ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ଚୋର ହାଜତରୁ ଫେରାର ହୋଇ ନିକଟସ୍ଥ ଗାଁରୁ ଏକ ବାଇକ୍‌ ମଧ୍ୟ ଚୋରି କରି ନେଇଯାଇଛି। ଯିବା ବାଟରେ କୁଣ୍ଡପାଟଣା ନିକଟରେ ଅନ୍ୟ ଜଣେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଛି। ଯାହା ଫଳରେ ବାଇକ୍‌ ଆରୋହୀଙ୍କ ଅବସ୍ଥା ଗୁରୁତର ଥିବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଅନ୍ୟ ପଟେ ଚୋର ମଧ୍ୟ ଦୁର୍ଘଟଣାରେ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଚାଲିଯାଇଛନ୍ତି। ଖବର ପାଇ ବ୍ରହ୍ମବରଦା ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତନାଘନା କରିଥିବା ଖବର ମିଳିଛି। ତେବେ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ୨୦୨୪ରେ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଚୋରି ଅଭିଯୋଗରେ ଧରି ଥିବାବେଳେ ସେ ପୋଲିସକୁ ଚକମା ଦେଇ ଚାଲିଯାଇଥିବା ଘଟଣାକୁ ନେଇ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି।

Dharitri – Odisha’s No.1 Odia Daily

Share
Tags: policethief