ପ୍ରଚାରରେ ପୂରା ଦମ୍‌ ଲଗାଇଛନ୍ତି ଦଳ

ଯାଜପୁର ଅଫିସ,୨୧ା୩: ଯାଜପୁର ଜିଲାର ୨ ପୌର ପରିଷଦର ୪୪ଟି ୱାର୍ଡ ପାଇଁ ଭୋଟକୁ ଆଉ ମାତ୍ର ୩ ଦିନ ବାକି। ସେଥିପାଇଁ ତିନି ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି, ଭାଜପା ଓ କଂଗ୍ରେସ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ପୂରା ଦମ୍‌ ଲଗାଇ ଦେଇଛନ୍ତି। ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲାର ସମସ୍ତ ୩୯ଟି ଜିଲା ପରିଷଦ ଆସନରେ ବିଜେଡି ବିଜୟୀ ହେବା ସତ୍ତ୍ବେ ପୌର ନିର୍ବାଚନରେ ସଂଘର୍ଷ କରିବାକୁ ପଡୁଛି। ବିଶେଷକରି ବ୍ୟାସନଗର ସହରରେ ଡ୍ରେନେଜ ଅବ୍ୟବସ୍ଥା ଓ ୱାର୍ଡଗୁଡିକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଥିବାରୁ ବିଜେଡିକୁ ମହଙ୍ଗା ହୋଇପାରେ ବୋଲି ଆଲୋଚନା ହେଉଛି।
୨୦୧୩ ବ୍ୟାସନଗର ପୌର ନିର୍ବାଚନରେ ବିଜେଡି ଓ କଂଗ୍ରେସକୁ ମିଶ୍ରିତ ସଫଳତା ମିଳିଥିଲା। କିନ୍ତୁ ଯାଜପୁର ପୌର ନିର୍ବାଚନରେ ବିଜେଡି ସମସ୍ତ ୱାର୍ଡକୁ ପୋଛି ନେଇଥିଲା। ଏଥର ବ୍ୟାସନଗରରେ କଂଗ୍ରେସର କିଛିଟା ପ୍ରଭାବ ରହିଛି। ବିଶେଷକରି ରାଜ୍ୟର ଅନ୍ୟ ସ୍ଥାନ ତୁଳନାରେ ଦଳ ଏଠାରେ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ରହିଛି। ହେଲେ ବିଗତ ଦିନର କର୍ମଫଳ ଏହି ନିର୍ବାଚନରେ ସିଧାସଳଖ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ା ବିରୋଧୀ ଦଳଗୁଡିକ ରାସ୍ତା, ଡ୍ରେନେଜ ଓ ପରିମଳ ବ୍ୟବସ୍ଥାକୁ ଅସ୍ତ୍ର କରିଥିଲେ ହେଁ ବିଜେଡିର ନିର୍ବାଚନ ପ୍ରସ୍ତୁତି ଓ ରଣକୌଶଳ ସମ୍ମୁଖରେ ତାହା ଫିକା ପଡିଯାଉଛି। ଅନ୍ୟପକ୍ଷେ ଏଯାଏ କୌଣସି ହେଭିୱେଟ ନେତାଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିନାହିଁ। ଅଧିକାଂଶ ନେତା ମାଇକ ଯୋଗେ ପ୍ରଚାର କରି ଲୋକଙ୍କ ନିଦ ହଜାଇ ଦେଉଛନ୍ତି। ଶବ୍ଦ ପ୍ରଦୂଷଣରେ ଛାତ୍ରୀଛାତ୍ର ନୟାନ୍ତ ହୋଇ ପଡୁଛନ୍ତିି।
ବିଜେଡିର ବ୍ୟାପକ ପ୍ରସ୍ତୁତି ସମ୍ମୁଖରେ ଅନ୍ୟାନ୍ୟ ଦଳର ଗତାନୁଗତିକ ପ୍ରଚାର ଫିକା ପଡିଯାଉଛି। ରାଜନୈତିକ ବିଶ୍ଳେଷକମାନଙ୍କ ଅନୁମାନ ଅନୁଯାୟୀ, ବାତାବରଣ ବିଜେଡି ସପକ୍ଷରେ ରହିଛି। ତଥାପି କଂଗ୍ରେସକୁ ହାଲୁକା ଭାବେ ନେବା ଠିକ୍‌ ହେବ ନାହିଁ ଏବଂ ପୌରନିର୍ବାଚନରେ ଦଳର ପ୍ରାର୍ଥୀମାନେ ଭଲ କରିବେ ବୋଲି ଦଳୀୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାଜପାର ସ୍ଥିତି ସେତେଟା ଦୁର୍ବଳ ନୁହଁ। କେତେକ ୱାର୍ଡରେ ଭଲ ପ୍ରଦର୍ଶନ କରିବା ସହ ବ୍ୟାସନଗର ପୌରସଂସ୍ଥାକୁ ଅକ୍ତିଆର କରିବ ବୋଲି ଭାଜପା ପକ୍ଷରୁ ଆଶା କରାଯାଉଛି । ବ୍ୟାସନଗରରେ ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ପ୍ରଚାରରେ ଦଳୀୟ ପ୍ରାର୍ଥୀଙ୍କଠାରୁ ମଧ୍ୟ ଆଗୁଆ ରହିଛନ୍ତି। ଧୂଆଁଧାର ପ୍ରଚାର ଅଭିଯାନ ପରେ କିଛି ୱାର୍ଡରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରମାନେ ଖୋଲାଖୋଲି ମତ ପ୍ରକାଶ କରୁଥିବାବେଳେ ଅଧିକାଂଶ ୱାର୍ଡରେ ଭୋଟରମାନେ ନୀରବ ରହିଛନ୍ତି । ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ କରିବାରେ ଭାଜପା ସଫଳ ହେଉଥିବା ପରିଲକ୍ଷିତ ହେଉଛି । କିନ୍ତୁ କ୍ଷମତାରେ ଥିବା ବିଜେଡି ଗତ ୫ ବର୍ଷରେ ନିଜର ଦାୟିତ୍ୱ ନିର୍ବାହ କରି ନ ଥିବାରୁ ଲୋକଙ୍କ ଅସନ୍ତୋଷର ଫାଇଦା ନେବାରେ ବିରୋଧୀ ସେତେଟା ସଫଳ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri