ଥାନାରେ ଖତ ଖାଉଛି ମାଳ ମାଳ ଗାଡ଼ି, ଫାଇଲପତ୍ର ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା, ୨।୬( ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ପରିସରରେ ଗଦା ହୋଇଛି ମାଳ ମାଳ ଗାଡ଼ି। ଗାଡ଼ିଗୁଡ଼ିକ ଉପରେ ମାଡି ଗଲାଣି ଗଛ ଲତା। ଦୀର୍ଘ ଦିନ ହେବ ପଡି ରହିଛି ଗାଡ଼ି । ଥାନା ପଛପଟେ ଗଦାହୋଇ ରହିଛି ଅନେକ ବାଇକ । ଅଧିକାଂଶ କଳଙ୍କି ଲାଗି ଯାଇଥିବାବେଳେ ଆଉ କିଛି ମାଟିରେ ମିଶିଗଲାଣି। ଏହାର ମାଲିକ କିଏ ଏବଂ କେଉଁ ମାମଲାରେ ଗାଡ଼ି ଗୁଡ଼ିକ ଜବତ ହୋଇ ରହିଛି ତାହାର ଫାଇଲ ଅଛି କି ନାହିଁ ତାକୁ ନେଇ ମଧ୍ୟ ବଡ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ଭାରତୀୟ ଯାନବାହନ ସାକ୍ଷ୍ୟ ପ୍ରମାଣ ଅଧିନିୟମ ଅନୁସାରେ କୌଣସି ଅଭିଯୁକ୍ତ ଗିରଫ ହେଲେ ତାଙ୍କ ବ୍ୟବହୃତ ଗାଡିକୁ ସାକ୍ଷ୍ୟ ପ୍ରମାଣ ଆଧାରରେ ଜବତ କରାଯିବ। ଯାନବାହନ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲେ ଗାଡି ଜବତ କରିବା, ବେଆଇନ କାରବାରରେ ବ୍ୟବହୃତ ସହ ଅନେକ ନିୟମ ଅଧିନିୟମରେ ପୋଲିସ ଗାଡ଼ିଗୁଡ଼ିକୁ ଜବତ କରିଥାଏ। ଅନ୍ୟ ପକ୍ଷରେ ଜବତ ଗାଡିଗୁଡିକ ଦୀର୍ଘ ସମୟଧରି ଥାନାରେ ରଖାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି। ଯେଉଁ ଗାଡିଗୁଡିକ ନେବାକୁ ମାଲିକ ଦାବି କରନ୍ତି ନାହିଁ, ବା ବୀମା କମ୍ପାନୀଙ୍କ ଦାବି ନ ଥାଏ, ସେହି ଗାଡିଗୁଡିକ କୋର୍ଟଙ୍କ ଦ୍ୱାରା ନିଲାମ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଚୋରି ଗାଡି ହେଉ ଅବା କୌଣସି କାରଣରୁ ଗାଡି ଜବତ ହେଲେ, ତାହାର ଯତ୍ନ ନିଆଯାଏ ନାହିଁ। ଫଳରେ ଖରା, ବର୍ଷା ଓ ବାହ୍ୟ ବିପଦ ସଂସ୍ପର୍ଶରେ ଆସି ଗାଡିଗୁଡ଼ିକ ନଷ୍ଟ ହୋଇଥାଏ।

ଏ ସବୁ ନିୟମ କେବଳ କାଗଜ କଲମରେ ରହିଥିବା ଏ ଚିତ୍ର ପ୍ରମାଣ କରିଛି । ଏହା ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କିଛି ଦିନ ହେବ ଏହି ଥାନାରେ ଯୋଗ ଦେଇ ଥିବା ବେଳେ ଏ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri