Posted inଜାତୀୟ

ରାଜ୍ୟ ସଭାରେ ମହାଭିଯୋଗ ନୋଟିସ ଆଣିଲେ ବିରୋଧୀ

ନୂଆଦିଲ୍ଲୀ,୧୪ା୧୨: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟ ସଭାରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ସଦସ୍ୟମାନେ ଶୁକ୍ରବାର ନୋଟିସ୍‌ ଦେଇଛନ୍ତି। ସେମାନେ ରାଜ୍ୟ ସଭା ମହାସଚିବଙ୍କୁ ଭେଟି ନୋଟିସ୍‌ ଦେଇଥିଲେ। ପ୍ରସ୍ତାବରେ କପିଲ ସିବଲ, ଦିଗ୍‌ବିଜୟ ସିଂ, ପି. ଚିଦାମ୍ବରମ୍‌, ଜୟରାମ ରମେଶ, ରଣଦୀପ୍‌ ସୁର୍ଜଓ୍ବୋଲା, ମୁକୁଲ ଓ୍ବାସ୍‌ନିକ, ଜନ୍‌ ବ୍ରିଟ୍ଟାସ୍‌, ମନୋଜ କୁମାର ଝା, ସାକେତ୍‌ ଗୋଖ୍‌ଲେ, ସଞ୍ଜୟ ସିଂଙ୍କ ସମେତ ୫୫ ଜଣ ବିରୋଧୀ ଏମ୍‌ପି ସ୍ବାକ୍ଷର କରିଛନ୍ତି।
ଡିସେମ୍ବର ୮ରେ ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଭିଏସ୍‌ପି ଲିଗାଲ ସେଲ୍‌ ପକ୍ଷରୁ ଏକକ ଦଓ୍ବୋନୀ ସଂହିତା (ୟୁସିସି) ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜଷ୍ଟିସ୍‌ ଯାଦବ ଏଥିରେ ସମ୍ବୋଧିତ କରି କହିଥିଲେ, ଭାରତ ସଂଖ୍ୟାବହୁଳଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହେବା ଉଚିତ। ସଂଖ୍ୟାବହୁଳ ଲୋକଙ୍କୁ ଖୁସି ଦେଇ ସେମାନଙ୍କ ସ୍ବାର୍ଥରେ କାର୍ଯ୍ୟ କରୁଥିବା ଆଇନ ପ୍ରଚଳିତ ହେବା ଆବଶ୍ୟକ।
ସୂଚନାଯୋଗ୍ୟ, ଜେସ୍‌ ଇନ୍‌କ୍ୱାରି ଆକ୍ଟ, ୧୯୬୮ ଅନୁସାରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ହେଲେ ଲୋକ ସଭାର ଅନୂ୍ୟନ ୧୦୦ କିମ୍ବା ରାଜ୍ୟ ସଭାର ୫୦ ସଦସ୍ୟଙ୍କ ଦସ୍ତଖତ ଆବଶ୍ୟକ।
ପ୍ରସ୍ତାବ ଆଗତ ହେବା ପରେ ତାକୁ ଗ୍ରହଣ ବା ଅଗ୍ରାହ୍ୟ କରିବା ରାଜ୍ୟ ସଭା ଅଧ୍ୟକ୍ଷଙ୍କ ଉପରେ ନିର୍ଭର କରେ। ଅଧ୍ୟକ୍ଷ ଯଦି ତାକୁ ଗ୍ରହଣ କରନ୍ତି, ତେବେ ପ୍ରସ୍ତାବ ଉପରେ ତଦନ୍ତ ପାଇଁ ୨ ବିଚାରପତି ଓ ଜଣେ ଜୁରିଷ୍ଟଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠନ କରାଯିବ। ବିଚାରପତିଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟର ଏବଂ ଅନ୍ୟ ଜଣେ ହାଇକୋର୍ଟ ଚିଫ୍‌ ଜଷ୍ଟିସ୍‌ ରହିବେ। ସମ୍ବିଧାନର ଅନୁଚ୍ଛେଦ ୧୨୪(୪) ଅନୁଯାୟୀ ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟ ସଭାର ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ଜରୁରୀ।
ସୂଚନାଯୋଗ୍ୟ, ବିଚାରପତି ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବାକୁ ଥିବାବେଳେ ଆଲ୍ଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କ କାର୍ଯ୍ୟରେ ପରିବର୍ତ୍ତନ କରିଛନ୍ତି। ବହୁ ମାସ ହେଲା ଜଷ୍ଟିସ୍‌ ଯାଦବ ଆପରାଧିକ ମାମଲାଗୁଡ଼ିକର ବିଚାର କରିଆସୁଥିାବବେଳେ ଏବେ ତାଙ୍କୁ କେବଳ ଦଓ୍ବୋନି ମାମଲାର ଶୁଣାଣି ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri