ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି। ତେଣୁ ଉକ୍ତ କାର୍ଯ୍ୟାଳୟଗୁଡ଼ିକ ରହିବା ଦାରା ବିପୁଳ ରାଜସ୍ବ କ୍ଷତି ହେଉଛି। ସରକାର ଉକ୍ତ ଦୁଇ ପଦବୀ ଉଚ୍ଛେଦ କରିବା ସହ ଗଞ୍ଜାମ ଜିଲାକୁ ୪ ଭାଗ କରି ୪ଟି ଜିଲା ଘୋଷଣା କରିବା ପାଇଁ ଭାରତୀୟ ବିକାଶ ପରିଷଦ ତରଫରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି। ଏଥିସହ ସେ କହିଥିଲେ ଯେ,
ବ୍ରହ୍ମପୁର ଜିଲା ମୁଖ୍ୟ ଦପ୍ତର-ବ୍ରହ୍ମପୁର, ଘୁମୁସର ଜିଲା ମୁଖ୍ୟ ଦପ୍ତର ଭଞ୍ଜନଗର, ଋଷିକୂଲ୍ୟା ଜିଲା ମୁଖ୍ୟ ଦପ୍ତର-ଆସିକା ଏବଂ ଗଞ୍ଜାମ ଜିଲା ସଦର ମହକୁମା-ଛତ୍ରପୁର ହେଉ।

ଗଞ୍ଜାମ ଜିଲାକୁ ୧୯୯୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସରକାର ଜିଲା ପୁନଃଗଠନ କରି ନୂତନ ଜିଲା ଭାବେ ଗଜପତି ଜିଲା ଗଠନ କରିଥିଲେ। ୧୯୯୨ରୁ ଗଞ୍ଜାମ ଜିଲା ୨୨ଟି ବ୍ଲକ ୧୮ଟି ସହରାଞ୍ଚଳ ମୋଟ୍‌ ୩୨୫୦ ରାଜସ୍ବ ଗ୍ରାମକୁ ନେଇ ଗଞ୍ଜାମ ଜିଲା ଅବସ୍ଥିତ। ଜନସଂଖ୍ୟା ୩୫୨୯୦୩୧ରୁ ଊର୍ଦ୍ଧ୍ୱ ଅଟେ। ଯାହାକି ରାଜନୈତିକ, ଭୌଗୋଳିକ, ପ୍ରଶାସନିକ ଦୃଷ୍ଟିରୁ ଓଡ଼ିଶାର ସର୍ବ ବୃହତମ ଜିଲା ଗଞ୍ଜାମ ଅଟେ। ତେଣୁ ସରକାର ଉକ୍ତ ଦୁଇ ଦାବିକୁ ଗୁରୁତ୍ୱ ଦେଇ ପଦକ୍ଷେପ ନିଅନ୍ତୁ। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପଦକ୍ଷେପ ନିଆଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri