New Delhi: President Ram Nath Kovind presents the National Service Scheme (NSS) Awards for 2018-2019 via video conferencing, in New Delhi on Sep 24, 2020. (Photo: IANS)
ପୁରୀ ଅଫିସ,୮।୨: ଚଳିତ ମାସରେ ପୁରୀ ଆସିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଫେବୃୟାରୀ ୧୯ରେ ପୁରୀ ଆସିବେ। ଦିନକ ପରେ ଅର୍ଥାତ ୨୦ରେ ସେ ଫେରିଯିବେ। ଏହି ଗସ୍ତକାଳରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ପୁରୀ ଜିଲା ପ୍ରଶାସନ ନିକଟରେ ଖବର ରହିଛି। ତେବେ ସରକାରୀ ଭାବେ ସେମାନଙ୍କ ନିକଟକୁ କିଛି ଚିଠି ଆସିନାହିଁ। ଏଣୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଜିଲା ପ୍ରଶାସନକୁ ଯୋଗାଯୋଗ କଲାପରେ ଗସ୍ତ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି କୁହାଯାଉଛି।