ ମହଜୁଦ ରଖାଯାଇ ଦୁର୍ନୀତିର ବାଟ ଫିଟାଯାଉଛି।
ମାର୍କେଟ ୟାର୍ଡ ବନ୍ଦ ହେବା ପରେ ଚାଷୀଙ୍କ ପାଖରେ ରହିଯାଇଥିବା ଧାନ ଆକଳନ କରାଯାଇ ପୂର୍ବବର୍ଷଗୁଡ଼ିକରେ ସଂଗ୍ରହ କରାଯାଉଥିଲା। ଏବେ ତାହା କରା ନ ଯାଇ ବାହାର ଜିଲାର ଅଣ୍ଡରରେଟ ଧାନ ସଂଗ୍ରହର ଅନୁମତି ଦିଆଯାଇଛି। ଫଳରେ ଜିଲାର ଚାଷୀଙ୍କ ପାଖରେ ବିକ୍ରି ହୋଇ ନ ପାରି ଧାନ ପଡ଼ି ରହିଛି। ଏନେଇ ଏକାଧିକ ଚାଷୀ ବାରମ୍ବାର ଅଭିଯୋଗ କରୁଥିଲେ ହେଁ ସେମାନଙ୍କ ଧାନ କିଣା ଯାଉ ନାହିଁ।
ଚାଷୀଙ୍କଠାରୁ ଧାନ କ୍ରୟ ନିମନ୍ତେ ହୋଇଥିବା ଟୋକନ ବ୍ୟବସ୍ଥାକୁ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ର ସମ୍ପାଦକମାନେ ଉଲ୍ଲଂଘନ କରି ଆସୁଛନ୍ତି। ଏହି କାରଣରୁ ଏବେ ବି ଚାଷୀଙ୍କ ନିକଟରେ ଧାନ ପଡ଼ି ରହିଥିବାବେଳେ ମିଲ ମାଲିକମାନେ ନିଜ ଇଚ୍ଛାରେ ଚାଉଳ ଦାଖଲ କରୁଛନ୍ତି।

ଚାଉଳ ସଂଗ୍ରହ ମାତ୍ର ୪୬%

ଯାଜପୁର ଜିଲାରେ ଗତ ୨୧ ତାରିଖ ସୁଦ୍ଧା ମାତ୍ର ୪୬.୮୪% ଚାଉଳ ସଂଗ୍ରହ ହୋଇଛି। ଏଥିରେ ବଡ଼ଚଣା ସାନ୍ତୁକା ଫୁଡ୍‌ସ ପ୍ରାଇଭେଟ ଲିଃ, ପଥରପଦା କୃପାଳୁ ରାଇସ୍‌ ଇଣ୍ଡଷ୍ଟ୍ରିଜ୍‌ ଓ ଛତିଆ ଇଷ୍ଟର୍ଣ୍ଣ ଜୋନ୍‌ ଇଣ୍ଡଷ୍ଟ୍ରିଜ୍‌ର ଚାଉଳ ଦାଖଲ ପରିମାଣ ୪୦% ବି ଛୁଇଁ ପାରିନାହିଁ। ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ବାରମ୍ବାର ରାଇସ୍‌ ମିଲରେ ସରକାରୀ ଧାନ ଓ ଚାଉଳ ପରିମାଣର ଅନୁପାତ ଉପରେ ନିୟମିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହେଉଛି। ହେଲେ ଜିଲା ଯୋଗାଣ ବିଭାଗର ଅଧିକାରୀମାନେ ମିଲ୍‌ ମାଲିକଙ୍କ ସହ ସଲାସୁତୁରା କରି ଠିକ ରିପୋର୍ଟ ଦେଉ ନ ଥିବା ଅଭିଯୋଗ ହେଉଛି।
୨୦୨୧-୨୨ ଖରିଫ ଓ ରବି ଚାଉଳ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ହୋଇଛି। ଯୋଗାଣ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଜିଲାରେ ୧,୪୨,୩୮୧.୮୦୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇ ୧୦ଜଣ ମିଲର୍ସଙ୍କୁ ଉଷୁନା ଓ ଅରୁଆ ଚାଉଳ ମିଲିଂ କରିବାକୁ ଦିଆଯାଇଥିଲା। ସେଥିରୁ ହିସାବ ଅନୁଯାୟୀ ୯୬,୬୧୭.୬୪୧୪ ମେଟ୍ରିକ ଟନ ଚାଉଳ ନିର୍ଦ୍ଧାରିତ ସମୟରେ ଦାଖଲ ହେବା କଥା। କିନ୍ତୁ ଗତ ୨୧ ତାରିଖ ସୁଦ୍ଧା ମାତ୍ର ୪୪,୬୮୩.୩୧୮ ମେଟ୍ରିକ ଟନ(୪୬.୨୫%) ଚାଉଳ ଦାଖଲ ହୋଇଛି। ଏହି ସମୟରେ ରାଇସ୍‌ ମିଲ୍‌ଗୁଡ଼ିକରେ ବଳକା ଥିବା ଧାନର ପରିମାଣ ଆକଳନ କରି ସର୍ବସାଧାରଣରେ ସୂଚିତ କରାଗଲେ ବାସ୍ତବ ଚିତ୍ର ସମ୍ମୁଖକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି।
ଖାଦ୍ୟ ସୁରକ୍ଷା ଯୋଜନାରେ ଆସୁଥିବା ପୁରୁଣା ଚାଉଳକୁ ବେଆଇନ ଭାବେ ରିସାଇକ୍ଲିଂ ପ୍ରକ୍ରିୟାରେ ସେହି ଚାଉଳକୁ ନୂଆ ପ୍ୟାକିଂ କରି ଯୋଗାଣ ବିଭାଗ ପାଖରେ ଦାଖଲ କରିବାକୁ ମସୁଧା ଚାଲିଥିବା ଚର୍ଚ୍ଚା ହେଉଛି। ଏହିସବୁ ପ୍ରକ୍ରିୟାରେ ପୂର୍ବରୁ ସରକାର ବିପୁଳ ପରିମାଣର ରାଜସ୍ବ ହରାଇ ସାରିଛି। ଏପରି କି ଅଡିଟ୍‌ ରିପୋର୍ଟକୁ ଅନୁପାଳନ ନ କରି ସିଏସ୍‌ଓଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ହୋଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri