ଶ୍ରୀଜିଉଙ୍କୁ ଦର୍ଶନ କଲେ ବିଦାୟୀ ରାଜ୍ୟପାଳ, କହିଲେ ମହାପ୍ରଭୁଙ୍କ ଯୋଗୁ ମୁଁ ଓଡ଼ିଶାର ସେବା…

ପୁରୀ,୨୫ା୧୨: ରାଜ୍ୟପାଳ ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହା ପରେ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ଭାଜପାର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ତାକୁ ଗ୍ରହଣ କରିବି।

ରଘୁବର  ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ହରିବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ପାଖକୁ ପାଖକୁ ପଠାଇଛନ୍ତି। ତେବେ ରଘୁବରଙ୍କ ଇସ୍ତଫା ପରେ ଓଡ଼ିଶା ରାଜନୀତି ସରଗରମ ହୋଇ ଉଠିଛି। ରଘୁବର ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିବାବେଳେ ହଠାତ୍‌ ସେ ଇସ୍ତଫା ଦେବା ଚର୍ଚ୍ଚାର ଖୋରାକ ଯୋଗାଇଛି। କୁହାଯାଉଛି ସେ ପୁଣି ରାଜନୀତିକୁ ଫେରି ପାରନ୍ତି।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟପାଳ ଭାବେ ଇସ୍ତଫା ଦେବା ପରେ ପୁଣି ଥରେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଛି। ରଘୁବର ଝାଡଖଣ୍ଡ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଅଟନ୍ତି। ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏଥିସହ ରଘୁବର ଦାସ ପାଞ୍ଚଥର ଜାମସେଦପୁର ପୂର୍ବର ବିଧାୟକ ହୋଇଛନ୍ତି। ଚଳିତ ଝାଡଖଣ୍ଡ ନିର୍ବାଚନରେ ସେ ପୁଣି ଝାଡଖଣ୍ଡ ନିର୍ବାଚନକୁ ଫେରିବା ନେଇ ଚର୍ଚ୍ଚାରେ ରହିଥିଲେ। ନିର୍ବାଚନ ପୂର୍ବରୁ ବହୁ ବରିଷ୍ଠ ନେତାଙ୍କ ସହ ତାଙ୍କ ସାକ୍ଷାତକାର ଚର୍ଚ୍ଚାକୁ ଖୋରାକ ଯୋଗାଇତିଲା। ଶେଷରେ ତାଙ୍କ ବୋହୂଙ୍କୁ ଟିକେଟ୍‌ ମିଳିଥିଲା।

ଝାଡଖଣ୍ଡର ଆଞ୍ଚଳିକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସେ ଝାଡଖଣ୍ଡର ଜଣେ ତୁଙ୍ଗ ଭାଜପା ନେତା ଥିଲେ। ତେଣୁ ସେ ରାଜ୍ୟପାଳ ପଦରେ ସନ୍ତୁଷ୍ଟି ନ ଥିଲେ। ଗତ ଝାଡଖଣ୍ଡ ନିର୍ବାଚନ ସମୟରେ ସେ ପୁଣି ରାଜନୀତିକୁ ଫେରିଯିବା ନେଇ ମନ ବଳାଥିଲେ। ତେବେ ରଘୁବରଙ୍କ ଜଣେ ସହଯୋଗୀ କହିଛନ୍ତି, ସେ ରାଜଭବନ ଛାଡି ପୁଣି ସକ୍ରିୟ ରାଜନୀତିକୁ ଫେରିବାକୁ ଇଛା ପ୍ରକାଶ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ କି ଭାଜପାର ଶୀର୍ଷ ନେତୃତ୍ୱ ତାଙ୍କ ପାଇଁ କେଉଁ ନିଷ୍ପତ୍ତି ନେବେ। ଏପରି ମଧ୍ୟ କୁହାଯାଉଛି କି, ରଘୁବରଙ୍କୁ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତି କରାଯାପାରେ। ଅନ୍ୟପଟେ ଏପରି ମଧ୍ୟ ଚର୍ଚ୍ଚା ହେଉଛି କି ସେ ପୁଣି ଝାଡଖଣ୍ଡ ରାଜନୀତିକୁ ଫେରିପାରନ୍ତି।

୨୦୧୯ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ପରେ ରଘୁବର ଦାସ ୧୮ ଅକ୍ଟୋବର ୨୦୨୩ରେ ଓଡିଶାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଏହି ପରାଜୟ ମୁଖ୍ୟତ ଆଦିବାସୀ ଭୋଟରଙ୍କ ମଧ୍ୟରେ ଅସନ୍ତୋଷର କାରଣ ବୋଲି କୁହାଯାଏ। CNT / SPT ଆକ୍ଟରେ ସଂଶୋଧନ ଯୋଗୁ ସେ ଝାଡଖଣ୍ଡରେ କ୍ଷମତାରୁ ଯିବାର ମୁଖ୍ୟ କାରଣ ବୋଲି କୁହାଯାଏ।

କହିରଖୁଛୁ କି, ପୂର୍ବ ରାଜ୍ୟପାଳ ରଘୁବର ଓଡ଼ିଶାରେ ଅଧିକ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ତାଙ୍କ ପୁଅ ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିଲେ। ସେତେବେଳେ ଏହି ଘଟଣା ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଥିଲା। ଏହି ଘଟଣାକୁ ନେଇ ଉଭୟ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ହୋଇଥାଏ ପାରେ ଏହି ଘଟଣା ଯୋଗୁ ଭାଜପା ତାଙ୍କୁ ରାଜ୍ୟପାଳ ପଦରୁ ହଟାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?