ସ୍ତ୍ରୀଙ୍କୁ ବଳି ଦେଲେ ସ୍ବାମୀ, ଶ୍ମଶାନରୁ ମୃତଦେହ ଜବତ କଲା ପୋଲିସ

ଲୋଇସିଂହା,୨୧ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଚମାରପଡ଼ାର ଜଣେ ତନ୍ତ୍ର ସାଧକ ମକାରୁ ମେହେର (୪୦) ତାଙ୍କ ସ୍ତ୍ରୀ ଜାନକୀ (୩୫)ଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। ମୃତଦେହ ପଚି ବନ୍ଧ ଘରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ଏହା ସୋମବାର ଜାଣିବାକୁ ପାଇଥିଲେ। ମୃତା ମହିଳାଙ୍କ ଭାଇ ଅର୍ଜୁନ ରାଉତ ଓ ଗୋପାଳ ରାଉତଙ୍କଠାରୁ ଲିଖିତ ଅଭିଯୋଗ ପାଇ ଲୋଇସିଂହା ପୋଲିସ ମୃତଦେହ କୁଶଙ୍ଗାଇ ଜୋର ଶ୍ମଶାନ ଘାଟରୁ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ ଆଣ୍ଡ୍‌ ହସ୍ପିଟାଲକୁ ପଠାଇଛି।

ପୋଲିସ ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲା ସୋନପୁର ସହରର ଚମାରପଡ଼ାର ସ୍ବର୍ଗତା ମା ବାସନ୍ତୀ ରାଉତ ଓ ସ୍ବର୍ଗତ ବାପା ବିଦ୍ୟାଧର ରାଉତଙ୍କ ଝିଅ ଜାନକୀ ଲୋଇସିଂହା ଚମାରପଡ଼ାର ମକାରୁ ମେହେରଙ୍କୁ ୨୦୧୦ରେ ବିବାହ କରିଥିଲେ। ଇତିମଧ୍ୟରେ ତାଙ୍କ ୮ ବର୍ଷର ପୁଅ ଅଛି। ପୁଅକୁ ଦୂରେ ରଖି ମକାରୁ ସ୍ତ୍ରୀ ଜାନକୀଙ୍କୁ ଏକ ଘରେ ବନ୍ଦ ରଖି ପୂଜାପଦ୍ଧତି ତଥା ତନ୍ତ୍ରମନ୍ତ୍ରରେ ଲିପ୍ତ ରହିଥିଲେ। ଦୀର୍ଘ ୨ ବର୍ଷ ହେଲା ଏପରି କାର୍ଯ୍ୟ କରି ଆସୁଥିଲେ। ଗତ କିଛିଦିନ ହେଲା ଜାନକୀଙ୍କ ସ୍ନାନଶୌଚ ପାଇ ନ ବାହାରିବା ଏବଂ ସେହି ବନ୍ଦ ଘରୁ ପଚା ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ। ଏନେଇ ମକାରୁଙ୍କ ପରିବାର ସଦସ୍ୟଙ୍କୁ ସ୍ଥାନୀୟ ଲୋକେ ଜଣାଇବା ପରେ ସେହି ଘର କବାଟ ଖୋଲାଯାଇଥିଲା। ଘର ଭିତର ଦୃଶ୍ୟ ଦେଖି ଲୋକେ ହତବାକ ହୋଇ ଯାଇଥିଲେ। ଜାନକୀଙ୍କ ମୃତଦେହ ଫୁଲି ପଚି ସଢ଼ି ଯାଇଥିବା ବେଳେ ସେହି ନିକଟରେ ମକାରୁ ବସି ରହିଥିଲେ। ଏହାପରେ ମକାରୁଙ୍କ ପରିବାର ଲୋକେ ଜାନକୀଙ୍କ ବାପଘର ଲୋକଙ୍କୁ ମୃତ୍ୟୁ ସମ୍ପର୍କରେ ସୋମବାର ସକାଳେ ସୂଚନା ଦେଇଥିଲେ। ଭଉଣୀଙ୍କ ମୃତ୍ୟୁ ଖବର ପାଇ ବଡ଼ଭାଇ ଓ ସମ୍ପକୀୟମାନେ ଲୋଇସିଂହାରେ ପହଞ୍ଚିଥିଲେ। ଏହି ସମୟରେ ଶାଶୁଘର ଲୋକେ ଏକ ଡାଲା ଗାଡ଼ିରେ ମୃତଦେହ ଲଦି ଶ୍ମଶାନକୁ ନେଇ ଯାଉଥିବା ସେମାନେ ଦେଖିବାକୁ ପାଇଥିଲେ। ମୃତଦେହ ଦେଖିବାକୁ କହିବାରୁ ନ ଅଟକାଇ ଶ୍ମଶାନ ନେଇ ପଲାଇଥିଲେ। ଏହାପରେ ଜାନକୀଙ୍କ ବାପଘର ଲୋକେ ଲୋଇସିଂହା ଥାନାକୁ ଯାଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଆଇଆଇସି ଯାଜ୍ଞସିନୀ ନାୟକ ଓ କର୍ମଚାରୀମାନେ ଶ୍ମଶାନରେ ପହତ୍ଥିଲେ। ପରେ ସାଇିଫିକ ଟିମ୍‌ ପହଞ୍ଚି ଅଧିକ ତଦନ୍ତ ଚଲାଇଛନ୍ତି। ମୃତା ଜାନକୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କୋଭିଡ୍‌ ପୂର୍ବରୁ ମକାରୁ ପ୍ୟାଣ୍ଟ-ଶର୍ଟ ପିନ୍ଧୁଥିଲେ। ପରେ ଦାଢ଼ି କେଶ ଧରି କଳାବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରୁଥିଲେ। ଜାନକୀଙ୍କୁ ମଧ୍ୟ ସେହି ପୂଜା ଘରେ ବନ୍ଦ କରି ରଖୁଥିଲେ। ପୁଅଠାରୁ ମଧ୍ୟ ଦୂରେଇ ରଖୁଥିଲେ। ସ୍ବାସ୍ଥ୍ୟ କେମିତି ଅଛି କହିଲେ ଭଲ ଅଛି କହୁଥିଲେ। ଶାଶୁଘର ଲୋକେ ମିଳିମିଶି ମାରି ଦେଇଛନ୍ତି ବୋଲି ଜାନକୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ କେସ୍‌ ନଂ ୧୮୨/୨୩ରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲା ବିବାଦୀୟ ରହିଛି ଅଧିକ ତଦନ୍ତ ଚାଲିଥିବା ଆଇଆଇସି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri