ମହଙ୍ଗା ହେବ ଫୋନ୍‌

ନୂଆଦିଲ୍ଲୀ:ଫୋନ୍‌ଗୁଡିକରେ ବ୍ୟବହାର ହେଉଥିବା ଡିସ୍‌ପ୍ଲେ ଏବଂ ଟଚ୍‌ ପ୍ୟାନେଲ ଉପରେ ସରକାର ୧୦% ଆମଦାନୀ ଟିକସ ଲାଗୁ କରିଛନ୍ତି। ଆତ୍ମନିର୍ଭର ଭାରତ ଅଧୀନରେ ଏଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ପ୍ରମୁଖ କମ୍ପାନୀଗୁଡିକ ପକ୍ଷରୁ ବିକ୍ରି ହେଉଥିବା ସ୍ମାର୍ଟଫୋନ ଏବଂ ଫିଚର ଫୋନ ମହଙ୍ଗା ହେବ ବୋଲି କୁହାଯାଉଛି। ଅତିରିକ୍ତ ସେସ୍‌ ଲାଗୁ ହେବା ଫଳରେ ମୋଟ ୧୧% ଟିକସ ଲାଗୁ ହେବ ବୋଲି ଜଣାପଡିଛି। ଆଗାମୀ ଦିନରେ ଫୋନଗୁଡିକର ଦାମ ୧.୫%ରୁ ୫% ପର୍ଯ୍ୟନ୍ତ ବଢିବ ବୋଲି ଆକଳନ କରାଯାଇଛି। ଏହା ପାର୍ବଣ ସମୟରେ ଚାହିଦାକୁ ପ୍ରଭାବିତ କରିବ ବୋଲି ପ୍ରମୁଖ କମ୍ପାନୀଗୁଡିକର ପ୍ରତିନିଧିମାନେ ମତ ପ୍ରକାଶ କରିଛନ୍ତି। ଫୋନ ମାନୁଫାକଚରିଂ କ୍ଷେତ୍ରରେ ପ୍ୟାନେଲ ଏବଂ ଟଚ୍‌ ସ୍କ୍ରିନ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଡିଭାଇସଗୁଡିକର ମୋଟ ଖର୍ଚ୍ଚର ପ୍ରାୟ ୧୫ରୁ ୨୫% ପର୍ଯ୍ୟନ୍ତ ରହିଥାଏ। ଫୋନର ଗୁଣବତ୍ତା ଏବଂ ମୂଲ୍ୟ ଆଧାରରେ ପ୍ୟାନେଲ ଏବଂ ଟଚ୍‌ ସ୍କ୍ରିନ୍‌ର ମୂଲ୍ୟକୁ ବିଚାର କରାଯାଇଥାଏ। ଅର୍ଥାତ୍‌ ଦାମୀ ଫୋନଗୁଡିକରେ ସାଧାରଣତଃ ଅଧିକ ଦାମର ପ୍ୟାନେଲ ଏବଂ ଟଚ୍‌ ସ୍କ୍ରିନ୍‌ ବ୍ୟବହାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?