ନୂଆ ବୁଲେଟ କିଣାକୁ ନେଇ ଚାଲିଥିଲା ପାର୍ଟି: ପ୍ରଥମେ ପିଇଲେ ମଦ, ପରେ ସିଗାରେଟ୍‌ ନ ଦେବାରୁ…

ଜଗତ୍‌ସିଂହପୁର,୨୭ା୧୦ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହର ଉପକଣ୍ଠ ଯୋଗଧାରୀ ଛକରେ ପାନ ଦୋକାନ କରିଥିବା ଗୋପା (ପୋକପୁର) ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଞ୍ଜନ ପୋଥାଳ (୩୮)ଙ୍କୁ ୨୪ ତାରିଖ ରାତିରେ ଖଣ୍ଡାରେ ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଜ୍ଞାନଙ୍କ ଭିଣୋଇ ତଥା ଜଗତ୍‌ସିଂହପୁର ଥାନା କଲିଓଦା ଗ୍ରାମର ସୁରେନ୍ଦ୍ର ବିଶ୍ୱାଳଙ୍କ ଅଭିଯୋଗ ଆଧାରରେ ଜଗତ୍‌ସିଂହପୁର ଥାନାରେ ମାମଲା (ନଂ.୮୫୮/୨୫) ରୁଜୁ ହୋଇଥିଲା। ଏହି ମାମଲାରେ ପୋଲିସ ପ୍ରଥମେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ରବିବାର ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ଦର୍ଶାଇଛି। ସେମାନେ ହେଲେ ନାଉଗାଁ ଥାନା ଚକୁଳିଆପଡ଼ାର ସବ୍ୟସାଚୀ ରାଉତରାୟ ଓରଫ ଚାଚା (୩୦) ଓ ଜଗତ୍‌ସିଂହପୁର ଥାନା ଅଭିଧିଆନନ୍ଦପୁର ଗ୍ରାମର କାର୍ତ୍ତିକ ନାୟକ (୩୦)। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଖଣ୍ଡା ଓ ଅଭିଯୁକ୍ତ କାର୍ତ୍ତିକଙ୍କ ବୁଲେଟ୍‌ (ଓଡି- ୨୧ଟି -୦୫୬୦)କୁ ପୋଲିସ ଜବତ କରିଛି। ରବିବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଙ୍କିତ ବର୍ମା ଏନେଇ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଅଭିଯୁକ୍ତ କାର୍ତ୍ତିକ ଏକ ୨ ଚକିଆ ଅଟୋ ମୋବାଇଲ କମ୍ପାନୀ ଓ ସବ୍ୟସାଚୀ ପ୍ରାଇଭେଟ୍‌ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ଉଭୟ ପ୍ରାୟତଃ ନିଶା ସେବନ କରୁଥିଲେ। ଯୋଗଧାରୀ ଛକ ସଫେଇ ନାଳ ପାର୍ଶ୍ୱରେ ଥିବା ଜ୍ଞାନଙ୍କ ପାନ ଦୋକାନ ନିକଟରେ ବିଭିନ୍ନ ସମୟରେ ସେମାନେ ମଦ ଓ ଅନ୍ୟାନ୍ୟ ନିଶା ସେବନ ପାଇଁ ଏକାଠି ହେଉଥିଲେ। ଜ୍ଞାନଙ୍କ ପାନ ଦୋକାନ ପାର୍ଶ୍ୱରେ ମହାରଣା ନିର୍ମାଣ ସଂଘ ଓ ଏକ ଗ୍ୟାରେଜ (ମହାବୀର ଅଟୋ) ରହିଛି। ପ୍ରତ୍ୟେକେ ପରସ୍ପରକୁ ଜାଣିଛନ୍ତି। କିଛି ଦିନ ପୂର୍ବରୁ କାର୍ତ୍ତିକ ଏକ ବୁଲେଟ ଗାଡ଼ି କିଣିଥିଲେ। ଏହାକୁ ନେଇ ଜ୍ଞାନ ଏକ ପାର୍ଟି ଦେବାକୁ ଦାବି କରି ଆସୁଥିଲେ। କିନ୍ତୁ ଅର୍ଥ ନ ଥିବା ଦର୍ଶାଇ କାର୍ତ୍ତିକ ସମୟ ଗଡ଼ାଇ ଚାଲିଥିଲେ। ଗତ ୨୪ ତାରିଖ ରାତିରେ କାର୍ତ୍ତିକ ଫୋନ କରି ଟଙ୍କା ଯୋଗାଡ ହୋଇଗଲା, ପାର୍ଟି ଆୟୋଜନ କରିବାକୁ ଜ୍ଞାନଙ୍କୁ କହିଥିଲେ। ଜ୍ଞାନଙ୍କ ନିଷ୍ପତ୍ତିକ୍ରମେ ତାଙ୍କ ପାନ ଦୋକାନ ପାଖରେ ଭୋଜିର ଆୟୋଜନ ହୋଇଥିଲା। କାର୍ତ୍ତିକ ତାଙ୍କ ବନ୍ଧୁ ସବ୍ୟସାଚୀଙ୍କୁ ଧରି ଜଗତ୍‌ସିଂହପୁରର ଏକ ମଦ ଦୋକାନରୁ ମଦ କିଣି ଯୋଗଧାରୀରେ ପହଞ୍ଚିଥିଲେ। ଏହାପରେ ସଭିଏଁ ମଦ୍ୟପାନ କରିଥିଲେ। ରାତି ପ୍ରାୟ ୯ରୁ ୧୦ଟା ଭିତରେ କେତେଜଣ ସିଗାରେଟ୍‌ ପାଇଁ ସେଠାରେ ପହଞ୍ଚି ମାଗିବାରୁ ଜ୍ଞାନ ମନାକରି ଦେଇଥିଲେ। ଏହି ସମୟରେ କାହିଁକି ସିଗାରେଟ୍‌ ଦେଲ ନାହିଁ ବୋଲି ସବ୍ୟସାଚୀ ପଚାରିବାରୁ ଜ୍ଞାନଙ୍କ ସହ ତାଙ୍କର ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ଯାଏ କଥା ଯାଇଥିଲା। ଅନ୍ୟ ଲୋକଙ୍କୁ ସିଗାରେଟ୍‌ ନ ଦେବା କଥାକୁ ନେଇ ଗଣ୍ଡଗୋଳ ହେବା ପଛରେ ପୂର୍ବଶତ୍ରୁତା ଥିବା ବାରି ହୋଇପଡିଛି। ସବ୍ୟସାଚୀ ଓ ଜ୍ଞାନଙ୍କ ଭିତରେ ଅତୀତରେ ମାରପିଟ୍‌ ହୋଇଥିଲା। ଏହି ରାଗ ଶୁଝାଇବା ପାଇଁ ସିଗାରେଟ୍‌ କଥାକୁ ନେଇ ସବ୍ୟସାଚୀ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହା ଭିତରେ କ୍ରୋଧାନ୍ବିତ ହୋଇ ଜ୍ଞାନ ଘାସ କାଟିବା ପାଇଁ ତାଙ୍କ ଦୋକାନରେ ରଖିଥିବା ଖଣ୍ଡା ଆଣି ଡରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ଖଣ୍ଡା ତାଙ୍କ ପାଇଁ କାଳ ହୋଇଥିଲା। ସବ୍ୟସାଚୀ ବଳପ୍ରୟୋଗ କରି ତାଙ୍କ ଉପରେ ଭାରି ପଡିଥିଲେ। ଯେଉଁ କାରଣରୁ ଖଣ୍ଡା ଜ୍ଞାନଙ୍କ ଗୋଡରେ ବାଜି କ୍ଷତ ସୃଷ୍ଟି କରିଥିଲା। ହାତାହାତି ଭିତରେ ଜ୍ଞାନ ତଳେ ପଡି ଯାଇଥିଲେ ଓ ତାଙ୍କ ହାତରେ ଥିବା ଖଣ୍ଡା ମଧ୍ୟ ପଡିଯାଇଥିଲା। ଏହାର ସୁଯୋଗରେ ସବ୍ୟସାଚୀ ତତ୍କାଳ ଖଣ୍ଡା ଉଠାଇ ଜ୍ଞାନଙ୍କୁ ଆକ୍ରମଣ କରିବା ସହ ବାମ ଗୋଡ ଆଣ୍ଠୁ ତଳକୁ ଆଘାତ କରିଥିଲେ। ଫଳରେ ଗୋଡଟି ଅଧାରୁ ଅଧିକ କଟିଯିବା ସହ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ଏହି ସମୟରେ ପ୍ରବଳ ରକ୍ତସ୍ରାବ ହେବା ଯୋଗୁ ଜ୍ଞାନଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କାର୍ତ୍ତିକ ଓ ସବ୍ୟସାଚୀ ସେଠାରୁ ଚାଲିଯାଇଥିଲେ। ୨ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଏହି ଘଟଣାର ବାସ୍ତବ ଚିତ୍ର ସ୍ପଷ୍ଟ ହୋଇଛି। ଏସ୍‌ଡିପିଓଙ୍କ ନେତୃତ୍ୱରେ ପୃଥକ୍‌ ଦଳ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ମୋବାଇଲ ଟ୍ରାକିଂ, ଇଣ୍ଟରନେଟ୍‌ ଓ ଡିଜିଟାଲ ତଦନ୍ତ କରାଯିବା ସହ ଟେଲିଫୋନ ଟ୍ୟାପିଂ ଓ ଆଧୁନିକ ଫୋରେନ୍ସିକ୍‌ ପ୍ରଣାଳୀ ମାଧ୍ୟମରେ ଉଦ୍ୟମ କରାଯାଇଥିଲା। ଫଳରେ ୨୪ ଘଣ୍ଟା ଭିତରେ ପୋଲିସକୁ ସଫଳତା ମିଳିପାରିଛି। ଏହି ମାମଲାରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ବର୍ମା କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ଆଜିଙ୍କ୍ୟ ମାଣେ, ଡିଏସ୍‌ପି ରଶ୍ମିରଞ୍ଜନ ଦାଶ ଓ ଜଗତ୍‌ସିଂହପୁର ଆଇଆଇସି ସରୋଜକାନ୍ତ ସାମଲ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ ଜ୍ଞାନ ବର୍ଷାଧିକ ହେବ ପାନ ଦୋକାନ କରିଥିଲେ। ସବୁଦିନ ପରି ଜ୍ଞାନ ଦୋକାନ ଯାଇ ରାତି ୧୦ଟା ୩୦ ସୁଦ୍ଧା ଘରକୁ ନ ଫେରିବାରୁ ସ୍ତ୍ରୀ ବ୍ୟସ୍ତ ହୋଇ ଗାଁର ଜଣେ ଯୁବକଙ୍କୁ ଧରି ଯୋଗଧାରୀରେ ପହଞ୍ଚିବା ପରେ ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିଥିଲେ। ପାଖରେ ଏକ ଖଣ୍ଡା ପଡିଥିଲା। ଏହାପରେ ସେଠାରେ ଲୋକାରଣ୍ୟ ହେବା ସହ ଥାନାକୁ ଖବର ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?