ନିଜ ଗଡ଼ ସୁରକ୍ଷିତ ରଖିପାରିଲେନି ପିସିସି ସଭାପତି

ଆନନ୍ଦପୁର,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରାପାଳିକାରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ୭ନଂ ଓ୍ବାର୍ଡରେ କଂଗ୍ରେସର ଶୋଚନୀୟ ପରାଜୟ ହେବା ସହିତ କଂଗ୍ରେସ ଗଡ ଭାବେ ପରିଚିତ ଅନ୍ୟ ଦୁଇ ଓ୍ବାର୍ଡ ୬ ନଂ ଓ ୧୦ନଂରେ ମଧ୍ୟ କଂଗ୍ରେସର ପରାଜୟ ହୋଇଛି। ପୌରାଞ୍ଚଳର ସବୁ ସମୟରେ ପଟ୍ଟନାୟକ ଗଡ ଭାବେ ପରିଚିତ ୬ ନଂ ଓ ୭ ନଂ ଓ୍ବାର୍ଡରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଚର୍ଚ୍ଚା ହେଉଛି। ଉଭୟ ଓ୍ବାର୍ଡ ପୌରନିର୍ବାଚନ ସମୟରେ ପଟ୍ଟନାୟକ ପରିବାରର ଗଡ଼ ବୋଲି ଚର୍ଚ୍ଚାକୁ ଆସିଥାଏ। ଏହି ଦୁଇ ଓ୍ବାର୍ଡରେ ସମ୍ପୃକ୍ତ ପରିବାର ସ୍ବାଧୀନ ପ୍ରାର୍ଥୀମାନଙ୍କୁ ମଇଦାନକୁ ଓହ୍ଲାଇ ବିଜୟୀ କରାଇବାର ଅନେକ ନଜିର ମଧ୍ୟ ରହିଛି। ହେଲେ ଚଳିତ ନିର୍ବାଚନରେ ଉଭୟ ପିସିସି ସଭାପତି ଓ ପୂର୍ବତନ ପିସିସି ସଭାପତିଙ୍କ ବୁଝାମଣରେ କଂଗ୍ରେସର ପ୍ରାର୍ଥୀ ଦିଆଯାଇଥିବାବେଳେ ଉଭୟ ଓ୍ବାର୍ଡରେ ଶୋଚନୀୟ ପରାଜୟ ଆଲୋଚନାକୁ ସରଗରମ କରିଛି। ପଟ୍ଟନାୟକ ପରିବାର ବିଜେଡିକୁ ଭିତିର ସମର୍ଥନ କରୁଥିବା ମଧ୍ୟ ଆଲୋଚନା ପରିସରକୁ ଆସିଛି। ଏଭଳି ପରିସ୍ଥିତିରେ କଂଗ୍ରେସର ଶୋଚନୀୟ ପରାଜୟ ଦଳୀୟ ସଂଗଠନ ପ୍ରତି କଡା ଚ୍ୟାଲେଞ୍ଜ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ଶୀଘ୍ର ମଣ୍ଡି ଖୋଲିବା ସହ ଗିରଫ ନେତାଙ୍କୁ ଖଲାସ ଦାବି କଲା ନବ ନିର୍ମାଣ କୃଷକ ସଂଘ ସଂଗଠନ

ପାଟଣା,୧୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନବନିର୍ମାଣ କୃଷକ ସଂଗଠନ ତରଫରୁ ସୋମବାର ପାଟଣା ତହସିଲ ଦାର ଅଶ୍ୱିନୀ କୁମାର ନାଏକଙ୍କୁ ଭେଟି...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଆନନ୍ଦପୁର, ୧୩।୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ଆନନ୍ଦପୁର ଅତିରିକ୍ତ ଜଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ଏସଟି କେସ ନଂ ୫୪/୨୦୨୨ର...

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ କଡ଼ା ସୁରକ୍ଷାରେ ଚାଲିଛି ଗ୍ରାମସଭା: ଗ୍ରାମବାସୀଙ୍କ ଏସବୁ ଦାବି ପୂରଣ ନ ହେଲେ…

ପାଟଣା,୧୨ା୧୨(ବୀରକିଶୋର ଦାଶ): ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମ ଭିଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri