ଅଯୋଧ୍ୟା ମନ୍ଦିରରେ ପୁରୁଷଙ୍କୁ ମିଳେ ଋତୁସ୍ରାବ ଛୁଟି, କାରଣ ଜାଣିଲେ ହୋଇଯିବେ ତାଜୁବ

ଅଯୋଧ୍ୟା,୯।୨: ମହିଳାମାନେ ମାସିକ ଋତୁସ୍ରାବଜନିତ କଷ୍ଟ ଭୋଗିଥାନ୍ତି। ଏଥିପାଇଁ କୌଣସି କାର୍ଯ୍ୟାଳୟରେ ଛୁଟି ନେବାର କୌଣସି ପ୍ରାବଧାନ ନ ଥିବାବେଳେ ଛୁଟି ରଖିବା ପାଇଁ ଦେଶରେ ଏବେ ଦାବି କରାଯାଉଛି। କିନ୍ତୁ ପୁରୁଷମାନେ ଋତୁସ୍ରାବ ପାଇଁ ଛୁଟି ନେବା କେବେ ଶୁଣିଛନ୍ତି। କଥାଟା ଅଜବ ଲାଗିଥାଇପାରେ ହେଲେ ସତ । ଅଯୋଧ୍ୟାରେ ଏପରି ଏକ ମନ୍ଦିର ବିଷୟରେ ଅଛି ଯେଉଁଠାରେ ପୁରୋହିତମାନଙ୍କୁ ଋତୁସ୍ରାବ ପାଇଁ ଛୁଟି ଦିଆଯାଏ। ଆଉ ଏହି ଛୁଟି ଅଯୋଧ୍ୟାର ପ୍ରଶାସନ କି ସରକାର ନୁହେଁ ମନ୍ଦିରରେ ବିରାଜିତ ମାତା ସୀତା ଓ ରାମ ଅନୁମତି ଦେଇଥାନ୍ତି।

ଅଯୋଧ୍ୟାର ରାମକୋଟରେ ଯୁଗଳ ମାଧୁରୀ କୁଞ୍ଜ ନାମକ ଏକ ମନ୍ଦିର ରହିଛି । ଅଯୋଧ୍ୟା ରାଜା ହନୁମାନଗଡ଼ି ନାମରେ ଏହି ଜମି ଦାନ କରିଥିଲେ। ଏହି ମନ୍ଦିରରେ ରାମ ସୀତାଙ୍କ ସହିତ ତାଙ୍କ ସଖୀଙ୍କ ମୂର୍ତ୍ତି ମଧ୍ୟ ଏହି ମନ୍ଦିରରେ ପୂଜା ପାଉଛନ୍ତି l ଏହି ମନ୍ଦିରର ପୁରୋହିତ ହେଉଛନ୍ତି ରାଜ ବାହାଦୂର। ପ୍ରତିଦିନ ଠିକ୍‌ ସମୟରେ ପହଞ୍ଚି ସେ ସମସ୍ତ ନୀତିକାନ୍ତି କରିଥାନ୍ତି। କିନ୍ତୁ ପ୍ରତ୍ୟେକ ମାସର ୭ଦିନ ଋତୁସ୍ରାବ ଜନିତ ଛୁଟି ନେଇଥାନ୍ତି। କାରଣ ବହୁ ପୁରୁଣା କାଳରୁ ଏହି ପରମ୍ପରା ଚଳି ଆସୁଛି l

ଏପରି ପରମ୍ପରା ପାଳନ କରିବାର କାରଣ ଏଠାରେ କିଛି ଗୁପ୍ତନୀତି ପାଳନ କରାଯାଏ। ଅର୍ଥାତ୍‌ ଏହି ମନ୍ଦିରରେ ସଖୀ ପରମ୍ପରାର ପାଳନ କରାଯାଇଥାଏ l ମାନ୍ୟତା ରହିଛି ଯେ ମାତା ସୀତା ନିଜର ୮ଟି ସଖୀଙ୍କ ସହ ଅଯୋଧ୍ୟା ଆସିଥିଲେ l ଆଉ ଯେତେବେଳେ ଏହି ସଖୀମାନେ ଭଗବାନ ରାମଙ୍କ ସହିତ ରହି ନ ଥାଆନ୍ତି l ସେତେବେଳେ ମନ୍ଦିରର ପୂଜକ ସଖୀ ଭୂମିକାର ପାଳନ କରନ୍ତି l ଏହି ସମୟରେ ମନ୍ଦିରର ପୂଜକ ନିଜ ମସ୍ତକରେ ଚନ୍ଦନ ଲଗାଇ ମୁଣ୍ଡରେ ଓଢଣୀ ପକାଇ ମନ୍ଦିରରେ ରହି ଥାଆନ୍ତି l ଏଥିସହ ରାମଙ୍କ ସମ୍ମୁଖରେ ନୃତ୍ୟ ମଧ୍ୟ କରନ୍ତି। ଏହି କାରଣରୁ ମନ୍ଦିରର ପୂଜକଙ୍କୁ ଋତୁସ୍ରାବ ପାଇଁ ଛୁଟି ମିଳିଥାଏ l


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ହର୍ଷିତ ରାଣା: ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୬।୨: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦ୍ରୁତ ବୋଲର ହର୍ଷିତ ରାଣା…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

ଯାତ୍ରା ମାଲିକ ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସାଇଙ୍କ ମା’, କହିଲେ ମୋ ପୁଅକୁ…

ଭୁବନେଶ୍ୱର,୬।୨: ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନାହିଁ ବିବାଦ। ପୁଣି ଥରେ ବିବାଦର ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri