କଟକଣା ମଧ୍ୟରେ ହୋଲି ମନାଇଲେ କଟକବାସୀ

କଟକ ଅଫିସ,୨୯।୩: ଭାଇଚାରାର ସହର କଟକରେ ସୋମବାର ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି। ଚଳିତ ବର୍ଷ କରୋନା କଟକଣା ହୋଲିକୁ ଫିକା କରିଦେଇଛି। ଲୋକେ ଘରେ ରହି ହୋଲି ମନାଇଛନ୍ତି। ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି। ତେବେ ହୋଲି ଯୋଗୁ କରୋନା ସଂକ୍ରମଣ ବଢ଼ିବା ଆଶଙ୍କାରେ ରାଜ୍ୟ ସରକାର ଏହାକୁ ନଜରରେ ରଖି ବିଭିନ୍ନ କଟକଣା ଜାରି କରିଥିଲେ। ବିଶେଷକରି ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ କଟକଣା କଡ଼ାକଡି କରାଯାଇଛି। ସହରବାସୀ ପ୍ରଶାସନର କଟକଣାକୁ ମାନି ଘରେ ରହି ହୋଲି ଖେଳିଥିଲେ। ଫଳରେ ରାସ୍ତାଘାଟ ଖାଁ ଖାଁ ରହିଥିଲା। ଏଥିସହ କେତେକ ଛକରେ ଅମାନିଆଙ୍କୁ ପୋଲିସ କାବୁ କରିଥିବା ଦେଖିବାକୁ ମିଳିଥିଲା ।
ହୋଲିକୁ ଦୃଷ୍ଟିରେ ରଖି କଟକ ଡିସିପି କହିଛନ୍ତି, ହୋଲି ପାଇଁ ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହରର ଗଳିକନ୍ଦିରେ ପିସିଆର୍‌ ଭ୍ୟାନ୍‌ ଏବଂ ବାଇକ୍‌ ପାଟ୍ରୋଲିଂ କରାଯାଉଛି। ସହରର ଗୁରୁତ୍ୱପୂର୍ଣ୍ଣ ଛକଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରାଜରାସ୍ତାରେ ହୋଲି ଖେଳିଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ‘ଏମରଜେନ୍ସି’ ଘୋଷଣା କଲା ଏହି ଦେଶ, ଲକ୍‌ଡାଉନ ପରି ବନ୍ଦ ହେଲା…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଚାପ ଏବେ ଫିଲିପାଇନ୍ସ ପର୍ଯ୍ୟନ୍ତ ପହଞ୍ଚିଛି। ସାତ ସମୁଦ୍ର ଦୂର। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ, ବିଶ୍ୱ ଇନ୍ଧନ ଯୋଗାଣ…

ଗୋଟି ଗୋଟି ସବୁ ଦେଶଠାରୁ ଯୁଦ୍ଧ କ୍ଷତି ଆଦାୟ କରିବ ଇରାନ, ଖେଳିଲା ବଡ଼ ଗେମ୍‌, ଏବେ ଭୋଗିବ ସାରା ବିଶ୍ୱ

ନୂଆଦିଲ୍ଲୀ, ୨୫।୩: ଟଳିନି ବିଶ୍ୱ ସଙ୍କଟ । ଯୁଦ୍ଧ ଦ୍ୱାରା ଏପର୍ଯ୍ୟନ୍ତ ହୋଇଥିବା କ୍ଷତି କେବଳ ଏକ ଝଲକ ଥିଲା। ପ୍ରକୃତ ସଙ୍କଟ ଏବେ ଆରମ୍ଭ ହୋଇଛି,…

ବାଇକରେ ଯାଉଥିବାବେଳେ ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍‌, ଘଟଣାସ୍ଥଳରେ…

ବାଣପୁର,୨୫।୩ (ଦିଲ୍ଲୀପ କୁମାର ସ୍ବାଇଁ ): ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ। ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ…

ଯୁଦ୍ଧ ଭିତରେ ତାଣ୍ଡବ କରିବ ବାତ୍ୟା, ଭୟଙ୍କର ଭାବରେ ଇରାନକୁ ମାଡ଼ି ଆସୁଛି…

ତେହରାନ,୨୫।୩: ଯୁଦ୍ଧଗ୍ରସ୍ତ ମଧ୍ୟପ୍ରାଚ୍ୟ ପାଇଁ, ଆଉ ଏକ ପ୍ରମୁଖ ଚ୍ୟାଲେଞ୍ଜ ଏବେ ଉଭା ହୋଇଛି। ଏଥର, ପ୍ରତିଦ୍ୱନ୍ଦ୍ୱୀ କୌଣସି ଦେଶ ନୁହେଁ, ବରଂ ପ୍ରକୃତି। ଏକ ଶକ୍ତିଶାଳୀ…

ଏବେ ଆରମ୍ଭ ହେଲା ଅସଲ ଯୁଦ୍ଧ! ନୂଆ ସଙ୍କଟ ଛିଡା କଲା ଇରାନ, ଭୟରେ ଥରହର ସବୁ ଦେଶ

ନୂଆଦିଲ୍ଲୀ, ୨୫।୩: ଯଦି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଆପଣଙ୍କୁ ବିଶ୍ୱାସ କରାଇଛି ଯେ ବିଶ୍ୱ ସଙ୍କଟ ଟଳି ଯାଇଛି, ତେବେ ଏହି ଖବର ଉପରେ…

ଶାନ୍ତି ଆଲୋଚନା ଭିତରେ ଗ୍ରାଉଣ୍ଡକୁ ୩୦୦୦ ସେନା ପଠାଇଲେ ଟ୍ରମ୍ପ! ମହାଯୁଦ୍ଧ ନେଲା ଭୟଙ୍କର ମୋଡ

ଓ଼୍ବାଶିଂଟନ,୨୫।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏକ ବଡ଼ ମୋଡ଼ରେ ପହଞ୍ଚିଛି। ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପଟେ ଯୁଦ୍ଧ ଏଡାଇବା ପାଇଁ…

ଶାନ୍ତି ଆଲୋଚନାରେ ବାଧା ସୃଷ୍ଟି କଲା ସର୍ତ୍ତାବଳୀ: ଟ୍ରମ୍ପଙ୍କ ପାଖରେ ୪ ବଡ଼ ଦାବି କଲା ଇରାନ, ଲିଷ୍ଟ ଦେଖିଲେ…

ଓ୍ବାଶିଂଟନ୍‌,୨୫।୩: ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧର ୨୬ ତମ ଦିନରେ, ଆଲୋଚନା ପ୍ରୟାସ ଅଧିକ କଷ୍ଟକର ହୋଇଯାଇଛି। ଇରାନ ମଧ୍ୟସ୍ଥିଙ୍କ ମାଧ୍ୟମରେ ଆମେରିକା ନିକଟରେ ଏହାର ପ୍ରମୁଖ ଦାବି ଉପସ୍ଥାପନ…

‘ଯୁଦ୍ଧ ସମାପ୍ତ କରାଇପାରେ ଭାରତ’, ଇସ୍ରାଏଲର ରାଷ୍ଟ୍ରଦୂତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ନେଇ ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୩: ଇରାନ ଯୁଦ୍ଧ ସମାପ୍ତ କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ନୂଆଦିଲ୍ଲୀରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର କହିଛନ୍ତି , ପଶ୍ଚିମ ଏସିଆରେ ଭାରତର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri