ଦୁର୍ବୃତ୍ତଙ୍କ ପତ୍ତା ପାଉନି ପୋଲିସ

ବଇଣ୍ଡା,୨୯।୧୨(ଡି.ଏନ.ଏ.) କିଶୋରନଗର ବ୍ଲକ ହଣ୍ଡପା, ଲୁହାମୁଣ୍ଡା, ତୁରୁଡା ଗ୍ରାମରୁ ରବିବାର ଓ ସୋମବାର ୨ ଦିନରେ ୧୦ଟି ସ୍ଥାନରୁ ଚୋରି ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ସହାୟତାରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଛି। ହେଲେ ନା’ ଦୁର୍ବୃତ୍ତଙ୍କ ନିକଟରେ ପୋଲିସ ପହଞ୍ଚିପାରିଛି ନା’ ଚୋରି ସାମଗ୍ରୀର କିଛି ସନ୍ଧାନ ମିଳିଛି। ବରଂ ପୋଲିସ ଉପରେ ଥିବା ଅଞ୍ଚଳବାସୀଙ୍କ ବିଶ୍ୱାସ ହ୍ରାସ ପାଇଛି।
ସୂଚନାଯୋଗ୍ୟ, ନାକିଚି ଛକର ୭ଟି ଦୋକାନ, ଗଦେଇମୁଣ୍ଡା ଗ୍ରାମର ଜଣଙ୍କ ଘରୁ, ତୁରୁଡା ଗ୍ରାମରୁ ଏକ ପିକଅପ୍‌ ଭ୍ୟାନ୍‌ ଓ ଲୁହାମୁଣ୍ଡା ଗ୍ରାମର ଏକ ସୁନା ଦୋକାନରୁ ଚୋରି ପରେ ବଇଣ୍ଡା, ହଣ୍ଡପା, କିଶୋରନଗର ଓ ବାମୁର ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାତ୍ରି ପାଟ୍ରୋଲିଂ ଠିକ୍‌ ଭାବେ କରାଯାଉ ନ ଥିବା ନାକିଚି ଗ୍ରାମବାସୀ ଅନୁଗୋଳ ଏସ୍‌ପିଙ୍କ ନିକଟରେ ସୋମବାର ଅଭିଯୋଗ କରିଛନ୍ତି। ସେମାନେ ଦର୍ଶାଇଛନ୍ତି, ନାକିଚି ଅଞ୍ଚଳର ଏତେ ଦୋକାନରୁ ଏକାବେଳେ ଏପରି ଚୋରି ପୂର୍ବରୁ କେବେ ହୋଇନାହିଁ। ଚୋରା ମଦ କାରବାର ବୃଦ୍ଧି ଯୋଗୁ ଏକ ଗ୍ୟାଙ୍ଗ ଏକତ୍ରିତ ହୋଇ ଚୋରି କରୁଛନ୍ତି। ଏଠାରେ ଫାଣ୍ଡି ନିର୍ମାଣ ପାଇଁ ବହୁବାର ଦାବି କରାଯାଇଥିଲେ ମଧ୍ୟ ଦୃଷ୍ଟି ଦିଆଯାଉ ନାହିଁ। ତୁରନ୍ତ ଫାଣ୍ଡି ସ୍ଥାପନ ସହ ରାତ୍ରି ପାଟ୍ରୋଲିଂ କଡାକଡ଼ି କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ହଣ୍ଡପା ଆଇଆଇସି ପ୍ରଦୀପ ପ୍ରଧାନ କହିଛନ୍ତି, ଚୋରି ଅଭିଯୋଗର ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଚୋର ଧରାପଡ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri