ଭୁବନେଶ୍ୱର,୮।୩(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ ଓ ସାଧାରଣ ଭବିଷ୍ୟନିଧି ପାଣ୍ଠି ଅଭିଯୋଗ ସମ୍ବନ୍ଧୀୟ ସ୍ବତନ୍ତ୍ର ଶୁଣାଣି ଓ ପେନ୍ସନ ଅଦାଲତ ଆସନ୍ତା ୯ ତାରିଖରେ ଅନୁଷ୍ଠିତ ହେବ । ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଏ.ଜି ଅଫିସ ସମ୍ମିଳନୀ କକ୍ଷରେ ଏହା ହେବ । ଦିନ ୧୧ଟାରୁ ସା ୫ଟା ଯାଏ ଶୁଣାଣି ଚାଲିବ ।