Posted inଜାତୀୟ

ପାଇଲଟଙ୍କୁ କଂଗ୍ରେସ ଡରାଇଲା, ଡାକିଲା

ଜୟପୁର/ନୂଆଦିଲ୍ଲୀ,୧୬ା୭: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦ ହରାଇଥିବା ସଚିନ ପାଇଲଟ ଭାଜପାରେ ମିଶିବେ ବୋଲି ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ସେଥିରେ ସେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ଭାଜପାରେ ଯୋଗଦେବେ ନାହିଁ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି। ଏଭଳି ସମୟରେ ପାଇଲଟଙ୍କ ସମେତ ତାଙ୍କୁ ସମର୍ଥନ କରୁଥିବା ଅନ୍ୟ ୧୮ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତି ନୋଟିସ ଜାରି କରିଛନ୍ତି। ସେପଟେ ପାଇଲଟଙ୍କ ପାଇଁ ଦଳର ଦ୍ୱାର ବନ୍ଦ ହୋଇନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନୁରୂପ ଭାବେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ସଚିନଙ୍କୁ ଘରବାହୁଡ଼ା ପାଇଁ ଆହ୍ବାନ ଦେଇଛନ୍ତି।
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ କ୍ଷମତା ପାଇଁ ଯୁଦ୍ଧଂ ଦେହି ଡାକରା ଦେଇଥିବା ସଚିନ ପାଇଲଟଙ୍କୁ ମଙ୍ଗଳବାର କଂଗ୍ରେସ ବାହାର ରାସ୍ତା ଦେଖାଇଥିଲା। ସେ ଭାଜପାରେ ଯୋଗଦେବେ ବୋଲି ଆଲୋଚନା ଚାଲିଥିବାବେଳେ ପାଇଲଟ ବୁଧବାର ଏନେଇ ମୁହଁ ଖୋଲିଛନ୍ତି। ପାଲଇଟ କହିଛନ୍ତି, ରାଜ୍ୟରେ ଭାଜପାକୁ ହରାଇ କଂଗ୍ରେସକୁ କ୍ଷମତାସୀନ କରାଇବା ଲାଗି ସେ ବହୁତ ପରିଶ୍ରମ କରିଛନ୍ତି। ଭାଜପାରେ ସାମିଲ ହେବେ ନାହିଁ। ତାଙ୍କ ଛବିକୁ ମଳିନ କରିବା ପାଇଁ ଏପରି ଗୁଜବ ସୃଷ୍ଟି କରାଯାଉଛି ବୋଲି ପାଇଲଟ ଅଭିଯୋଗ ଆଣିଛନ୍ତି।
ପାଇଲଟଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ଯଦି ଅସନ୍ତୁଷ୍ଟ ନେତା ସଚିନ ପାଇଲଟ ଭାଜପାରେ ସାମିଲ ହେଉନାହାନ୍ତି, ତେବେ ସେ ହରିୟାଣାରେ ଭାଜପାର ଆତିଥ୍ୟ ଗ୍ରହଣ କରିବା ତୁରନ୍ତ ବନ୍ଦ କରନ୍ତୁ ଓ ନିଜ ଘରକୁ ଫେରିଆସନ୍ତୁ। ଏହାସହ ସେ ହରିୟାଣା ପୋଲିସର ସୁରକ୍ଷା ବଳୟରେ ଦୁଇଟି ବିଳାସପୂର୍ଣ୍ଣ ହୋଟେଲରେ ରହୁଥିବା କଂଗ୍ରେସ ବିଧାୟକମାନଙ୍କୁ ମୁକ୍ତ କରିଦେବା ଉଚିତ। ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ (ରାଜସ୍ଥାନ ପ୍ରଭାରୀ) ଅବନାଶ ପାଣ୍ଡେ ଟୁଇଟ୍‌ କରିଛନ୍ତି, ଦଳର ଦ୍ୱାର ପାଇଲଟଙ୍କ ପାଇଁ ବନ୍ଦ ହୋଇନାହିଁ। ଭଗବାନ ତାଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ସେ ନିଜ ଭୁଲ୍‌କୁ ବୁଝି ଭାଜପାର ମାୟାଜାଲରୁ ମୁକ୍ତ ହୁଅନ୍ତୁ ବୋଲି ପ୍ରାର୍ଥନା। ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌. ବୀରାପ୍ପା ମୋଇଲି କହିଛନ୍ତି, ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହୀ ନ ସାଜି ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଉଚିତ ଥିଲା। ଭାଜପା ସେମାନଙ୍କୁ କେବେହେଲେ ମୁଖ୍ୟମନ୍ତ୍ରୀ କରିବ ନାହିଁ। ତେଣୁ ଉଭୟଙ୍କ ପଦକ୍ଷେପ ଆମତ୍ହତ୍ୟା ସଦୃଶ ବୋଲି ମୋଇଲି ସମାଲୋଚନା କରିଛନ୍ତି।
ଇତିମଧ୍ୟରେ ରାଜସ୍ଥାନ କଂଗ୍ରେସର ଜିଲା ଓ ବ୍ଲକ୍‌ କମିଟିଗୁଡ଼ିକୁ ଦଳ ପକ୍ଷରୁ ଭଙ୍ଗ କରାଯାଇଛି। ଏଆଇସିସିର ନିଷ୍ପତ୍ତି କ୍ରମେ ଖୁବ୍‌ଶୀଘ୍ର ସମସ୍ତ କମିଟିର ପୁନର୍ଗଠନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦଳୀୟ ସଙ୍ଗଠନ ଦାୟିତ୍ୱରେ ଥିବା ପାଇଲଟଙ୍କ ଅନୁଗତମାନଙ୍କୁ ହଟାଇ ତୃଣମୂଳ ସ୍ତରରେ ନୂଆ ନେତା ଓ କର୍ମୀଙ୍କୁ ସୁଯୋଗ ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେ ଟୁଇଟ୍‌ କରିଛନ୍ତି।

ପାଇଲଟ ଘୋଡ଼ାବେପାରରେ ସମ୍ପୃକ୍ତ

ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିରୋଧରେ ବୁଧବାର ଘୋଡ଼ାବେପାର ଅଭିଯୋଗ ଆଣିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ରାଜ୍ୟରେ କ୍ଷମତାସୀନ ସରକାରର ପତନ ଘଟାଇବା ପାଇଁ ପାଇଲଟ ଏପରି କରୁଥିବା ଗେହଲଟ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଯେ ପୂର୍ବତନ ପିସିସି ସଭାପତି ନିଜେ ଏଥିରେ ସାମିଲ ଅଛନ୍ତି। ଟଙ୍କା ଲୋଭ ଦେଖାଇ ଘୋଡ଼ାବେପାର କରିବା ନେଇ ପ୍ରମାଣ ଆମ ପାଖରେ ଅଛି। ପାଇଲଟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟ ଥିଲେ। ସେ ଚାହିଁଥିଲେ ଭଲ ପ୍ରଦର୍ଶନ କରିପାରିଥାନ୍ତେ। ଭଲ ଇଂଲିଶ କହିବା, ବାଇଟ୍‌ ଦେବା ବା ସୁନ୍ଦର ଦେଖାଯିବା ସବୁକିଛି ନୁହେଁ।

୧୯ ବିଦ୍ରୋହୀ ବିଧାୟକଙ୍କ ମୁଣ୍ଡରେ ଖଣ୍ଡା

ରାଜସ୍ଥାନ ବିଧାନସଭାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ଅନ୍ୟ ୧୮ ବିଦ୍ରୋହୀ ବିଧାୟକମାନଙ୍କୁ କଂଗ୍ରେସ ଅଯୋଗ୍ୟ ଘୋଷଣା ଦାବି କରିବା ପରେ ବାଚସ୍ପତି ସେମାନଙ୍କୁ ନୋଟିସ ଜାରି କରିଛନ୍ତି। ମଙ୍ଗଳବାର ଜାରି କରାଯାଇଥିବା ନୋଟିସର ଜବାବ ଶୁକ୍ରବାର ସୁଦ୍ଧା ଦାଖଲ କରିବା ପାଇଁ ଏଥିରେ ନିର୍ଦ୍ଦେଶ ରହିଛି।
ବିଦ୍ରୋହୀ ବିଧାୟକମାନେ ଦଳୀୟ ହୁଇପ୍‌କୁ ଅମାନ୍ୟ କରି ସୋମବାର ଓ ମଙ୍ଗଳବାର ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେଇ ନ ଥିଲେ। ଫଳରେ ରାଜସ୍ଥାନ ବିଧାନସଭାର କଂଗ୍ରେସ ମୁଖ୍ୟ ସଚେତକ ମହେଶ ଜୋଷୀ ମଙ୍ଗଳବାର ବାଚସ୍ପତିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ର ଲେଖିଥିଲେ। ସମ୍ବିଧାନର ଦଶମ ପରିଚ୍ଛେଦ ଅନୁସାରେ ସେମାନଙ୍କ ବିଧାୟକ ପଦ ରଦ୍ଦ କରାଯାଉ ବୋଲି ସେ ଦାବି କରିଥିଲେ। ଏନେଇ ବୁଧବାର ବିଧାନସଭା ବାଚସ୍ପତି ସି.ପି. ଜୋଷୀ କହିଛନ୍ତି, ପାଇଲଟଙ୍କ ସମେତ ସମସ୍ତ ୧୯ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ କରାଯାଇଛି। ନୋଟିସ ପଠାଯାଇଥିବା ବିଧାୟକମାନେ ହେଲେ ପାଇଲଟଙ୍କ ସମେତ ବହିଷ୍କୃତ ମନ୍ତ୍ରୀ ବୀରେନ୍ଦ୍ର ସିଂ ଓ ରମେଶ ମୀନା। ସେହିପରି ଗେହଲଟ ସରକାରଙ୍କୁ ମିଡିଆ ଆଗରେ ଚ୍ୟାଲେଞ୍ଜ ଦେଇଥିବା ଦୀପେନ୍ଦର ସିଂ ଶେଖାଓ୍ବତ୍‌, ଭଓ୍ବଁର ଲାଲ ଶର୍ମା ଓ ହରିଶଚନ୍ଦ୍ର ମୀନାଙ୍କୁ ନୋଟିସ କରାଯାଇଛି। ମୁଖ୍ୟ ସଚେତକଙ୍କ ଅଭିଯୋଗ ହେଲା ଏହି ବିଧାୟକମାନେ କଂଗ୍ରେସ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି, ଯାହାକି ରାଜ୍ୟରେ ସରକାର ଚଳାଇବାର ବିରୋଧୀ। ସେମାନେ ଜାଣିଶୁଣି କଂଗ୍ରେସ ବିଧାୟକ ଦଳ ବୈଠକରେ ଅନୁପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?