Posted inଫୁରସତ

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ କରି ନଥାନ୍ତି। ଯେତେ ଶିକାର କଲେ ମଧ୍ୟ ସେମାନଙ୍କର ପେଟ କେବେ ମଧ୍ୟ ପୂରି ନ ଥାଏ। ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଇବା ପରେ ମଧ୍ୟ କୁମ୍ଭୀରମାନେ ନିଜ ଶିକାରକୁ ଦେଖିବା ମାତ୍ରେ ଆକ୍ରମଣ କରିଥାନ୍ତି।
ଆଫ୍ରିକାର ସ୍କଟ୍ସବର୍ଗସ୍ଥିତ ‘କ୍ରୋକ୍‌ ୱାଲର୍‌ଡ କଞ୍ଜରଭେଶନ୍‌ ସେଣ୍ଟର’ରେ ରହୁଥିବା ହେନ୍‌ରୀ ନାମକ ଏକ କୁମ୍ଭୀର ବିଶ୍ୱର ସବୁଠୁ ବୟସ୍କ ଜୀବନ୍ତ କୁମ୍ଭୀରର ଆଖ୍ୟା ପାଇଛି। ଏହି କୁମ୍ଭୀରର ଓଜନ ପ୍ରାୟ ୭୫୦ କିଲୋଗ୍ରାମ। ଏହାର ୬ଟି ସ୍ତ୍ରୀ ଓ ୧୦ ହଜାର ସନ୍ତାନ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ୧୯୦୦ ମସିହା ଡିସେମ୍ବର ୧୬ରେ ଆଫ୍ରିକୀୟ ଦେଶ ବୋତ୍‌ସ୍ବାନାର ବିଶ୍ୱସ୍ତରୀୟ ‘ଓକାବାଙ୍ଗୋ ଡେଲ୍ଟା’ରେ ଏହି କୁମ୍ଭୀର ଜନ୍ମ ହୋଇଥିଲା। ତେଣୁ ଏବେ ଏହି ବୟସ୍କ କୁମ୍ଭୀରକୁ ୧୨୪ ବର୍ଷ ହେବ। ଏହାର ଲମ୍ବ ଏକ ମିନିବସ୍‌ର ଲମ୍ବ ସଦୃଶ ହେବ। ତେବେ ଗତ ୩ ଦଶନ୍ଧି ଧରି ହେନ୍‌ରୀ ଦକ୍ଷିଣ ଆଫ୍ରିକାର ‘କ୍ରୋକ୍‌ ୱାଲର୍‌ଡ କଞ୍ଜରଭେଶନ୍‌ ସେଣ୍ଟର’ରେ ରହି ଆସୁଛି।
ହେଉଛି ଏକ ନୀଳ କୁମ୍ଭୀର। ଏହି ପ୍ରଜାତି ମୁଖ୍ୟତଃ ଆଫ୍ରିକୀୟ ଦେଶଗୁଡିକରେ ଦେଖାଯାଇଥାନ୍ତି। ଏହି କୁମ୍ଭୀରମାନେ ହ୍ରଦ, ନଦୀ, ଜଳାଶୟ ସମେତ ବିଭିନ୍ନ ଜଳୀୟ ପରିବେଶରେ ବାସ କରନ୍ତି। ଘୃଣ୍ୟ ଶିକାରୀ ଭାବରେ ଏହି ପ୍ରଜାତିର କୁମ୍ଭୀର ବେଶ୍‌ ଜଣାଶୁଣା। ପ୍ରତିବର୍ଷ ଶହ ଶହ ଲୋକ ନୀଳ କୁମ୍ଭୀରମାନଙ୍କର ଆକ୍ରମଣରେ ପ୍ରାଣ ହରାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri