
ଦୁବାଇ,୨୫।୨: ସଂଯୁକ୍ତ ଆରବ ଏମିରେଟ୍ସର ଜଣେ କୂଟନୀତିଜ୍ଞ ୟୁଏଇ ମନ୍ଦିର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୧୫ରେ ଏକ ଗସ୍ତ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲ୍ଫ ଦେଶରେ ଏକ ହିନ୍ଦୁ ମନ୍ଦିର ପାଇଁ ଅନୁରୋଧ କରିଥିଲେ। ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହ୍ୟାନ ମାତ୍ର ପାଞ୍ଚ ମିନିଟରେ ହିନ୍ଦୁ ମନ୍ଦିର ନିର୍ମାାଣ କରିବାକୁ ରାଜି ହୋଇଥିଲେ।
ୟୁଏଇ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ଅନୱାର ମହମ୍ମଦ ଗର୍ଗଶ ନୂଆଦିଲ୍ଲୀରେ ଏକ ବକ୍ତବ୍ୟରେ ସେ ଏହା କହିଛନ୍ତି। ସେ କହିଛନ୍ତି,ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ୟୁଏଇ) ଆସିଲେ, ସେତେବେଳେ ସେ ଏକ ବିଶାଳ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଭାରତୀୟ ସମ୍ପ୍ରଦାୟକୁ ଜମି ଦେବାକୁ ଅନୁରୋଧ କରିଥିଲେ। ମହମ୍ମଦ ବିନ ସାଙ୍ଗେ ସାଙ୍ଗେ ରାଜି ହୋଇଯାଇଥିଲେ। ଆମେ ଏହି ଚାହିଦାକୁ ସମ୍ପର୍କର ପ୍ରାରମ୍ଭିକ ପରୀକ୍ଷା ଭାବରେ ଦେଖିଛୁ। ଭାରତ ଏବଂ ୟୁଏଇ ମଧ୍ୟରେ ଭଲ ସମ୍ପର୍କର ହିନ୍ଦୁ ମନ୍ଦିର ଏକ ଦୃଢ ପ୍ରମାଣ।
ଗର୍ଗଶ କହିଛନ୍ତି, ତାଙ୍କ ଭାଇ ତଥା ଦେଶର ତତ୍କାଳୀନ ରାଷ୍ଟ୍ରପତି ଶେଖ ଖଲିଫାଙ୍କ ଅସୁସ୍ଥତା ହେତୁ ଶେଖ ମହମ୍ମଦ ବିନ ଜାଏଦ ୨୦୧୫ରେ ୟୁଏଇର ନେତା ଭାବରେ କାର୍ଯ୍ୟ କରୁଥିଲେ। ୨୦୨୨ରେ ଶେଖ ମହମ୍ମଦ ୟୁଏଇର ରାଷ୍ଟ୍ରପତି ହୋଇଥିଲେ ଏବଂ ତାଙ୍କ ତତ୍ତ୍ୱାବଧାନରେ ନୂଆଦିଲ୍ଲୀ ସହ ସମ୍ପର୍କ ଆହୁରି ଭଲ ରହିଛି।
ଗର୍ଗଶ ୨୦୦୮ ରୁ ୨୦୨୧ ପର୍ଯ୍ୟନ୍ତ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଫେବୃଆରୀ ୧୪ରେ ଦୁଇ ଦିନିଆ ଗସ୍ତ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିରେ ଏକ ହିନ୍ଦୁ ମନ୍ଦିରର ଉଦଘାଟନ କରିଥିଲେ। ଏହି ସମୟରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ମଧ୍ୟ ଉପସ୍ଥିତ ଥିଲେ। ଏହି ମନ୍ଦିରର ଭିତ୍ତି ପ୍ରସ୍ତର ମଧ୍ୟ ୨୦୧୮ରେ ପିଏମ ମୋଦିଙ୍କ ଦ୍ୱାରା କରାଯାଇଥିଲା। ଏହି ମନ୍ଦିରଟି ହିନ୍ଦୁ ଧର୍ମର ବୈଷ୍ଣବ ଧର୍ମର ଏକ ଅଂଶ।
"It took Sheikh Mohamed 5 minutes.." to agree to PM Modi's request for a Hindu temple in UAE during 2015 visit, says top UAE diplomat Dr Anwar Gargash (diplomatic adviser to President Sheikh Mohamed) pic.twitter.com/rXLnlQ2SeU
— Sidhant Sibal (@sidhant) February 24, 2024